ବଢ଼ି ଛାଡ଼ିଗଲାପରେ…..
(୧) ପଖାଳ ବେଲା ସାଙ୍ଗକୁ ଶାଗଭଜା, ବଡ଼ିଚୁରା ଆଉ ବିଲାତି ବାଇଗଣ ପାଗ ଥାଳିଟି ବାଢ଼ୁ ବାଢ଼ୁ ରମା କହୁଥିଲା ବିଜୁକୁ, “ହେଇଟି ଶୁଣିଲଣି ନା ନାଇଁ? ସେଇ ଯୋଉ ରିକିସାରେ ମାଇକି ବୁଲେଇ ବୁଲେଇ କ’ଣ ଗୋଟେ ଶୁଣେଇ ଶୁଣେଇ ଯାଉଥିଲା ୨୪ ଘଣ୍ଟା ଭିତରେ ନିଜ ନିଜ ଘର ଖାଲି କରି ଉଚ୍ଚା ସୁରକ୍ଷିତ ଜାଗାକୁ ପଳେଇବା । କାଳେ ନଈ ବଢ଼ିଛି !” ବିଲାତି ପାଗରେ ଲଙ୍କା ଦଳୁ ଦଳୁ ବିଜୁ କହିଲା, “ଆଲୋ ହୁଣ୍ଡି,…

