jagakalia-ra-3ti-sketch

ଜଗା କାଳିଆର ତିନୋଟି ସ୍କେଚ

(୧) ଯାଯାବର ପ୍ରତିବର୍ଷ ରଥଯାତ୍ରା ଦେଖିବାକୁ ପୁରୀ ଯାଆନ୍ତି ଗୋପାଳ ବାବୁ । ତେବେ ବଡ଼ ଦେଉଳର କେଳେଙ୍କାରୀ ସବୁ ଶୁଣିଲା ପରେ ଗୋପାଳ ବାବୁ ପୁରୀ ଯିବା ଛାଡ଼ିଦେଇଛନ୍ତି । ଟିକିଏ ରାଗ ପଣ୍ଡାଙ୍କ ଉପରେ ଆଉ ଅଧିକା ରାଗ କାଳିଆ ଉପରେ । ଏତେ ପାପ କେମିତି ସହୁଛି କାଳିଆ !! ଏଥର ରଥଯାତ୍ରାରେ ନିଜ ଛୋଟିଆ ସହରରେ ରଥଯାତ୍ରା ବି ଦେଖିବେନି ବୋଲି ଭାବିଥିଲେ ଗୋପାଳବାବୁ । ହେଲେ ସନ୍ଧ୍ୟା ଚାରିଟା ବେଳକୁ ବାହାରେ ଘଣ୍ଟା ମୃଦଙ୍ଗ ଶୁଣି ପାଦ…

ଅଧିକ ପଢ଼ନ୍ତୁ
ଶଙ୍ଖ ନାଦ

ଶଙ୍ଖ ନାଦ

(ଏକ) ସୂର୍ଯ୍ୟ ଆଲୁଅର ଛଟା ତୋଟା ଉହାଡ଼କୁ ଯିବାକୁ ଉଦ୍ୟତ ହେଉଥିଲା । ସନ୍ଧ୍ୟା ସମୟ ଏକୁଟିଆ ବିତେଇଲେ ମୁଁ ଶାନ୍ତି ପାଉଥିଲି । ଅନ୍ଧାରର ଆଗମନ ପୂର୍ବରୁ ହିଁ ତାକୁ ଆପଣାର କରିବାକୁ ଆଗୁଆ ପ୍ରସ୍ତୁତ ହେଉଥିଲି । ନାନୀଘର ଗାଁକୁ ଆସିଲେ ତୋଟା ଏବଂ ନଦୀ ପଠାରେ ସନ୍ଧ୍ୟା ବିତେଇବା ବହୁତ ପୁରୁଣା ଅଭ୍ୟାସ ଥିଲା । ନାନୀଘର ଭିତରୁ ବାହାରି ଆସି ମୁଁ ଗାଁ ଉପକଣ୍ଠ ଆଡ଼େ ଯିବାକୁ ବାହାରି ଥିଲି । ଭାଇନାଙ୍କ ଘର ଭିତରୁ ବାହାରି ଆସୁଥିବା…

ଅଧିକ ପଢ଼ନ୍ତୁ
jatra-chalichhi

ଯାତ୍ରା ଚାଲିଛି

ମୋ ଝିଅ ଗୁଡଲିକୁ ପାଞ୍ଚବର୍ଷ ହେଲେ ବି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସେ ବୁଝିପାରୁଥିଲା । ଯଦିଓ ସେସବୁର ଜଟିଳ ଦିଗ ପ୍ରତି ତା’ର ଅନୁଶୀଳନ କ୍ଷମତା ଥିଲା ସିମୀତ । ଉଦାହରଣ ସ୍ଵରୁପ; ସେଦିନ ସକାଳେ ମୋ ସହିତ ବଜାରରୁ ଔଷଧ ପାଇଁ ଗଲାବେଳେ ଗୁଡଲି ମତେ ପଚାରିଲା, “ବାବା, ଜେଜେମା’ ଯେତେ କାଶିଲେ ବି, ମାମା ତୋତେ ଓଷଦ (ଔଷଧ) ଆଣିବାକୁ କେବେ କହେନି, ଓଲଟା ଜେଜେମା’ ଉପରେ ଗରଗର ହେଉଥାଏ । ହେଲେ ଆଜି ଆଇ (ଗୁଡଲି…

ଅଧିକ ପଢ଼ନ୍ତୁ
atlas-ubacha

ଆଟଲାସ୍ ଉବାଚ (The Speaking Atlas)

ପ୍ରଥମ ଦୃଶ୍ୟ: ୮ ମାର୍ଚ୍ଚ ୨୦୧୮, ଗୁରୁଗ୍ରାମ, ହରିୟାଣା “ଛୋଟ ମୋର ଗାଁ ଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁ ଟି…” ସଚ୍ଚି ରାଉତରାୟଙ୍କ ଏହି କବିତାକୁ ନବେ ଦଶକରେ ଆମ ଦୂରଦର୍ଶନ (ଡିଡି ଓଡ଼ିଆ)ରେ ପ୍ରଥମଥର ପାଇଁ ଦେଖି ମୋ ଆଇଙ୍କ ଖୁସି କହିଲେ ନ ସରେ… ସେତେବେଳେତ ଆଜିକାଲି ପରି ଶହ ଶହ ଚ୍ୟାନେଲ୍‌‌ ନଥିଲା । ସେ ଯୁଗରେ ଯଦି ଗୁଗୁଲ୍ ମାନଚିତ୍ର ଥା’ନ୍ତା, ହୁଏତ ମୁଁ କବି ମହୋଦୟଙ୍କୁ…

ଅଧିକ ପଢ଼ନ୍ତୁ
ପଲ୍ଲୀ-ଜନନୀ

ପଲ୍ଲୀ-ଜନନୀ

ବହୁ ପଲ୍ଲୀ-ଜନନୀ ଆଜି ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି । ଅର୍ଥବଳରେ ହେଉ, ଭାଗ୍ୟବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି, ସେମାନଙ୍କ ସମ୍ଵନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନାଜଳ୍ପନା ଚାଲେ । ବିଦ୍ୟାର୍ଥୀ ଜୀବନରେ ସେମାନେ ପିତା-ମାତାଙ୍କ ଆଶା ଭରସାର ସ୍ଥଳ ହୋଇ, ଗ୍ରାମବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ ଓ କୁମାରୀମାନଙ୍କ ଅପାଙ୍ଗର କେନ୍ଦ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥାନ୍ତି । କିନ୍ତୁ ସମୟ ଆସେ, ଯେତେବେଳେ କି ଗ୍ରାମବାସୀମାନେ ସେମାନଙ୍କୁ ଦେଖିବାକୁ…

ଅଧିକ ପଢ଼ନ୍ତୁ