Osha Mausa

ଓଷ ମଉସା

ମଦନା ଗାଆଁର ସବୁଠୁ ହୁସିଆର ପିଲା ଥିଲା । ମଦନ ପରି ପିଲା କୋଟିଏରେ ଗୋଟିଏ ॥ ରାତିଦିନ ପାଠପଢ଼ି ପରିଶ୍ରମ କରି ମଦନା ବନିଲା ଡାକ୍ତର ମଦନ ମୋହନ ପାଟ୍ଟଶାଣୀ । ବାପାର ତ ଯେମିତି ପାଦ ମାଟିରେ ଲାଗୁନଥିଲା । ଗର୍ବରେ ଛାତି ଫୁଲେଇ ମୋ ପୁଅ ଡାକ୍ତର ବୋଲି ସମସ୍ତଙ୍କ ଆଗେ କୁହନ୍ତି । ସବୁ ବାପାଙ୍କ ପରି ମଦନ ବାପା ବି ପୁଅ ପାଇଁ ସ୍ଵପ୍ନ ଦେଖିଥିଲେ । ଖୁସି ନ ହୁଅନ୍ତେ ବା କିପରି । ଘର ଆଗର…

ଅଧିକ ପଢ଼ନ୍ତୁ
Biraha

ବିରହ

ଆଦ୍ୟ ଆଷାଢ଼ରେ ମୌସୁମୀର ପହିଲି ଛୁଆଁରେ ଆକାଶଟା ପୁରା ନିର୍ମଳ ଦେଖାଯାଉଛି ଆଉ ସେ ଫାଳେ ଜହ୍ନକୁ ବେଢି଼ ରହିଛନ୍ତି ମିଞ୍ଜି ମିଞ୍ଜି ଜଳୁଥିବା ଅନେକ ତାରା । ଜହ୍ନ ସହ ଟିକେ ଏକାନ୍ତରେ କଥା କରେଇ ଦେବେନି ନା କ’ଣ? ଅଦେଖା ଦରଜ ଅକୁହା କଥା ସେ କହିବ କାହାକୁ, ସମୁଦ୍ରର ଢେଉ ଭଳି ମନକୁ ଆନ୍ଦୋଳିତ କରୁଥିବା ସେ ପ୍ରଶ୍ନର ଉତ୍ତର ଦେବ କିଏ? ପ୍ରଶ୍ନର ଉତ୍ତର ତ ମିଳିବନି ହେଲେ ଅକୁହା ବେଦନାକୁ ଜହ୍ନକୁ…

ଅଧିକ ପଢ଼ନ୍ତୁ
Tama Pari Sathi Nahin

ତୁମ ପରି ସାଥୀ ନାହିଁ

ବର୍ଷା ଦିନିଆ ପାଗଟା ଭାରି ସିକିସିକିଆ ଲାଗେ । ଘରୁ ବାହାରକୁ ଯିବାକୁ ଯମା ଇଛା ହୁଏନି । ଆକାଶ ମେଘାଛନ୍ନ ହୋଇ ରହେ ଓ ସୂର୍ଯ୍ୟଙ୍କର ଦେଖା ମିଳିବା କଷ୍ଟକର ହୋଇଯାଏ । କାରଣ ସକାଳ ନପାହୁଣୁ ବର୍ଷା ଆରମ୍ଭ ହୋଇଯାଏ ଆଉ ଛାଡ଼ିବାର ନାଁ ଧରେନି । ଶ୍ରାବଣ ମାସରେ ଶୈବ ପୀଠମାନଙ୍କରେ କାଉଡ଼ିଆଙ୍କ ଭିଡ଼ ଜମେ । କଟକର ବାଦାମବାଡ଼ି ଓ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡର ପରିସ୍ଥିତି ଅସମ୍ଭାଳ ହୋଇପଡ଼େ ବର୍ଷାରେ । ସେଦିନ କ୍ଳାସରୁ ଆସିବା ପରେ ଝରକା ପାଖରେ…

ଅଧିକ ପଢ଼ନ୍ତୁ
Krushnachuda

କୃଷ୍ଣଚୂଡ଼ା

ଅଫିସରୁ ଫେରିବା ବେଳେ ଦେଖିଲି, ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ବହୁତ ଭିଡ଼ । ସମସ୍ତେ ପ୍ରସାଦ ପାଉଛନ୍ତି । ସ୍ତ୍ରୀ ଲୋକ ମାନେ ପରସ୍ପର କଥାବାର୍ତ୍ତା ହୋଇ ପରସ୍ପରଠାରୁ ବିଦାୟ ନେଉଛନ୍ତି । ଆଜି କ’ଣ କିଛି ଖାସ୍ ପୂଜାପାର୍ବଣ ଥିଲା କି? ନିଜକୁ ପ୍ରଶ୍ନ କଲା ମାନସ । ଆରେ ଏଇଟା ତ ଜୁନ ମାସ । ମନେ ଆଜି ସାବିତ୍ରୀ ବ୍ରତ । ଓଃ ମୁଁ ତ ପୁରାପୁରି ଭୁଲିଯାଇଥିଲି । ହଁ ମନେ ରଖିବି କ’ଣ କରିଥାନ୍ତି ଯେ । କୃଷ୍ଣା ପାଖରେ…

ଅଧିକ ପଢ଼ନ୍ତୁ
Fight: Me and Myself

ଫାଇଟ୍: ମୁଁ ଆଉ ମୋ ସହ

ଆଜି ପୁରା ଦରଖଳି ଗାଆଁର ସବୁଆଡ଼େ ଚର୍ଚ୍ଚା । ଚର୍ଚ୍ଚାର କାରଣଟା କ’ଣ ଜାଣନ୍ତି? କାରଣଟା ହେଉଛି ଆଜି ସେହି ଗାଆଁର ସମସ୍ତଙ୍କର ଅତି ଆପଣାର ଗପୁ ଭାଇ ମନୋନୀତ ହୋଇଛନ୍ତି ସାହିତ୍ୟ ଏକାଡ଼଼େମୀ ପୁରସ୍କାର ପାଇବାପାଇଁ । ସାଙ୍ଗମାନେ ସତେଅବା ପାଗଳ ହୋଇଯାଇଛନ୍ତି ଏଖବର ଶୁଣିବାପରେ । ଗପୁ ଭାଇର ପରିବାର ଲୋକ ଏପର୍ୟ୍ୟନ୍ତ ବିଶ୍ୱାସ କରିପାରୁନାହାନ୍ତି ତାଙ୍କର ଗପୁ ଆଜି ସାହିତ୍ୟ ଏକାଡ଼଼େମୀ ପୁରସ୍କାରର ବିଜେତା । ନିଜେ ଗପୁ ମଧ୍ୟ ବିଶ୍ୱାସ କରିପାରୁନଥାଏ ନିଜ କାନଉପରେ । କିଛି ସମୟର…

ଅଧିକ ପଢ଼ନ୍ତୁ