Sangharasi Singha - ସଂଘରସୀ ସିଂହ

ସଂଘରସୀ ସିଂହ

“ସନ୍ଧ୍ୟା ଲେଉଟିଲାଣି । ଆଉ କିଛି ମୁହୂର୍ତ୍ତକ ମଧ୍ୟରେ ଗଗନରେ ଉଭା ହେବେ ରାତ୍ରିର ସୂର୍ଯ୍ୟ ଓ ତାଙ୍କ ସହ ଆସିବେ ପରିବାରବର୍ଗର ସଦସ୍ୟ ତାରାବୃନ୍ଦମାନେ । କିନ୍ତୁ ଆପଣ ଆଜି ଶିକାର କରିବା ପାଇଁ କାହିଁକି ଆସିନାହାନ୍ତି । ଏହିପରି ଭାବରେ ଆପଣ ଉପାସରେ ରହିଲେ ଆପଣଙ୍କ ସ୍ୱାସ୍ଥ୍ୟର ବିଘଟନ ହେବ । କ’ଣ ହୋଇଛି ଆପଣଙ୍କର ସିଂହ ଅଜା । ଦିନକୁ ଦିନ ଆପଣ ଆମ୍ଭମାନଙ୍କ ପାଖରୁ କାହିଁକି ଦୂରେଇ ଯାଉଛନ୍ତି । ଆପଣ ଆମ ସମସ୍ତଙ୍କୁ ଏକାଠି ରହିବାକୁ ଶିଖାଇଛନ୍ତି କିନ୍ତୁ…

ଅଧିକ ପଢ଼ନ୍ତୁ
Bapa Aji School jIbini (ବାପା ଆଜି ସ୍କୁଲ ଯିବିନି) by Mohammed Sadriwala

ବାପା ଆଜି ସ୍କୁଲ ଯିବିନି

ମୁହଁ ସଞ୍ଜରେ ମେଘର ଛାଉଣୀ ଘୋଟି ଆସିଥିଲା । ପୁରୀ ବେଳାଭୂମିରେ କୁଢ଼େଇ ହୋଇପଡ଼ିଥିଲା କୁହୁଡ଼ିର ଚାଦର ଆଉ ତା’ ସହିତ ଅତୀତର ବୁକୁଫଟା ସ୍ମୃତି । ରକ୍ତଭିଜା ସ୍ମୃତିର ପୃଷ୍ଠା ଲେଉଟି ଯାଉଥିଲା ଆଖି ଆଗରେ । ଶୋଇପଡ଼ିଛି ସଞ୍ଜବତୀ ଏକ ଭଙ୍ଗା ଚଉରାମୂଳେ । ସ୍ମୃତିର ପରଦା ଆଡ଼େଇ ୫ ବର୍ଷର ଅତୀତକକୁ ଫେରି ଯାଇଛି ସେ… ଶୀତୁଆ ସକାଳରେ ଗରମା ଗରମ ଚା’ ସାଙ୍ଗକୁ ବିସ୍କୁଟ ଆଣି ଥୋଇଦେଲେ ଟେବୁଲ ଉପରେ । – “କାହିଁ ତୁ ଉଠିନୁ ଏଯାଏ?”…

ଅଧିକ ପଢ଼ନ୍ତୁ
Paunji

ପାଉଁଜି

ଜୀବନ ଜଞ୍ଜାଳରୁ ମୁଠା ମୁଠା ହସ ଆଉ ମେଞ୍ଚା ମେଞ୍ଚା ଖୁସିର ଉପହାର ଭିତରେ ଆମେ ଅନ୍ଧପାଲଟି ଯାଇଛୁ । ହୃଦୟର କଥା ଶୁଣିବାକୁ ଆମପାଖରେ ସମୟ ନାହିଁ । ପ୍ରତିଦିନ ବ୍ୟସ୍ତ ବିବ୍ରତ ହୋଇ ସଫଳତା ଓ ବିଫଳତାର ଘମାଘୋଟ ଲଢ଼େଇ ସହ କର୍ମପଥରେ କେହି ଆଗେଇ ଯାଉଛି ତ କେହି ପଛେଇ ଯାଉଛି । ସାରୁ ପତରରେ ଟଳଟଳ ଓ ଢଳଢ଼ଳ ହେଉଥିବା ସେ ବର୍ଷା ବିନ୍ଦୁଟି ଭାରି ଚଗଲି । ପତର ଉପରେ ଖେଳିବ, ଝୁଲିବ ପୁଣି ଢଳିପଡ଼ିବ…

ଅଧିକ ପଢ଼ନ୍ତୁ
Nonveg

ନନ୍ ଭେଜ୍

ସମୀରଙ୍କୁ ବାହା ହୋଇ ଆସିବା ଦିନଠାରୁ ଲୋପାର ପାଟିଟା ପାଣିଚିଆ ହୋଇଗଲାଣି । କେମିତି ହୁଅନ୍ତାନି ଯେ ! ସପ୍ତାହକୁ ଚାରିଦିନ ନନ୍ ଭେଜ ଖାଉଥିବା ଝିଅଟା ଏହା ଭିତରେ ଚାରି ମାସ ହୋଇଗଲାଣି ମାଂସ ବାସନା ବି ଟିକିଏ ପାଇନାହିଁ ଯେ ! ସମୀର କୁଆଡ଼େ ଭେଜି । ଓଃ! ଯଦି ସେ ବାପାବୋଉଙ୍କ କଥାରେ ସେଦିନ ଅବାଧ୍ୟ ହୋଇପାରିଥାନ୍ତା; ତାହା ହେଲେ ତାକୁ ଏ ଭେଜି ଲୋକଟାକୁ ବାହା ହେବାକୁ ପଡ଼ିନଥାନ୍ତା ! ସବୁ ଝିଅଙ୍କର ବାପାମାଆଗୁଡ଼ାକ ଏମିତି । ଝିଅର ପସନ୍ଦ…

ଅଧିକ ପଢ଼ନ୍ତୁ
Debitie Mira Pari

ଦେବୀଟିଏ ମୀରା ପରି

ସାଧାରଣତଃ ପୋଲିସ କଥା କହିଲେ ମନକୁ ଗୋଟିଏ ଖାକୀ ପୋଷାକ ପରିହିତ, ଟିପ୍ ଟପ୍ ଶରୀର, ଗୋଟିଏ ନିଶୁଆ ରାଗିଲା ମୁହଁ, ଗୋଟାଏ ରୋଲ୍ ବାଡ଼ି ଧରା ବଳିଷ୍ଠ ହାତ, ଦୁଇଟା ରଡ଼ି ନିଆଁ ଭଳିଆ ଜଳୁଥିବା ଆଖି ଆଉ ଯାବତୀୟ ଗାଳି ଓଗାଳୁ ଥିବା ଗୋଟାଏ କର୍କଶ କଣ୍ଠସ୍ୱର ଆଖି ଆଗରେ ନାଚି ଉଠେ । ମନରେ ସ୍ୱତଃ ଭୟ ଜାଗ୍ରତ ହୁଏ, ଠିକ୍ ପିଲାଦିନେ ବୋଉର ଡରାଣ “ଶୀଘ୍ର ଖାଇ ଦେ ନହେଲେ ପୋଲିସ୍ ଆସିବ,…

ଅଧିକ ପଢ଼ନ୍ତୁ