ମଶାଣୀପୀଠ
ଗାଁ’ଠାରୁ ଦୂରକୁ ମୋହର ସ୍ଥାନଟିଏ ଜାଣିଥିବ, ପିଲା ବୃଦ୍ଧ ଦେଖେଁ ନାହିଁ ମୁଁ ସଭିଙ୍କୁ ଜାଗା ମିଳିବ ।୧। ପ୍ରାଣ ଛାଡ଼ି ଦେଲେ ଶରୀର କୋଳରେ ମୋର ଲୋଟିବ, ଭାଗ୍ୟ ନେଇ ତ ଆସିଥିଲ କର୍ମ ନେଇ ଫେରିଯିବ ।୨। ନ କରେ ଘୃଣା ମୁଁ କାହାକୁ ଦେଖେ ନାହିଁ ବଡ଼ ସାନ, ଧନୀ କି ଗରୀବ ଜାଣେନା ମୋ ପାଶେ ସବୁ ସମାନ ।୩। ସଙ୍ଗେ ତୋର କେହି ନ ଯିବେ ଏଇ କଥା ଦେବୁ ଧ୍ୟାନ, ଯାହା ସଞ୍ଚିଥିବୁ…

