20th Edition of Shubhapallaba Online Odia Magazine Released News

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୨ ନଭେମ୍ବର ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଗତ ନଭେମ୍ବର ୧ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୫ ଗୋଟି ବଛା ବଛା ଓଡ଼ିଆ ଗପ, କବିତା, ରୋଷେଇ ଟିପ୍ସ, ସାକ୍ଷାତକାର ଆଦିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସଂସ୍କରଣଟିର ସମ୍ପାଦନା କରିଛନ୍ତି ଉଭୟ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ସ୍ ଡିଜାଇନର୍ ସମ୍ବିତ ଦାସ ଏହି ପତ୍ରିକାଟିର ଅଳଂକରଣ କାର୍ଯ୍ୟ…

ଅଧିକ ପଢ଼ନ୍ତୁ
Download 20th Edition of Shubhapallaba Odia Magazine - ଶୁଭପଲ୍ଲବ ପତ୍ରିକା

୨୦ଶ ସଂସ୍କରଣ

୨୦୨୦ ମସିହାର ନଭେମ୍ବର ମାସରେ ଶୁଭପଲ୍ଲବର ୨୦ଶ ସଂସ୍କରଣ ପ୍ରକାଶ ପାଇଥିଲା । ୫୬ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Tiktata

ତିକ୍ତତା

ପ୍ରତିଦିନ ଜୀବନର ଲକ୍ଷ୍ୟ ଖୋଜେ ପୁଣି ହୁଏ ଲକ୍ଷ୍ୟହୀନ, ଦିଶାହୀନ ଆଉ ଦିଗହରା । ଚିର ପରିଚିତ ରାସ୍ତାରେ ଅପରିଚିତ । ନିର୍ଦିଷ୍ଟ ପଥରେ ନିରୁଦିଷ୍ଟ ହେଇ ପୁନର୍ବାର ତିକ୍ତ । ଆଜି ହୁଏ ଇଚ୍ଛା ଚାଲିଯାଆନ୍ତି ଅନେକ ଦୂର ଅମଡ଼ା ବାଟେ ଯହିଁ ନଥିବ ସଭ୍ୟ ସମାଜର ଅସଭ୍ୟ କଳରବ । ଅଜଣା ମହକରେ ସବୁ ଭୁଲିଯିବି କେନ୍ଦ୍ରବିନ୍ଦୁ ଏକ ଦୁର୍ବାର ଆକର୍ଷଣର । ବେଳେବେଳେ ଏମିତି ବି ହୁଏ କି ଯାହାକୁ ମନ ଭାବେ…

ଅଧିକ ପଢ଼ନ୍ତୁ
Baki Thila Mahisa Baddha

ବାକି ଥିଲା ମହିଷା ବଦ୍ଧ

ନନ୍ଦିନୀ ଭାରି ଖୁସି, ତା’ ଖୁସିର କ’ଣ ଆଉ ସୀମା ଅଛି ! ପାଦ ତ ଆଉ ତା’ର ମାଟିରେ ଲାଗୁନି, କାରଣ ସେ ଜିଦ୍ କରି ବସିବାରୁ ମମି, ପାପା ଏଥର ଦଶହରା ଦଶଦିନ ଛୁଟିରେ ସବୁ କାମ ପଛରେ ପକାଇ ଗାଆଁକୁ ଯିବା ପାଇଁ ରାଜି ହୋଇଗଲେ । ରାଜି ବା ହେବେନି କେମିତି ତାଙ୍କର ଏଇ ନନ୍ଦିନୀଟା ଏକୋଇରବଳା ବିସିକେଶନ । ଦୁନିଆଯାକର ଗେଲବସର, ଭାରି ଜିଦ୍‌ଖୋର । ଏଇ ନନ୍ଦିନୀଟା ବି…

ଅଧିକ ପଢ଼ନ୍ତୁ
Kanyadana

କନ୍ୟାଦାନ

ପିତାମାତାଙ୍କ କରକମଳରେ ସମ୍ପନ୍ନ ହୁଏ ଯେବେ ମହାଦାନ ଏଇତ ସେଇ କ୍ଷଣ କନ୍ୟାଦାନ । ଅଶ୍ରୁ ବହେ ବନ୍ଧ ଭାଙ୍ଗି ପିତାଙ୍କ ନୟନୁ ଯେଉଁ ଦିନ ଏଇତ ସେଇ କ୍ଷଣ କନ୍ୟାଦାନ । ଗୋଟିଏ ମୂହୁର୍ତ୍ତରେ ହଜାରେ ସ୍ମୃତି କରେ ଆଲିଙ୍ଗନ ଏଇତ ସେଇ କ୍ଷଣ କନ୍ୟାଦାନ । ହେଇଯିବ ଝିଅ କରୁଥିବା ଅଳି, ଭାଇ ସହ କଳିର ସମାପନ ଏଇତ ସେଇ କ୍ଷଣ କନ୍ୟାଦାନ । ସୁତା ତାଙ୍କ ଦୁହିତା ବୋଲି କରନ୍ତି ଦୁହେଁ ଅଭିମାନ…

ଅଧିକ ପଢ଼ନ୍ତୁ