ବାପା

ବାପା

ନା ମୁଁ ତୁମକୁ କେବେ ଦେଖିଛି ନା ତୁମେ ମୋତେ ଚାହିଁ ହସିଛ କିନ୍ତୁ ତୁମେ ମୋତେ ଜନ୍ମ ଦେଇଛ । ନା ତୁମେ ମୋତେ ତାଗିଦ୍ କରିଛ ନା ମୋ ଖୁସିରେ ଖୁସି ହେଇଛ କିନ୍ତୁ ମୋତେ ପରିଚୟ ଦେଇଛ । ନା ତୁମେ ମୋ ହାତ ଧରି ରାସ୍ତା ପାରି କରିଛ ନା ମୁଁ ତୁମ ହାତ ଧରି ଚାଲିବା ଶିଖିଛି କିନ୍ତୁ ତୁମେ ମୋତେ ସାହସୀ କରିଛ । ନା ତୁମେ ଦେଖିଛ…

ଅଧିକ ପଢ଼ନ୍ତୁ
ଭାବନା ଅନନ୍ତ

ଭାବନା ଅନନ୍ତ

ଭାବନା ଅନନ୍ତ ଶବ୍ଦ ସୀମିତ । କହିବି ବା କଅଣ ଲେଖିବି ବା କଅଣ ତମସା ଅନନ୍ତ ଦୀପ ସୀମିତ । ଭାବନା ଅନନ୍ତ ଶବ୍ଦ ସୀମିତ ॥ ପୂର୍ଣ୍ଣ ଜୀବନ, ଅଭାବ ଅଛି ତଥାପି କଳ୍ପନା ଅତୀତ ଏ ଭାବ ଅଛି ତଥାପି । ଦେବ ଆଶୀଷ ବା ମିଳିବ କାହିଁ ଅର୍ଚ୍ଚନା ଅନନ୍ତ ପୂଜା ସୀମିତ । ଭାବନା ଅନନ୍ତ ଶବ୍ଦ ସୀମିତ ॥ ନିରାଶାର ନୁହଁ ଭୟ ଆଶାର ସୁରଭିର ନୁହଁ ମୋହ…

ଅଧିକ ପଢ଼ନ୍ତୁ
ଅତୀତ ଯାଇଛି ହଜି

ଅତୀତ ଯାଇଛି ହଜି

ତୁମ ରୂପଗୁଣ ବର୍ଣିତ ନ ହୁଏ ଭାଷାରେ ସୌରଭ ତୁମ ମହକି ଉଠଇ ସଖି ଗୋ । ଓଷ୍ଠରୁ ସଦା ଅମୃତ ଧାରା ଝରଇ ଉପମା ସବୁ ହାର ମାନେ ତୁମ ପାଖରେ । ସଂସାରରେ ରହି, ଯେତେ କାମନା ବାସନା ଜାଗିଛି ତୁମ ପାଇଁ ସବୁ ଯଶ ପୁରୁଷ ମୋହରି । ଆଗୋ ପ୍ରିୟତମା, ମୋ ହୃଦୟ ରାଇଜ ମାନସୀ । ପରସରେ ତୁମ ନୂତନ ଜୀବନ ଲଭିଛି, ଜ୍ୟୋତ୍ସ୍ନା ବୈଧୌତ ରଜନୀରେ ତୁମ ସାଥିରେ…

ଅଧିକ ପଢ଼ନ୍ତୁ
gaon

ଗାଁ

ଅତୀତରେ କେବେ ଗାଁ ଥିଲା ସେ ଗାଁ’ରେ ଶୀତଳ ଛାଇ ଥିଲା ସେ ଛାଇରୁ ଛାଣି ହୋଇକରି ବଞ୍ଚିବାର ଛୋଟ ଆଶା ଥିଲା । ନବବଧୂ ମଥା ଓଢ଼ଣାରେ କଅଁଳ ଶିଶୁର ଝୁଲଣାରେ ବିଶ୍ୱାସର ଏକ ପାଲିଙ୍କି ସଜେଇ ହସୁଥିଲା ଗାଁ ଆନନ୍ଦରେ । ଏଇ ଗାଁ ଦେଇ ଯାଉଥିଲେ କେତେ ସାଧୁ କେତେ ସନ୍ଥ ବି ସୁନେଲି କ୍ଷେତ ହସୁଥିଲା କେଉଁଠି ପତ୍ର କେଉଁଠି ଘାସ ବି । ଅଗଣିତ ଗପ ଭରା ଥିଲା ବୁଢ଼ୀ…

ଅଧିକ ପଢ଼ନ୍ତୁ
ଏମିତି କିଛି କଥା ନାହିଁ

ଏମିତି କିଛି କଥା ନାହିଁ

ଏମିତି କିଛି କଥା ନାହିଁ, ତତେ କିଛି ଭେଟି ଦେବା ପାଇଁ… ଏମିତି କିଛି କଥା ନାହିଁ, ତୋ’ ଛବିକୁ ସାଇତିବା ପାଇଁ- ଏମିତି କିଛି କଥା ନାହିଁ, ତୋ ଓଠରେ ମୁଁ, ହସ ହୋଇ ଲାଖିଯିବା ପାଇଁ… ଏମିତି କିଛି ତ’ କଥା ନାହିଁ, ତୋ ଆଖି ତଳେ ମୁଁ, ଲୁହ ହୋଇ ଲୁଚିଯିବା ପାଇଁ- ଏମିତି କିଛି କଥା ନାହିଁ, ଭଙ୍ଗା ସ୍ୱପ୍ନ ତତଲା ବାଲି ନିଆଁରେ, ତୋ’ କୋମଳ ବିଶ୍ୱାସର ଅଙ୍ଗୀକାର ପାଇଁ……

ଅଧିକ ପଢ଼ନ୍ତୁ