You are currently viewing ଅନୁମତି
ଅନୁମତି

ଅନୁମତି

ମୋତେ ଟିକିଏ ଅନୁମତି ମିଳନ୍ତା କି?
ତୋର ସେ ଯାଦୁକରୀ ଇଲାକାରେ
ମୋ ନିଜକୁ ବାର୍ ବାର୍ ହଜାଇବା ପାଇଁ
ତୋର ସେ ରଙ୍ଗିନ ସ୍ୱପ୍ନ ରାଇଜରେ
ମୋର ଏ ଧୂସର ସ୍ୱପ୍ନ ସବୁକୁ ରଙ୍ଗୀନ
କରିବା ପାଇଁ ମିଳନ୍ତା କି ଟିକିଏ ଅନୁମତି?

ତୋ ଭିତରେ ଥିବା ତୋ’ର ସେ
ଲୁକାୟିତ ପ୍ରେମକୁ ମୁକୁଳିତ
କରିବା ପାଇଁ ଦିଅନ୍ତୁ କି ଅନୁମତି?
ମୋ ଆଖିରେ ଥିବା ସବୁତକ ଅଧୁରା ସ୍ୱପ୍ନକୁ
ତୋର ସେ ନୀଳ ଆଖିରେ ଜାଗା ଦେଇ
ତାକୁ ସମ୍ପୂର୍ଣ୍ଣ କରାଇ ଦିଅନ୍ତୁ କି?

ଜୀବନର ଏତେ ଲମ୍ବା ପଥରେ
ମୁଁ ଏକଲା ପଥିକଟିଏ
ତୋ ହାତରେ ମୋ ହାତକୁ ମିଶାଇ
ମୋ ପାଦରେ ତୋ ପାଦକୁ ମିଳାଇ
ଜୀବନର ଅଧା ଗଢ଼ା ବାଲିଘରକୁ
ସମ୍ପୂର୍ଣ୍ଣ କରିବା ପାଇଁ ଦିଅନ୍ତୁ କି ଅନୁମତି?

ଜୀବନର କ୍ୟାରମ୍ ବୋର୍ଡ଼ରେ
ତୁ ସାଜନ୍ତକି ମୋ’ର ରାଣୀ
ମୁଁ ହୁଅନ୍ତି ତୋ’ର ବିନ୍ଧାଣୀ
ତୋତେ ନିଜର କରିବା ପାଇଁ
କରନ୍ତି ମୁଁ ସବୁ ଚେଷ୍ଟା
କେବଳ ମିଳିଲେ ତୋ ଅନୁମତି ।

ବିରେନ୍ଦ୍ର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିରେନ୍ଦ୍ର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ରଚନା କରନ୍ତି ।