ସାତ ଜନମକୁ କଥା ଦେଇ ତୁମେ
ସାତ ଦିନେ ଭୁଲିଗଲ
ଭଲପାଇବାର ଛଳନା ନିଆଁରେ
ମୋତେ ତୁମେ ଜାଳିଦେଲ ।
ସାତ ଦରିଆକୁ ପାରିବି ମୁଁ ଡେଇଁ
କହିଥିଲି ତୁମ ପାଇଁ
ଜୀବନର ବାଟ ଯଦିବା ଚାଲିବ
ସାଥୀଟେ ମୋହର ହୋଇ ।
ସାଥି ହେବା ପାଇଁ କଥା ଦେଇ ପୁଣି
କରିଦେଲ ସାତ ପର
ଜାଣିନି କେମିତି ତୁମେ ଯେ ହୋଇଲ
ମୋ ପାଇଁକି ସ୍ୱାର୍ଥପର ।
ତୁମେ ସିନା ମୋତେ କରିଦେଇ ପର
ମୋ’ଠାରୁ ରହିଛ ଦୂରେ
ହେଲେ ସତେ ପ୍ରିୟା ତୁମକୁ ସତରେ
ପ୍ରତି ମୁହୂର୍ତ୍ତରେ ଝୁରେ ।
– ପ୍ରଶାନ୍ତ ନାଥ