ଆଶାର ଆଲୋକକୁ ଅପେକ୍ଷା
ସୁନୀତା ଝରକାବାଟେ ବାହାରକୁ ଚାହିଁ Bergen ସହରର ଦୃଶ୍ୟ ଉପଭୋଗ କରିବାକୁ ଚେଷ୍ଟା କରୁଥିଲା । ଡେସେମ୍ବର ମାସ ପନ୍ଦର ତାରିଖ । ଆସନ୍ତ ଖ୍ରୀଷ୍ଟମାସ ପର୍ବ ଓ ଛୁଟି ପାଇଁ ସହରବାସୀ ବହୁତ ଉତ୍ସାହିତ ଓ ଖୁସି ଥିଲେ । ରଙ୍ଗୀନ ଆଲୋକମାଳାରେ ପୁରା ସହର ସଜା ହୋଇ ସାରିଥିଲା । ଛୁଟିକୁ ଆଖି ଆଗରେ ରଖି ସପିଙ୍ଗ୍ ମଲ୍ମାନଙ୍କରେ ଡିସ୍କାଉଣ୍ଟ ଅଫର ମଧ୍ୟ ଆରମ୍ଭ ହୋଇସାରିଥିଲା । ବନ୍ଧୁମିଳନ, ଲଞ୍ଚ୍ ଓ ଡିନର ପାର୍ଟୀ ଇତ୍ୟାଦିରେ ସମସ୍ତେ ମସ୍ଗୁଲ ଜଣା ପଡ଼ୁଥିଲେ ।…

