Odia Story Riksha Bala (ରିକ୍ସାବାଲା) by Subal Mohapatra

ରିକ୍ସାବାଲା

ସକାଳୁ ସକାଳୁ ମୁନମୁନ, ପିକୁନକୁ ରାକ୍ଷୀ ବାନ୍ଧିବା ବେଳେ ମିସେସ୍ ସାମନ୍ତରାୟ ଦେଖୁଥିଲେ ସେମାନଙ୍କ ପିଲାଳିଆମିକୁ । ଦୁଇଜଣ ଯାକ ହଷ୍ଟେଲରେ ରହି ପାଠ ପଢ଼ନ୍ତି ହେଲେ ରାକ୍ଷୀ ପୂର୍ଣ୍ଣିମାରେ ଯେମିତି ହେଲେ ଘରକୁ ଆସନ୍ତି । ବର୍ଷ ସାରା ମାଡ଼ଗୋଳରେ ଉଠପଡ଼ ହେଉଥିବା ଘର କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ଦିନ ସ୍ନେହ ପ୍ରେମରେ ଭରିଯାଏ । ଦୁଇବର୍ଷ ସାନ ବଡ଼ ପିଲା ଦୁଇଟି କେବେ ଛୋଟରୁ ବଡ଼ ହେଇଗଲେ ଜଣାପଡ଼ିଲାନି । ବୁଝିବା ସୁଝିବାର ହେଲେଣି,…

ଅଧିକ ପଢ଼ନ୍ତୁ
Odia Story Bahira Malata (ବହିର ମଲାଟ) by Samita Sahoo

ବହିର ମଲାଟ

ବସରେ ଠେଲା ପେଲା ଗହଳିକୁ ଘୃଣା କରୁଥିବା ଝିଅ ଯେ ପ୍ରତିଦିନ ବସରେ ଯିବା ଆସିବା କରିବାକୁ ହବ ଭାବି ନଥିଲି । ବସରେ ବାପା ବୋଉଙ୍କ ସହ ମାମୁଁ ଘର ଗଲାବେଳେ ବହୁତ ଚିଡ଼େ ମୁଁ । ସେଥିପାଇଁ ଟ୍ରେନରେ ଯାଉ । କେବେ କେବେ ଭୁବନେଶ୍ୱର ଆସିଲେ ବାପାଙ୍କ ସଙ୍ଗେ ସ୍କୁଟରରେ ଆସେ । ହେଲେ ରମାଦେବୀ ମହାବିଦ୍ୟାଳୟରେ ପଢ଼ିବା ଇଚ୍ଛା ଯୋଗୁଁ ମୁଁ ନିଜ ସହ ସାଲିସ୍ କରିନେଇଥିଲି । କୁହନ୍ତିନି ଯେଉଁଟା…

ଅଧିକ ପଢ଼ନ୍ତୁ
Odia poem Nila Sadhi (ନୀଳ ଶାଢ଼ୀ) by Amiya Ranjan Beura

ନୀଳ ଶାଢ଼ୀ

ଶ୍ଵେତ ବରଫ ଚାଦର ଉପରେ ଅନସାରୀ ସହ ବସି କଫିର ମଜା ନେଉଥିଲୁ ଦୁଇ କମ୍ପାନୀ ବନ୍ଧୁ । ସାଥିରେ ଟ୍ରେନିଙ୍ଗ ଆଉ ବହୁ ଦିନ ପରେ ଏବେ ଦୁଇ ଜଣ ସାଥୀରେ ପୋଷ୍ଟିଂ । ୯ ବର୍ଷର ଅନୁଭୂତି ଆଦାନ ପ୍ରଦାନ ଚାଲୁଥିବା ବେଳେ କଫି ମଗ୍ କେତେବେଳେ ଥଣ୍ଡା ପାଣି ହୋଇଗଲାଣି ଜଣା ପଡ଼ିନଥିଲା । ନ ମାସ ହେଲା ଇଣ୍ଟରନେଟ୍ ନାହିଁ ଆଉ ଟେଲିଫୋନ ବୁଥର ଲମ୍ବା ଲାଇନରେ ଛିଡ଼ା ହୋଇ ଘରସହ…

ଅଧିକ ପଢ଼ନ୍ତୁ
Odia Story Endi Chadrara (ଏଣ୍ଡି ଚଦର) Soumya Priyadarsini Rath

ଏଣ୍ଡି ଚଦର

ସୀମା ଆଉ ମୋ ବାହାଘରର ୨ ବର୍ଷ ପୂରିବାକୁ ଆସିଲାଣି ହେଲେ ଗୋଟେ ଦିନ ବି ସାମାନ୍ୟ ମନାନ୍ତର ହେଇନି ଆମ ଭିତରେ । ଆଜି ସକାଳୁ କିନ୍ତୁ ଘରେ ମହାଭାରତ ଯୁଦ୍ଧ । ଲାଗୁଚି ବିବାହ ପରି ଗୁରୁତର ନିଷ୍ପତ୍ତି ନେବାରେ ବହୁତ ଭୁଲ କରିଦେଇଛି ମୁଁ । ଯିଏ ନିଜ ଜୀବନସାଥୀର ସାମାନ୍ୟତମ ଭାବପ୍ରବଣତା ସମ୍ପର୍କରେ ଦାୟିତ୍ୱହୀନ ହେଇପାରୁଛି ଆଗକୁ ଏତେ ବଡ଼ ରାସ୍ତା ତା’ ସହ କିପରି ଚାଲିବ? ମୋ ବୋଉ ଖାଲି…

ଅଧିକ ପଢ଼ନ୍ତୁ
Odia Story Agalpa (ଅଗଳ୍ପ) by Madhabi Madhusmita Bhanjadeo

ଅଗଳ୍ପ

ଆସନ୍ତାକାଲି ଠାରୁ ତାଲା ବନ୍ଦ ହେବ ୭ଟି ଜିଲ୍ଲାରେ । – କ’ଣ? ସତରେ ! – ହଁ ପରା । ରାଜ୍ୟରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଘୋଷଣା । ଧାରା ୧୪୪ ଲାଗିବ ୭ଟି ଜିଲ୍ଲାରେ । – ତା’ ମାନେ ସବୁ ଯିବା ଆସିବା ପରିବହନ ବନ୍ଦ କାଲିଠାରୁ? ତା’ ମାନେ ମୁଁ ଆଉ ଆସିପାରିବିନି ତ ଏଠିକୁ !? – ହଁ ଭଲ ହେବ ।…

ଅଧିକ ପଢ଼ନ୍ତୁ