Odia Poem Shubha Deepavali (ଶୁଭ ଦୀପାବଳି) by Mamata Sahu

ଶୁଭ ଦୀପାବଳି

ଆଲୋକର ପର୍ବ ଏହି ଦୀପାବଳି ବରଷକେ ଥରେ ଆସିଛି ଫେରି ॥ କାର୍ତ୍ତିକ ମାସର ଅମାବାସ୍ୟା ଦିନ ଶୁଭ ଦିପାବଳୀ ହୁଅଇ ପାଳନ ॥ ପ୍ରଦୀପ ମାଳରେ ପୁରିତ ଏ ଧରା ଉଜ୍ଜଳ ଆଲୋକ ଆନନ୍ଦ ପସରା ॥ ପଲ୍ଲୀରୁ ସହର ସବୁଠି ଚଞ୍ଚଳ ଶୋଭିତ ଧରଣୀ ଉତ୍ସାହ ସକଳ ॥ ଆତ୍ମାଦୀପ ଯେବେ ଉଠିବ ଜଳି ହଟିବ ଧରାରୁ ଅଜ୍ଞାନର କାଳି ॥ ଆସିଅଛି ବୋଲି ଶୁଭ ଦୀପାବଳି ବିରାଜିବେ ଧରାଧାମେ ମହାକାଳୀ ॥ ସଭିଙ୍କ…

ଅଧିକ ପଢ଼ନ୍ତୁ
Odia Translated Story Khan Joutuka (ଖାସ୍ ଯୌତୁକ) by Binay Kumar Das

ଖାସ୍ ଯୌତୁକ

ନବ ବିବାହିତା ବଧୂଟି ମୁଣ୍ଡରେ ଓଢ଼ଣା ଦେଇ ଚୁପ୍ ଚାପ୍ ବସି ରହିଛି ବୈଠକ ଖାନାରେ । ପାଖ ପଡ଼ୋଶୀ ସମ୍ପର୍କୀୟମାନେ ତାକୁ ଦେଖିବାକୁ ଆସୁଛନ୍ତି । କିଏ କେତେ ପ୍ରକାରର ଟିପ୍ପଣୀ ଦେଇ ଚାଲିଛନ୍ତି । ସେ ଉଚ୍ଚ ଶିକ୍ଷିତା, ପୁଣି ପିଲାଟି ଦିନରୁ ସ୍ପଷ୍ଟବାଦିନୀ । ଠିକ୍ କଥାରେ ସେ ଠିକ୍ ଜବାବ ଦିଏ । ହେଲେ ବାପା ଆଉ ମାଆ ତାକୁ ବୁଝାଇ କରି କହିଛନ୍ତି ସବୁ କ୍ଷେତ୍ରରେ ଏମିତି ସ୍ପଷ୍ଟ କଥା କହିବା ଉଚିତ ନୁହେଁ । ଶାଶୁ ଘରେ…

ଅଧିକ ପଢ଼ନ୍ତୁ
Odia Poem Ae Bodhe Prema (ଏଇ ବୋଧେ ପ୍ରେମ) by Janmajaya Nayak

ଏଇ ବୋଧେ ପ୍ରେମ

ସେ ଅଛି ମୋ ଭିତରେ ମୁଁ ବି ଅଛି ତା’ ଭିତରେ ହେଲେ ବି କାହିଁ ବୁଝେନି ମନ ସତେ କି ଯୋଜନ ଯୋଜନ ଦୂରେ ସେ… ଲାଜ ଜୁଡ଼ୁବୁଡ଼ୁ ତା’ ମହୁଆ ହସରେ ମାଦକତା ମନେ ଭରେ, ପ୍ରଣୟ ନିଶାରେ ଶିହରି ଉଠଇ ପାହାନ୍ତିଆ ସପନରେ… ମୋ ଅଙ୍ଗେଅଙ୍ଗେ ଆଙ୍କିଦିଏ ପ୍ରେୟସୀ ମଧୁର ମିଳନର ମିଠା ଦାଗ ହସିହସି, ଲାଜରେ ବିରହ ଫଗୁଣ ଫେରିଯାଏ, ମଧୁଝରା ଚାନ୍ଦିନୀ ଈର୍ଷାରେ ଜଳିଯାଏ… ନିରିମାଖି ତା’ ହରିଣୀ ଚାହାଣି…

ଅଧିକ ପଢ଼ନ୍ତୁ
Odia Story Ea Para Jane Bapa (ଇଏ ପରା ଜଣେ ବାପା) by Jyotiranjan Sahu

ଇଏ ପରା ଜଣେ ବାପା

ଗତରାତିରୁ ଲାଗିରହିଛି ଝିପିଝିପି ବର୍ଷା ! ସେହି ଝିପିଝିପି ବର୍ଷାରେ ଫଗୁ ମଉସା ବାଡ଼ିଖଣ୍ଡେ ଧରି ବାହାରି ପଡ଼ିଛନ୍ତି ଘର ବାହାରକୁ ! ହାତରେ ଖଣ୍ଡେ ଛତା ଆଉ ଆଖିରେ ସ୍କ୍ରଚ୍ ପଡ଼ିଥିବା ପୁରୁଣା କାଚ ଚଷମାଟିଏ । ଚାରି ଆଡ଼େ ଅନ୍ଧାର; ସୂର୍ଯ୍ୟ ଉଇଁବାକୁ ଆହୁରି ବେଶ୍ କିଛି ସମୟ ଅଛି ! ହେଲେ ଫଗୁ ମଉସା ସେହି ଅନ୍ଧାର ବର୍ଷା ରାତିକୁ ଖାତିରି ନକରି ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ ! ବର୍ଷାର ଶୀତଳତା ଭିତରେ ବି କେଉଁଠି ନା କେଉଁଠି…

ଅଧିକ ପଢ଼ନ୍ତୁ
Odia Poem Ichchha Hue (ଇଚ୍ଛା ହୁଏ) by Chikun Panda

ଇଚ୍ଛା ହୁଏ

ଇଚ୍ଛା ହୁଏ କୁହୁଡ଼ି ଚାଦର ଘୋଡ଼େଇ ଚାନ୍ଦର ଟିକିଲି ନାଇ ନବ ବଧୂ ସାଜିବାକୁ ଇଚ୍ଛା ହୁଏ ରାତିର ଅନ୍ଧକାରକୁ ଆଖିର କଜଳ କରି ଆଖିକୁ ସୁନ୍ଦର କରିବାକୁ । ଇଚ୍ଛା ହୁଏ ଗୋଲାପୀ ଓଠରେ ବିନ୍ଦୁ ବିନ୍ଦୁ କାକର ଟୋପାର ଶୀତଳ ସ୍ପର୍ଶକୁ ଅନୁଭବ କରିବାକୁ । ଇଚ୍ଛା ହୁଏ ସହଶ୍ର ତାରାଙ୍କ ରଙ୍ଗୀନ ଆଲୋକରେ ରାତିକୁ ରଙ୍ଗୀନ କରିବାକୁ । ଇଚ୍ଛା ତ ଅସୁମାରୀ ରାଜକୁମାରୀଟିଏ ଅଦିନରେ ବି ପଦ୍ମ ଫୁଟାଏ । – ଚିକୁନ ପଣ୍ଡା

ଅଧିକ ପଢ଼ନ୍ତୁ