Odia Poem Madhuparba (ମଧୁପର୍ବ) by Prashant Kumar Behera

ମଧୁପର୍ବ

ତମେ ମୋ ଗୋଲାପ ମୋ ମନ ବଗିଚାର ପାରିଜାତ ତମେ ମୋ ପଦ୍ମିନୀ ମୋ ହୃଦ ସରୋବରେ ପ୍ରସ୍ପୁଟିତ ତମ ପ୍ରେମ ମୋର ଅମୃତ କଳସୀ ମୋର ଅମରତ୍ୱ ରସ ତମ ପ୍ରେମ ମୋର ଶାଶ୍ୱତ ଗୀତିକା ମୋର ପୁଲକ ଉଛ୍ଵାସ ତମ ଗୋଲାପୀ ପ୍ରେମର କଣ୍ଟକ ପୀଡ଼ନ ମୋର ନିର୍ବାଣର ଯୋଗମାର୍ଗ ତମ ସୁଧାଓଠ ଝରା ରସ କଲ୍ଲୋଳିନୀ ମୋର ପ୍ଲାବନର ମଧୁପର୍ବ l – ପ୍ରଶାନ୍ତ କୁମାର ବେହେରା

ଅଧିକ ପଢ଼ନ୍ତୁ
Odia Poem Shramika Bhai (ଶ୍ରମିକ ଭାଇ) by Rajeswari Panda for Labour's day

ଶ୍ରମିକ ଭାଇ

ଦେଶର ଆର୍ଥିକ ସ୍ଥିତିର ମୂଳଦୁଆ ଅଟଇ ଶ୍ରମିକ ଭାଇ, ତା’ ପାଇଁ ହୁଅଇ ଦେଶର ଉନ୍ନତି ତା’ ପରି ଆଉ କେ ନାହିଁ । କେହିତ ବୁଝେନା ତାହାରି ବେଦନା ଆମୋଦେ ଥାଇ ପାଗଳ, ଜଗତ କଲ୍ୟାଣ କରିବା ପାଇଁ ସେ ବୁହାଏ କେତେ ଯେ ଝାଳ । ନିଜ ପାଇଁ ତା’ର ନଥାଏ ନଜର କର୍ମ ତା’ର କରିଚାଲେ, ନୀରବେ ଗୋପନେ ଝରାଏ ସେ ଲୁହ କେବେ କେବେ କଷ୍ଟ ହେଲେ । ଲହୁ ଲୁହ ନିଗାଡ଼ି ଖଟି ସେ…

ଅଧିକ ପଢ଼ନ୍ତୁ
Odia Poem Dhanya Atai Ama Bharat (ଧନ୍ୟ ଅଟଇ ଆମ ଭାରତ) by Sanu Jena

ଧନ୍ୟ ଅଟଇ ଆମ ଭାରତ

ଧନ୍ୟ ଅଟଇ ଆମର ଦେଶ ଧନ୍ୟ ତୋ’ର ପରିବେଶ ପ୍ରକୃତି ମା’ର କୋଳରେ ଝୁଲି ଧନ୍ୟ ହୋଇଲୁଁ ଆମ୍ଭେ ତୋହରି ପାଇଁ ॥ ଧର୍ମ ନିରପେକ୍ଷ ଆମରି ଦେଶ ବିପୁଳ ଜନଙ୍କ ଏଠି ବାସ ହିନ୍ଦୁ, ମୁସଲମାନ, ଶିଖ୍, ଇଷାଇ ସମସ୍ତେ ମିଳିମିଶି ଗଢ଼ିଲେ ପ୍ରେମ ପ୍ରଦୀପର ଉଆସ ॥ ବୁଦ୍ଧଦେବ, ମହାବୀର, ମହା ମହା ପଣ୍ଡିତ ଗଣ ପ୍ରଚାରୀଲେ ସବୁ ଧର୍ମର ସାର ବିଶ୍ୱବ୍ୟାପି ଚାରିଆଡ଼େ ସୁଗନ୍ଧିତ ହୋଇ ମହକିଲା ଧର୍ମର ଜ୍ଞାନ ॥ ଭାରତ…

ଅଧିକ ପଢ଼ନ୍ତୁ
Odia Poem Tu Bi Kabita (ତୁ ବି କବିତା) by Prafull Kumar Sahoo

ତୁ ବି କବିତା

ମୋ କବିତାକୁ ଦେଖି ଦେଖି, ଶୁଣି ଶୁଣି ମୋ ବାଇ କବିତା ପାଇଁ ବାଇ । କହୁଛି “ମତେ ଟିକେ ତମ କବିତାରେ ରଖୁନ, ବାବୁ କବିତାମାନେ ତ ପରି/ପରିକା ଜହ୍ନ ପରି ଗବ ଗବ ଫୁଟୁଥିବା ଭାତ ହାଣ୍ଡି ପରିକା… ଏମିତି କେତେ କିସମ କିସମ ମୁଁ କାହା ପରିକା? ଅଳନ୍ଧୁରୁ ମୁଁ ସାଉଁଟୁଛି ମେଞ୍ଚା ମେଞ୍ଚା ଧଳା ବାଳ ଗୁମୁରୁ ଥାଏ ତହିଁ ବୁଢ଼ୀ ମା’ଟିଏ, ପୁଣି ବୁଢ଼ିଆଣି ଜାଲରେ ଖେଳେ ବୁଢ଼ୀ ଅସୁରୁଣୀ ଟିକିଏ…

ଅଧିକ ପଢ଼ନ୍ତୁ
Odia Poem Jibana (ଜୀବନ) by Swayangprajna Mishra

ଜୀବନ

ଜୀବନ, ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ଅବଦାନ ଏହାର ପ୍ରତ୍ୟେକଟି ପୃଷ୍ଠା ରୋମାଞ୍ଚକର । କିଛି ମୁହୂର୍ତ୍ତ ଏଠି ଜୀଇବା କଷ୍ଟକର ହୋଇଯାଏ, ଆଉକିଛି ମୁହୂର୍ତ୍ତ ଅଭୂଲାସ୍ମୃତି ହୋଇ ରହିଯାଏ । କିଛି କିଛି ଅଜଣା ମଣିଷ ଏଠି ଆପଣାର ଲାଗନ୍ତି, ଆଉ କିଛି ଆପଣାର ଲୋକ ଶକ୍ତ ଆଘାତ କରନ୍ତି । ବଞ୍ଚିବାପାଇଁ ଏଠି ସଂଘର୍ଷ କରିବାକୁ ପଡ଼େ, କିଛି ପାଇବା ପାଇଁ କିଛି ହରାଇବାକୁ ପଡ଼େ । ଏସବୁକୁ ଜିତି ଯିଏ ବଞ୍ଚିବା ଶିଖିଛି, ଜୀବନର ମୂଲ୍ୟ ବୋଧେ ସିଏ…

ଅଧିକ ପଢ଼ନ୍ତୁ