ଟୋପାଏ ସିନ୍ଦୂର
ନିଜ କାନିରେ ବିମଳା ସେ ମନ୍ଦିର ବେଢ଼ାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ, “ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଲୋ ଝିଅ ! ଅୟରାଣୀ ହୋଇ ମଶାଣୀ ଯିବା ସଭିଙ୍କ କପାଳରେ ନଥାଏ !! ଆଜିକି ଦଶ ବରଷ ହବ ଏ ଅଭାଗିନୀ ପୋଡ଼ାମୁହଁକୁ ଆରିସିରେ ଦେଖିନି ଯେବେ ଠୁ ସେ ଚାଲିଗଲେ । କୋଉଠି ହାଣ୍ଡିକଳା ଲାଗିଛି ମୁଣ୍ଡରେ କେମିତି ଦେଖିବି?” ମନ୍ଦିରପାଖରେ ଥରଥର ହାତରେ…

