୧୭ଶ ସଂସ୍କରଣ
୨୦୨୦ ମସିହାର ଅଗଷ୍ଟ ମାସରେ ଶୁଭପଲ୍ଲବର ୧୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୬୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
୨୦୨୦ ମସିହାର ଅଗଷ୍ଟ ମାସରେ ଶୁଭପଲ୍ଲବର ୧୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୬୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
ବାବା, ଆମର ବାବା ଡାକଟା ଥିଲା ଫୁଲ ପରି ସୁନ୍ଦର, ମହୁ ଭଳି ମଧୁର । ଆମକୁ ନିସ୍ୱ କରି ତୁମେ ଚାଲିଗଲ ରଖିଗଲ ସବୁକିଛି ଯାହା ଅପାସୋରା ଅବିସ୍ମରଣୀୟ । ଯେଉଁ ଦିନ ମା’ର ଗର୍ଭରୁ ଆମେ ଆସିଲୁ ସେହି ଦିନଠାରୁ ତୁମର ସେହି ନିସ୍ଵାର୍ଥପର ସେବା ତ୍ୟାଗ ସତ ସାହସ ସତ୍ୟବାଦୀତା ସରଳତା ଗୁଣଗୁଡ଼ିକ ଦ୍ଵାରା ଆଜି ଆମକୁ ଉନ୍ନତିର ଚରମ ସୀମାରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଛି । ଅନ୍ଧ ଯେପରି ଆଖି ହରାଇଲେ ଆଖିର ମୂଲ୍ୟ…
ରବିବାର ଅପରାହ୍ନ, ଡିଡି ନାସନାଲ୍ରେ ବାଜି ଉଠୁଥିଲା, “ରୂପା ଶଗଡ଼ିରେ ସୁନା କନିଆଁ” ଗୀତଟି ସିନା ସେ ଗାଇଥିଲା ମିଛି ମିଛିକା, ହେଲେ ପିଲାଠୁ ବୁଢ଼ାଯାଏ ସଭିଏଁ, ମନେ ମନେ ଗୁଣୁଗୁଣୁ ହେଉଥିଲେ ସତସତିକା । ସେଇ ଜେଜେ ବୁଢ଼ା, “କୂଳ ନନ୍ଦନ”କୁ ଝୁରି ଝୁରି, “ଲକ୍ଷ୍ମଣ ରେଖା” ଟାଣି, ସେଇ ଭଗାରୀ ଭାଇ, ନିଜେ ସିନା କାନ୍ଦିଥିଲା ମିଛି ମିଛିକା, ହେଲେ ଜୀବନ୍ତ ଅଭିନୟରେ, ସଭିଙ୍କୁ କନ୍ଦେଇ ଦେଉଥିଲା ସତସତିକା । ନବେ ଦଶକରେ, ଦର୍ଶକ ମନରେ ରାଜ୍…
ଅନ୍ଧକାର ଉଜାଣିରେ ଗୋଧୂୂଳୀ ପଣତ ତଳେ ନୀଡ଼ଫେରା ଆଳାପରେ ଅସ୍ତରାଗ ସୁରେ ସୁରେ ଶର୍ବରୀ ପ୍ରଭାତ ଉପନୀତ, କାୟାନ୍ତରେ ନିଶିଗନ୍ଧା ମହକେ ରଜନୀ ଗନ୍ଧା କୁମୁଦ ପଲକ ଖୋଲେ ଶେଫାଳି ମହକ ମେଳେ ପୂର୍ବାକାଶେ ମିଞ୍ଜି ମିଞ୍ଜି ହସ । ବହଳ ଅନ୍ଧାର ସାଥେ ଉଦାସ ଶର୍ବରୀ ଆସେ ମୁଦି ଆସେ ପୃଥିବୀ ପଲକ, ଅଶାନ୍ତ କାକଳୀ ମଧ୍ୟେ ଉଲ୍ଲୂକର ଶବ୍ଦ ଶୁଭେ ତନୁ ମନ ହୁଏ ଆତଙ୍କିତ । ଚଷା ପୁଅ ମନେ ଭୀତି କର୍ମ ନ ହେଉ…
ଲକ୍ଷ୍ୟ ହୋଇପାରେ ତୁମ ପାଇଁ କେତୋଟି ନୋଟର ସମଷ୍ଟି, ଯାହା କିଣାଯାଇପାରେ ଅନେକ ଅନେକ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍ରେ; କିନ୍ତୁ ସେହି ଲକ୍ଷ୍ୟ ମୋ ପାଇଁ ଅପୂର୍ଣ୍ଣ ଥିବା ଅଧୁରା ସ୍ୱପ୍ନ, ଯାହା କେବଳ ସଜା ହୋଇଛି ସୁନ୍ଦର ଭାବେ ଏଇ ମୋ ଆଖିରେ; ଶିକ୍ଷା ହୋଇପାରେ ତୁମ ପାଇଁ କେବଳ ସାର୍ଟିଫିକେଟରେ ଜାଗାଧରୁଥିବା କେତୋଟି ସଂଖ୍ୟାର ସମଷ୍ଟି ଯୁଗଳ, କିନ୍ତୁ ସେହି ଶିକ୍ଷା ମୋ ପାଇଁ କେତେ ରାତିର ଅନିଦ୍ରା ଏବଂ ଭୋକେ ରହି ପୁସ୍ତକ କିଣିଥିବାର…