ଛକ ମୁଣ୍ଡର ବୁଢ଼ୀ ମାଉସୀ
ସକାଳ ହେଲେ ବାହାରିଯାଏ ସେ । ତା’ର ଟିକି ଦୁନିଆକୁ ନେଇ ସେ ଖୁସିଥାଏ । ଆଗାମୀ ଦିନର ସ୍ୱପ୍ନିଳ ପରିକଳ୍ପନା ମଧ୍ୟରେ ସେ କେବେ ନିଜକୁ ହଜାଇ ଦିଏନି । ଖାତିର ନଥାଏ ସମାଜର କଟାକ୍ଷକୁ । ଖାତିର ନଥାଏ ବର୍ଷା, ଖରା, ଶୀତ, ପାଣି-ପବନକୁ । ସବୁଦିନ ସେଇଠି ଥାଏ । ଅତି ନିର୍ଭୀକ ଭାବରେ, ଅତି ନିରବଚ୍ଛିନ୍ନ ଭାବରେ, ଅତି ଅଲୋଡ଼ା, ଅଖୋଜା ଭାବରେ ଆଉ ଅତି ନିଷ୍ଠୁର ଭାବରେ । ତାକୁ ଦେଖିଲେ ଲାଗେ ଆହାଃ ଭାଗ୍ୟ କେତେ କଠୋର । ହେଲେ…

