chhaka-mundara-budhi-mausi

ଛକ ମୁଣ୍ଡର ବୁଢ଼ୀ ମାଉସୀ

ସକାଳ ହେଲେ ବାହାରିଯାଏ ସେ । ତା’ର ଟିକି ଦୁନିଆକୁ ନେଇ ସେ ଖୁସିଥାଏ । ଆଗାମୀ ଦିନର ସ୍ୱପ୍ନିଳ ପରିକଳ୍ପନା ମଧ୍ୟରେ ସେ କେବେ ନିଜକୁ ହଜାଇ ଦିଏନି । ଖାତିର ନଥାଏ ସମାଜର କଟାକ୍ଷକୁ । ଖାତିର ନଥାଏ ବର୍ଷା, ଖରା, ଶୀତ, ପାଣି-ପବନକୁ । ସବୁଦିନ ସେଇଠି ଥାଏ । ଅତି ନିର୍ଭୀକ ଭାବରେ, ଅତି ନିରବଚ୍ଛିନ୍ନ ଭାବରେ, ଅତି ଅଲୋଡ଼ା, ଅଖୋଜା ଭାବରେ ଆଉ ଅତି ନିଷ୍ଠୁର ଭାବରେ । ତାକୁ ଦେଖିଲେ ଲାଗେ ଆହାଃ ଭାଗ୍ୟ କେତେ କଠୋର । ହେଲେ…

ଅଧିକ ପଢ଼ନ୍ତୁ
Bhabaku-Nikata

ଭାବକୁ ନିକଟ…

ତା’ ନାଆଁ କାଳିଆ । ତା’ର ପ୍ରକୃତ ଜାତି ଗୋତ୍ରର ପରିଚୟ କେହି ଜାଣନ୍ତିନି । ବୁଢ଼ା କେଉଟର ପିଲା ଛୁଆ ନଥିଲେ ଆଉ ଯୋଗକୁ ବୁଢ଼ୀ କେଉଟୁଣୀ ନଦୀ ପଠାରୁ ପାଇଥିଲା କାଳିଆକୁ । ନାଲି ପାଟ କନାରେ ଗୁଡ଼େଇ କିଏ ଛାଡ଼େଦେଇଥିଲା ତାକୁ ସେଇଠି । ଗାଁ’ଟାଯାକ କଥା ହେଲେ, “ପିଲାଟା କୋଉ ବଡ଼ଘରେ ଜନ୍ମ ହେଇଛି ନିଶ୍ଚିତ କିନ୍ତୁ ଏଡ଼େ ଅସୁନ୍ଦର ହେଇଛି ବୋଲି ବୋଧେ ଆପଣେଇ ନାହାନ୍ତି, ହେଲେ କେଉଟୁଣୀ ଭାଗ୍ୟରେ ପିଲାଟେ ଆଉ ଅନାଥ ଭାଗ୍ୟରେ…

ଅଧିକ ପଢ଼ନ୍ତୁ
janmadata

ଜନ୍ମଦାତା

“ଓହୋ ! ଝୁନା ବୋଉ ତୁମ ଗୁଣମନ୍ତ ପୁଅକୁ ଟିକେ କୁହ ଜଲଦି ବାହାରିକି ଆସିବ । ମୋ ଗାଡ଼ିଟା ଖରାପ ହୋଇଯାଇଛି । ତା’ପରେ ମଧ୍ୟ ସାନ ଭାଇଠୁ ଗାଡ଼ିଟା ମାଗିକି ଆଣିଛି । ତାକୁ ହଷ୍ଟେଲରେ ଛାଡ଼ି ଆସିଲେ ମୋର କେତେ କାମ ।” ପାଟି କରୁଥିଲେ ସରୋଜ ବାବୁ । ତର ତର ହୋଇ ଘରୁ ବାହାରି ଆସିଲା ସୋଭନ୍ । “ବୋଉ ମୁଁ ଯାହା କହିଥିଲି ମୋ ବ୍ୟାଗରେ ରଖିଛୁ ନା ନାଇଁ?” “ହଁ ରଖିଛି ରଖିଛି, ଆରେ କେତେ ଡେରି…

ଅଧିକ ପଢ଼ନ୍ତୁ
dudura-phula

ଦୁଦୁରା ଫୁଲ

ଘର ବଗିଚାରେ ଗୋଲାପ, ଡାଲିଆ, ଗେଣ୍ଡୁ, ରଜନୀଗନ୍ଧା ଆଦି ନାନା ପ୍ରକାର ଫୁଲ ଫୁଟି ଚାରିଆଡ଼େ ମହକି ଯାଉଛି । ବଗିଚାଟି ସ୍ଵର୍ଗର ନନ୍ଦନକାନନ ପରି ଦୂରରୁ ଦୃଶ୍ୟମାନ ହେଉଛି । ଯିଏ ବି ଏପଟେ ଯାଉଛି ଲୋଭିଲା ଆଖିରେ ଥରେ ଫୁଲଗୁଡ଼ିକୁ ନ ଅନେଇ ରହି ପାରୁନି । ବଗିଚାର ଗୋଟିଏ କଣରେ କଳା ଦୁଦୁରା ଫୁଲଟିଏ ଫୁଟିଛି । କେହି ବି ଦିନେ ତା’ ପାଖକୁ ଯିବା କି ତା’ ଆଡ଼େ କଣେଇକି ଅନେଇବା ସୁମି ଦେଖିନି । ସବୁ ଫୁଲ…

ଅଧିକ ପଢ଼ନ୍ତୁ
Apekshara Bata

ଅପେକ୍ଷାର ବାଟ

ବହୁ ଦିନ ପରେ ବହୁ କଷ୍ଟରେ ଘରୁ ପାଦ କାଢ଼ି ବଜାରକୁ ଆସିଥିଲା କିଛି କିଣାକିଣି କରିବ ବୋଲି । ଏତେ ଭିଡ଼ରେ ବି ନାଆଁଟା ଶୁଣି ଚମକି ପଡ଼ିଲା ମୀରା । ଏତେ ଭିଡ଼ରେ ବି ଆଖି ତା’ର ଖୋଜି ବୁଲୁଥାଏ ଆଉ ଖୋଜି ଚାଲିଥାଏ କାହାକୁ ଯେମିତି । ହେଲେ ସେ ନାଆଁଟା ପୁଣି ତାକୁ ସେହି ଅନ୍ଧାରକୁ ନେଇ ଚାଲିଗଲା । ଛଳ ଛଳ ଆଖି, ମଉଳି ଯାଇଥିବା ମୁହଁ, ପାଦରେ ଯେମିତି ଆଉ ବଳ ନାହିଁ ଚାଲିବାକୁ ।…

ଅଧିକ ପଢ଼ନ୍ତୁ