ପୂଣ୍ୟର ପ୍ରଭାବ
ପୂଣ୍ୟ ନୁହେଁ ଭାଇ ପଣ୍ୟ ଦ୍ରବ୍ୟ ପରି କିଣିବ ଯେ ନାଇଁ ସିଏ । ସ୍ୱାର୍ଥ ପଣ ତେଜି କଲେ ପରସେବା ପୂଣ୍ୟଟି ଅରଜି ହୁଏ ।୧। ପରମ ବ୍ରହ୍ମ ପରା ପୂଣ୍ୟର ପସରା ମେଲି ଦେଇଛନ୍ତି ଭାବେ । ଭାବ ଲଗାଇ ତୁ ଭାବଗ୍ରାହୀ ସାଥେ ବସିବୁ ପୂଣ୍ୟର ନାବେ ।୨। ଭାବ ବିନୋଦିଆ ଏ ଭବ ସଂସାର ସାଗରେ ନାଉରୀ ସାଜି । ପାରି କରୁଛନ୍ତି କରୁଣା କରିଣ ବୁଝି ପାରୁନୁ କି ପାଜୀ ।୩। ନିଶ ଦାଢ଼ି ରଖି ହୋଇଲେ ବାବାଜୀ…

