ଶେଷ କବିତା

ଶେଷ କବିତା

ଜୀବନରେ ଥରେ ଭଲ ପାଇଥିଲି ତୁମକୁ ଖୁସି ଟିକେ ଦେବା ପାଇଁ, ସେହି ଜୀବନଟି ଧୋକା ପାଇଗଲା ତୁମର ସେ ଟିକ‌କ ଖୁସି ପାଇଁ । ବିଶ୍ୱାସ, ସ୍ନେହ, ଖୁସି ଦେଇ ଭଲ ତ’ ତୁମେ ପାଇଥିଲ, ଅବିଶ୍ୱାସୀ, ଧୋକାବାଜି କ‌ହି ତୁମେ ଛାଡ଼ି ଚାଲିଗଲ । ଅଣନିଶ୍ୱାସୀ ଏ ଜୀବନଟା ନେଇ ବଞ୍ଚିପାରୁନାହିଁ ଏକା, କେବେ ବୋଧେ ଆଉ ଦେଖା ହବ ନାହିଁ, ଚାଲି ମୁଁ ଯାଉଛି ଏକା । ଲେଖୁଛି ଶେଷ କବିତା ॥ ବିଭୁରଞ୍ଜନ ଦାଶ

ଅଧିକ ପଢ଼ନ୍ତୁ
mo-gaon-nirabi-jaichi

ମୋ ଗାଆଁ ନୀରବି ଯାଇଛି

ମୋ ଗାଆଁ ନୀରବି ଯାଇଛି ପୂରୁବ କଥାକୁ ମନରେ ଆଣି ସେ ଗୁମୁରି ଗୁମୁରି କେତେ କାନ୍ଦୁଛି ।୧। ଆଗ ଚମକତା ମୋ ଗାଆଁରେ ନାହିଁ ନିଆରା ନିଆରା ଲାଗୁଛି ପରା ପାଣି ପାଗ ଏଠି ବଦଳି ଯାଇଛି ବରଷା ଋତୁରେ ହେଉଛି ଖରା ।୨। ପରିବେଶ ଏଠି ଶାନ୍ତସ୍ନିଗ୍ଧ ଥିଲା ଆଜି ଯେ ତାହାର ରୂପ ନିଆରା ସହରର ଢାଞ୍ଚା ଗାଆଁରେ ପଶିଛି ହସ ଖୁସି ସତେ ହେଲା ପାଶୋରା ।୩। ଚଷା ଭାଇଟିର ଆଗ ଡାକ ନାହିଁ ନୀରବରେ…

ଅଧିକ ପଢ଼ନ୍ତୁ
ସୁଧାମୟ ଭାଷା ମୋର

ସୁଧାମୟ ଭାଷା ମୋର

କେଡ଼େ ସୁନ୍ଦର ସେ ଆନନ୍ଦ ଲାଗଇ ଏ’ ଓଡ଼ିଆ ଭାଷା ମୋର । ଧନ୍ୟ ମା’ ଧରିତ୍ରୀ ତୋହରି କୋଳରେ ଭାଷା ଓଡ଼ିଶା ମାଟିର । ପାଶ୍ଚାତ୍ୟ ଭାଷାକୁ ଯେତେ ଆଦରିଲେ ସେ କିସ ମଧୁର ହୋଇ । ଦୁଃଖିନୀ ଜନନୀ ବିଳାପ କରୁଛି ତା’ ଭାଷା ଆଦର କାହିଁ ? ଓଡ଼ିଆ ଭାଷାକୁ ଲେଖି ପଢ଼ି କ‌ହି କେ କେତେ ନାଆଁ ରଖିଛି । ଆଜି କିଆଁ ଏଠି ଏହି ଭାଷା ପାଇଁ ହତାଦର ରହିଅଛି ? ଦୀପକ କୁମାର ମଙ୍ଗଳ

ଅଧିକ ପଢ଼ନ୍ତୁ
Odia Poem Samparka (ସମ୍ପର୍କ) by Tapaswini Mahala

ସମ୍ପର୍କ

ସମ୍ପର୍କ ମରିଗଲେ ହିଁ ଜଣା ପଡ଼େ ଯେ କେତେ ପ୍ରବଳ ଭାବରେ ବଞ୍ଚିଥିଲା । ସମ୍ପର୍କ ମରିଗଲେ ସ୍ମୃତି ଆସେ ଚୁମ୍ବକ ହେଇ, ଟାଣି ନିଏ ଲୁହାରେ ତିଆରି ଭାରି ନିଦ ଆଉ ଟୁକୁଡ଼ା ସ୍ୱପ୍ନ । ମୃତଦେହ ସବୁବେଳେ ଅର୍ଥହୀନ ତେଣୁ, ସମ୍ପର୍କ ମରିଗଲେ ମିଶି ଯାଏ ନଈ ସାଙ୍ଗେ, ବହି ସାଙ୍ଗେ ଏକୁଟିଆ ଆମ୍ବ ଗଛ, ଝଙ୍କାଳିଆ ବୁଦା ସାଙ୍ଗେ, କପାଳର ରେଖା ସାଙ୍ଗେ, ହାତର ଆୟୁଷ ସାଙ୍ଗେ, ଦର୍ପଣର ଧୂଳି ସାଙ୍ଗେ, ପାଦର ଚପଲ ସାଙ୍ଗେ……

ଅଧିକ ପଢ଼ନ୍ତୁ
Odia Poem Ama Gaon ra Pokhari (ଆମ ଗାଆଁର ପୋଖରୀ) by Rajshekhar Chima for Shubhapallaba Magazine

ଆମ ଗାଆଁର ପୋଖରୀ

ଆସନ୍ତୁ ଜାଣିବା ଆମ ଗାଁ ପୋଖରୀର କଥା, ଯେତେ ଗାଇଲେ ବି ସରେନି ଯାହାର ଗାଥା । ଆମ ପୋଖରୀରେ ଅଛି ବିଶୁଦ୍ଧ ପାଣି, ଉପ‌ହାର ଦେଇଛନ୍ତି ଆମକୁ ବର୍ଷା ରାଣୀ । ସ୍ପର୍ଶ କରନ୍ତି ଯେବେ ପୋଖରୀକୁ ସୁବର୍ଣ୍ଣ ରବି କିରଣ, ଅର୍ଘ୍ୟ ସମର୍ପଣ କରି ମନ୍ଦିର ପୂଜାରୀ ମାଗନ୍ତି ସୂର୍ଯ୍ୟଙ୍କୁ ଶରଣ । ଏହି ପୋଖରୀ ପାଖରେ ଘର କରି ର‌ହୁଛନ୍ତି ମୋ ଅଜା ଆଈ, ଏ ପୋଖରୀର ପାଣି ପିଅନ୍ତି ତାଙ୍କ ଦୁଇ ଗାଈ । ସବୁଦିନେ ଫୁଟନ୍ତି…

ଅଧିକ ପଢ଼ନ୍ତୁ