Odia Story Anamika Abujha Premika Mora (ଅନାମିକା ଅବୁଝା ପ୍ରେମିକା ସେ ମୋର) by Soumya Ranjan Behera

ଅନାମିକା ଅବୁଝା ପ୍ରେମିକା ସେ ମୋର…

ଧରାପୃଷ୍ଠରେ ଯେତେବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ତା’ର ଜନ୍ମଦାତ୍ରି ଓ ତା’ର ପରିବାରର କାନରେ ପଡ଼ିଥାଏ, ସମସ୍ତେ ଖୁସିରେ ବିଭୋର ହେଇଯା’ନ୍ତି । ପାରିବାର ମଧ୍ୟରେ ଖେଳି ଯାଇଥାଏ ଖୁସିର ଏକ ଅପୂର୍ବ ଉତ୍ତାଳ ତରଙ୍ଗ । ଠିକ୍ ସେହିପରି ମୋ ଜୀବନର ରଙ୍ଗମଞ୍ଚ ଏହି ଢଙ୍ଗରେ ସାଜିତ । ଦୁଇ ହାଜର ଚାରି ମସିହା ଜୁଲାଇ ମାସରେ ମୋର ଜନ୍ମ । ମୋ ମାଆ କହୁଥିଲା ମୁଁ ଜନ୍ମ ହେବା ପରେ କୁଆଡ଼େ ସେ ସ୍ୱଭାବିକଠାରୁ ଅଧିକ ଖୁସି ହେଇଥିଲା ।…

ଅଧିକ ପଢ଼ନ୍ତୁ
Odia Story Prema - Aksharikaru Apekshika (ପ୍ରେମ... ଆକ୍ଷରିକରୁ ଆପେକ୍ଷିକ) by Manas Ranjan Nayak

ପ୍ରେମ… ଆକ୍ଷରିକରୁ ଆପେକ୍ଷିକ

ପ୍ରେମ…ଶବ୍ଦ ଏକ ମନସ୍ତାତ୍ତ୍ୱିକ ଆଲୋଡ଼ନର, ଚେତନାରୁ ଦିବ୍ୟ ଆଚରଣକୁ ରୂପାନ୍ତରଣର । ନିଃସ୍ୱାର୍ଥପର ସମ୍ପର୍କ ସ୍ଥାପନରେ ଏକ ବିଭୁଦତ୍ତ ଅମୃତତୁଲ୍ୟ ଉପାଦାନ । ଏକ ଚିରସ୍ରୋତା ନିର୍ଝରିଣୀ ପରି ଅପରିବର୍ତ୍ତିତ ତା’ର ଅବୟବ ଏବଂ ଦୃଷ୍ଟିକୋଣ । ସୁଶୀତଳ ସୁମଧୁର ଜଳରାଶିର ମନ୍ତ୍ରମୁଗ୍ଧ କଳକଳ କବିତାର ଗାନ, ହେଉ ଉତ୍ତପ୍ତ ମରୁଭୂମିଟିଏ, କଠିନ ପ୍ରସ୍ତର ପ୍ରାନ୍ତର ଅବା ଚିରସବୁଜ ସମତଳ ଭୂମି । ସମସ୍ତ ଉପେକ୍ଷା, ତିରସ୍କାର, ଅପମାନ, ଅଭିମାନ, ଦୁଃଖ, ଗ୍ଳାନି କ୍ଷଣିକେ ଅସ୍ତିତ୍ୱ ହରାନ୍ତି ପ୍ରେମର ଅମୂଲ୍ୟ ଅନୁଭୂତିରେ । ପ୍ରେମର…

