Odia Poem Nari Swadhinata (ନାରୀ ସ୍ୱାଧୀନତା) by Soubhagyabati Giri

ନାରୀ ସ୍ୱାଧୀନତା

ସ୍ୱାଧୀନତା ଅର୍ଥ ମତେ ପଚାରନା ଆଜି ବି ମୁଁ ପରାଧୀନ କାହିଁକି ମିଛରେ ଡିଣ୍ଡିମ ପିଟିବି ନାରୀ ଅଟଇ ସ୍ୱାଧୀନ ॥ ମାତୃଗର୍ଭେ ଯଦି ସଞ୍ଚରିଯାଏ ମୁଁ ହୁଏ କନ୍ୟାଭୃଣ ହତ୍ୟା ପୁଅଝିଅ ଭେଦଭାବ ଶବ୍ଦଟିକୁ ପରଖେ ମୋ’ ଶୈଶବତା ॥ କିଶୋରୀ ଯୁବତୀ କେଉଁ ରୂପ ମୋର ଚାଖିନାହିଁ ସ୍ୱାଧୀନତା ସ୍ୱାଧୀନତା କଥା କହିବାଠୁ ଭଲ ରଖିବି ମୁଁ ନୀରବତା ॥ ବାରମ୍ବାର ପଡ଼େ ଲୋଲୁପ ଚାହାଣୀ ନାରୀମାଂସ ଲୋଭୀଙ୍କର ଲୁଣ୍ଠିତା ଲାଞ୍ଛିତା ଧର୍ଷିତା ପତିତା…

ଅଧିକ ପଢ଼ନ୍ତୁ
Odia Poem Dhanya He Nari (ଧନ୍ୟ ହେ ନାରୀ) by Santa Gahir

ଧନ୍ୟ ହେ ନାରୀ

ଧନ୍ୟ ତୁମେ ନାରୀ ଦୂର୍ଗା ଅବତାରୀ ଜନମିଛ ଧରା ତଳେ, ସାରା ଦୁନିଆକୁ ସୃଷ୍ଟିକଲ ହାତେ ତୁମରି ଶକତି ବଳେ ॥ କେବେ ମାଆ ରୂପେ ପୁଣି କେବେ ପତ୍ନୀ ଆଉ କେବେ ତ ଭଗିନୀ, ଯୁଗେ ଯୁଗେ ତୁମ ବାନା ଉଡ଼ୁଥାଉ ମା’ଗୋ ଜଗତ ଜନନୀ ॥ ଲକ୍ଷ୍ମୀବାଇ ସାଜି ଶତ୍ରୁ ସଙ୍ଗେ ଲଢ଼ି ଦେଶ ପାଇଁ ଦେଲ ପ୍ରାଣ, ତୁମରି ମହିମା ଏ ସାରା ଜଗତ ସଦା କରୁଥିବ ଗାନ ॥ ସତୀ ସୀତା…

ଅଧିକ ପଢ଼ନ୍ତୁ
Odia Story Endi Chadrara (ଏଣ୍ଡି ଚଦର) Soumya Priyadarsini Rath

ଏଣ୍ଡି ଚଦର

ସୀମା ଆଉ ମୋ ବାହାଘରର ୨ ବର୍ଷ ପୂରିବାକୁ ଆସିଲାଣି ହେଲେ ଗୋଟେ ଦିନ ବି ସାମାନ୍ୟ ମନାନ୍ତର ହେଇନି ଆମ ଭିତରେ । ଆଜି ସକାଳୁ କିନ୍ତୁ ଘରେ ମହାଭାରତ ଯୁଦ୍ଧ । ଲାଗୁଚି ବିବାହ ପରି ଗୁରୁତର ନିଷ୍ପତ୍ତି ନେବାରେ ବହୁତ ଭୁଲ କରିଦେଇଛି ମୁଁ । ଯିଏ ନିଜ ଜୀବନସାଥୀର ସାମାନ୍ୟତମ ଭାବପ୍ରବଣତା ସମ୍ପର୍କରେ ଦାୟିତ୍ୱହୀନ ହେଇପାରୁଛି ଆଗକୁ ଏତେ ବଡ଼ ରାସ୍ତା ତା’ ସହ କିପରି ଚାଲିବ? ମୋ ବୋଉ ଖାଲି କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ…

ଅଧିକ ପଢ଼ନ୍ତୁ
Odia Poem Dhanya Mo Odisha Bhuin (ଧନ୍ୟ ମୋ ଓଡ଼ିଶା ଭୂଇଁ) by Satyanarayan Padhan

ଧନ୍ୟ ମୋ ଓଡ଼ିଶା ଭୂଇଁ

ଯୁଝି ଯୁଝି ଏଠି କେତେ ବୀରଗଣ ଚାଲି ଗଲେଣି ତ ଭାଇ ଭାରତ ମାଟିର ଓଡ଼ିଶା ଭୂଇଁରେ ବୀରଙ୍କ ଅଭାବ ନାହିଁ ।୧। ବୀର-ସୁରେନ୍ଦର ପ୍ରିୟ ଗଙ୍ଗାଧର ବଳରାମ ଜଗନ୍ନାଥ ଭୀମ କାଳିଦାସ ଏ ମହାପୁରୁଷ ଦେଖାଇଛନ୍ତି ସୁପଥ ।୨। ଅଜ୍ଞାନକୁ ଆମ୍ଭ ଏଡ଼ାଇବା ପାଇଁ ଲେଖିଛନ୍ତି କେତେ ଶାସ୍ତ୍ର ଆମକୁ ସ୍ୱାଧୀନ କରିବା ପାଇଁ କି ଧରିଛନ୍ତି ମଧ୍ୟ ଶସ୍ତ୍ର ।୩। ଜୟୀ ରାଜଗୁରୁ ସୁଭାଷ ଚନ୍ଦର ଇଂରେଜ ବିରୋଧେ ଲଢ଼ି ନିଜ ଜୀବନକୁ ବାଜି ଲଗାଇଣ ଭାରତରୁ ଦେଲେ…

ଅଧିକ ପଢ଼ନ୍ତୁ

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ ଶେଷ ଶ୍ରାବଣର ବରଷା ଆସରା ନାହିଁ କୋଉ କାଳୁ ସତେ ମୁଣ୍ଡ ଟେକି ଅଛି କାହାକୁ ତ ଜଣା ନାହିଁ । ଯାନି ଜାତରାର ମୂକ ସାକ୍ଷୀ ସିଏ ଦୃମ ମହା ସଂସ୍କୃତିର ପିଲାଠାରୁ ବୁଢ଼ା ସଭିଙ୍କ ଆସରା ଜନ୍ମଠାରୁ ମୃତ୍ୟୁର ପର । ସହସ୍ର ଦ୍ରୁମ ତା’ ଭୂତଳ ବ୍ୟାପୀ ପହଞ୍ଚ ପାତାଳ ଛୁଆଁ ଓହୋଳି ରହିଛି ଆଦିମ ପୁରୁଷୁ ଦେଖି ଯେ ପୁରୁଣା ନୂଆଁ । କେତେ ଯେ ଗଲେଣି ତା’ ଆଖି ଆଗରୁ ସାକ୍ଷୀ…

ଅଧିକ ପଢ଼ନ୍ତୁ