Odia Story Khasi Maunsa (ଖାସି ମାଉଁସ) by Laxmikanta Behera

ଖାସି ମାଉଁସ

ରମେଶ ବାବୁ ସରଳ ନିଷ୍କପଟ ମଣିଷଟିଏ, ଚାକିରୀ କରିଛନ୍ତି ପାଖ ତହସିଲ ଅଫିସରେ କିରାଣୀ ଭାବରେ । ରମେଶ ବାବୁଙ୍କ ପାଖରେ ସଚ୍ଚୋଟ ପଣିଆ ବି ହାର ମାନିଛି । ସେଥିପାଇଁ ତାଙ୍କ ଦରମା ଟଙ୍କାରେ କଷ୍ଟେ ମଷ୍ଟେ ଚାଳିଯାନ୍ତି ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ସୀତା ଦେବୀ, ଝିଅ କୁନୁ, ପୁଅ କୁନା ଓ ବୁଢ଼ାବାପା । ରମେଶ ବାବୁଙ୍କ ବାପା ବହୁ କଷ୍ଟରେ ରମେଶ ବାବୁଙ୍କୁ ପାଠ ପଢ଼େଇ ଖଣ୍ଡିଏ ଚାକିରୀ ବି କରେଇ ଦେଇଛନ୍ତି । ବାପା…

ଅଧିକ ପଢ଼ନ୍ତୁ
Odia Story Anamika Abujha Premika Mora (ଅନାମିକା ଅବୁଝା ପ୍ରେମିକା ସେ ମୋର) by Soumya Ranjan Behera

ଅନାମିକା ଅବୁଝା ପ୍ରେମିକା ସେ ମୋର…

ଧରାପୃଷ୍ଠରେ ଯେତେବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ତା’ର ଜନ୍ମଦାତ୍ରି ଓ ତା’ର ପରିବାରର କାନରେ ପଡ଼ିଥାଏ, ସମସ୍ତେ ଖୁସିରେ ବିଭୋର ହେଇଯା’ନ୍ତି । ପାରିବାର ମଧ୍ୟରେ ଖେଳି ଯାଇଥାଏ ଖୁସିର ଏକ ଅପୂର୍ବ ଉତ୍ତାଳ ତରଙ୍ଗ । ଠିକ୍ ସେହିପରି ମୋ ଜୀବନର ରଙ୍ଗମଞ୍ଚ ଏହି ଢଙ୍ଗରେ ସାଜିତ । ଦୁଇ ହାଜର ଚାରି ମସିହା ଜୁଲାଇ ମାସରେ ମୋର ଜନ୍ମ । ମୋ ମାଆ କହୁଥିଲା ମୁଁ ଜନ୍ମ ହେବା ପରେ କୁଆଡ଼େ ସେ ସ୍ୱଭାବିକଠାରୁ ଅଧିକ ଖୁସି ହେଇଥିଲା ।…

ଅଧିକ ପଢ଼ନ୍ତୁ
Odia Story Prema - Aksharikaru Apekshika (ପ୍ରେମ... ଆକ୍ଷରିକରୁ ଆପେକ୍ଷିକ) by Manas Ranjan Nayak

ପ୍ରେମ… ଆକ୍ଷରିକରୁ ଆପେକ୍ଷିକ

ପ୍ରେମ…ଶବ୍ଦ ଏକ ମନସ୍ତାତ୍ତ୍ୱିକ ଆଲୋଡ଼ନର, ଚେତନାରୁ ଦିବ୍ୟ ଆଚରଣକୁ ରୂପାନ୍ତରଣର । ନିଃସ୍ୱାର୍ଥପର ସମ୍ପର୍କ ସ୍ଥାପନରେ ଏକ ବିଭୁଦତ୍ତ ଅମୃତତୁଲ୍ୟ ଉପାଦାନ । ଏକ ଚିରସ୍ରୋତା ନିର୍ଝରିଣୀ ପରି ଅପରିବର୍ତ୍ତିତ ତା’ର ଅବୟବ ଏବଂ ଦୃଷ୍ଟିକୋଣ । ସୁଶୀତଳ ସୁମଧୁର ଜଳରାଶିର ମନ୍ତ୍ରମୁଗ୍ଧ କଳକଳ କବିତାର ଗାନ, ହେଉ ଉତ୍ତପ୍ତ ମରୁଭୂମିଟିଏ, କଠିନ ପ୍ରସ୍ତର ପ୍ରାନ୍ତର ଅବା ଚିରସବୁଜ ସମତଳ ଭୂମି । ସମସ୍ତ ଉପେକ୍ଷା, ତିରସ୍କାର, ଅପମାନ, ଅଭିମାନ, ଦୁଃଖ, ଗ୍ଳାନି କ୍ଷଣିକେ ଅସ୍ତିତ୍ୱ ହରାନ୍ତି ପ୍ରେମର ଅମୂଲ୍ୟ ଅନୁଭୂତିରେ । ପ୍ରେମର…

ଅଧିକ ପଢ଼ନ୍ତୁ
Odia Story Chuli (ଚୁଲି) by Sushree Sangita Sethy

ଚୁଲି

ଜେଜେମା ସମୟରେ, ଜେଜେମା ଭୋର୍ ୫ଟାରୁ ଉଠି ଚୁଲିରୁ ପାଉଁଶ କାଢ଼ି, ଚୁଲିକୁ ଲିପି ସଫା ସୁତୁରା କରି ଚାହା ତିଆରି କରି ପିଉଥିଲା । ମୁଁ ତ ଜେଜେମାର ଲାଙ୍ଗୁଡ଼ । ସେ ଶୁଏ ତ ମୁଁ ତା’ କୋଳରେ ଶୁଏ, ସେ ଯେତେବେଳେ ଉଠେ ମୁଁ ସେତେବେଳେ ଉଠେ । ସେ ଚାହା କରି ନିଜେ ପିଏ ମତେ ବି ଟିକେ ଚଖେଇ ଦିଏ । ଚା’ ଧୀରେଧୀରେ ଜେଜେମାର ପ୍ରାଣ ସହ ମୋର ବି ହେଇଗଲା । ଯାହା ବି…

ଅଧିକ ପଢ଼ନ୍ତୁ
Odia Story Riksabala (ରିକ୍ସାବାଲା) by Subham Behera

ରିକ୍ସାବାଲା

ସନ୍ତୋଷ ବାବୁ ଛିଡ଼ା ହୋଇଥାନ୍ତି ବାସ ଷ୍ଟାଣ୍ଡ ପାଖରେ । ସେପଟେ ପାଖରେ ଛିଡ଼ା ହୋଇଥାନ୍ତି ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ରିକ୍ସା ଧରି । ସେ ବୃଦ୍ଧ ବ୍ୟକ୍ତି ଏବଂ ସନ୍ତୋଷ ବାବୁଙ୍କ ସବୁଦିନ ଭେଟ ସେହି ବାସ ଷ୍ଟାଣ୍ଡ ପାଖରେ ହୋଇଥାଏ କିନ୍ତୁ କେହିହେଲେ ବି ଆଜିଯାଏଁ କଥା ହୋଇ ନାହାନ୍ତି । ଦିନକର ଘଟଣା ସନ୍ତୋଷ ବାବୁ ଘରୁ ତରତର ହୋଇ ପଳେଇ ଆସିଥିବାରୁ ଟଙ୍କା ଆଣିବାକୁ ଭୁଲି ଯାଇଛନ୍ତି । ବସ୍‌ରେ ଯିବା ପାଇଁ ପାଖରେ ଟଙ୍କାଟେ…

ଅଧିକ ପଢ଼ନ୍ତୁ