ଅଧିକ ପଢ଼ନ୍ତୁ
Odia Story Chuli (ଚୁଲି) by Sushree Sangita Sethy

ଚୁଲି

ଜେଜେମା ସମୟରେ, ଜେଜେମା ଭୋର୍ ୫ଟାରୁ ଉଠି ଚୁଲିରୁ ପାଉଁଶ କାଢ଼ି, ଚୁଲିକୁ ଲିପି ସଫା ସୁତୁରା କରି ଚାହା ତିଆରି କରି ପିଉଥିଲା । ମୁଁ ତ ଜେଜେମାର ଲାଙ୍ଗୁଡ଼ । ସେ ଶୁଏ ତ ମୁଁ ତା’ କୋଳରେ ଶୁଏ, ସେ ଯେତେବେଳେ ଉଠେ ମୁଁ ସେତେବେଳେ ଉଠେ । ସେ ଚାହା କରି ନିଜେ ପିଏ ମତେ ବି ଟିକେ ଚଖେଇ ଦିଏ । ଚା’ ଧୀରେଧୀରେ ଜେଜେମାର ପ୍ରାଣ ସହ ମୋର ବି ହେଇଗଲା । ଯାହା ବି…

ଅଧିକ ପଢ଼ନ୍ତୁ
Odia Story Riksabala (ରିକ୍ସାବାଲା) by Subham Behera

ରିକ୍ସାବାଲା

ସନ୍ତୋଷ ବାବୁ ଛିଡ଼ା ହୋଇଥାନ୍ତି ବାସ ଷ୍ଟାଣ୍ଡ ପାଖରେ । ସେପଟେ ପାଖରେ ଛିଡ଼ା ହୋଇଥାନ୍ତି ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ରିକ୍ସା ଧରି । ସେ ବୃଦ୍ଧ ବ୍ୟକ୍ତି ଏବଂ ସନ୍ତୋଷ ବାବୁଙ୍କ ସବୁଦିନ ଭେଟ ସେହି ବାସ ଷ୍ଟାଣ୍ଡ ପାଖରେ ହୋଇଥାଏ କିନ୍ତୁ କେହିହେଲେ ବି ଆଜିଯାଏଁ କଥା ହୋଇ ନାହାନ୍ତି । ଦିନକର ଘଟଣା ସନ୍ତୋଷ ବାବୁ ଘରୁ ତରତର ହୋଇ ପଳେଇ ଆସିଥିବାରୁ ଟଙ୍କା ଆଣିବାକୁ ଭୁଲି ଯାଇଛନ୍ତି । ବସ୍‌ରେ ଯିବା ପାଇଁ ପାଖରେ ଟଙ୍କାଟେ…

ଅଧିକ ପଢ଼ନ୍ତୁ
Odia Story Patha Badalae Bata (ପାଠ ବଦଳାଏ ବାଟ) by Swetalina Pattnaik

ପାଠ ବଦଳାଏ ବାଟ

ଗାଆଁର ନାଆଁ ପଦ୍ମପୁର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗାଁ’ଟି ଦେଖିବାକୁ ଖୁବ୍ ସୁନ୍ଦର । ବିଦ୍ୟାଳୟରୁ ଆରମ୍ଭ କରି ବ୍ଲକ ଘର ପର୍ଯ୍ୟନ୍ତ ସବୁ ରହିଛି । ହେଲେ ଦୁଃଖର ବିଷୟ ଗାଁ ଲୋକେ ବେଶୀ ଶିକ୍ଷିତ ନୁହଁନ୍ତି । ସେଇଥିପାଇଁ ସବୁ ଥାଇ ମଧ୍ୟ ନଥିଲା ଭଳି କିଛି ଉନ୍ନତିମୂଳକ କାମ ଗାଁରେ ହୋଇନଥାଏ । ଆଜିବି ଗାଁରେ ଝିଅ ପୁଅ ମଧ୍ୟରେ ବହୁତ ପ୍ରଭେଦ । ଝିଅକୁ ପାଠ ତ ଦୂରର କଥା ବିଦ୍ୟାଳୟର ପାଦ ମାଡ଼ିବାକୁ ଦିଅନ୍ତି ନାହିଁ । ଗାଁ…

ଅଧିକ ପଢ଼ନ୍ତୁ