ଜୀବନ୍ତ ମୁର୍ଦ୍ଦାଳ

ଜୀବନ୍ତ ମୁର୍ଦ୍ଦାଳ

କାହାକୁ କହିବି କିଏ ଯେ ଶୁଣିବ କିଛି ତ ରହିନି ବାକି ଆଜି ବି ଜନନୀ, ଭାର୍ଯ୍ୟା, ଭଗିନୀ କାନ୍ଦେ ଲୁହ ଢୋକି-ଢୋକି ଭାବୁଚି କେହି ତ ଚିତ୍କାର ଶୁଣି, କରିବ କି ସତେ ନ୍ୟାୟ ଯେଉଁ ଦେଶେ ନାରୀ ପୂଜନୀୟ ଥିଲା, ସେଠି ଆଜି ଅସହାୟ । ବୁକୁ ଠୁ ମା’ର ରକ୍ତ ଝରେରେ ପୋଛିଦିଅ କିଏ ଆସି ତଥାପି ଜୀବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି………(୧) ସମସ୍ତେ ସାଜିଛୁ ହସ୍ତିନାବାସି ଚକ୍ଷୁରେ ପୁଟୁଳି ବାନ୍ଧି…

ଅଧିକ ପଢ଼ନ୍ତୁ
ଜାତି ଗଙ୍ଗା

ଜାତି ଗଙ୍ଗା

କି ଲାଭ ମିଳିବ ଜାତି ଭେଦଭାବୁ ବୃଥାରେ କଳହ ହୋଇ, ନିଜନିଜ ମଧ୍ୟେ ହଣାକଟା ଯଦି ଜାତିଧର୍ମ କଥା ନେଇ ॥୧॥ ବିଶାଳ ଭାରତ ଭୂଖଣ୍ଡରେ ଜନ୍ମି ବୁଝିକି ପାରୁଛ ନାହିଁ ସର୍ବପରିଶେଷେ ଆମେ ଭାରତୀୟ ଅଟୁ ପରା ଭାଇଭାଇ ॥୨॥ ତଥାପି କିମ୍ପାଇଁ ଜାତିଧର୍ମ ନେଇ ରଚୁଅଛ ଏତେ ଦଙ୍ଗା ହିନ୍ଦୁ ମୁସଲମାନ ନୁହେଁ ବଡ଼ ସାନ ଏକ କର ଜାତିଗଙ୍ଗା ॥୩॥ ଭାରତୀୟ ଆମ ଜାତିର ସଙ୍କେତ ଧର୍ମହେଉ ଦୟା ଭାବ କର୍ମକୁ ଆମର…

ଅଧିକ ପଢ଼ନ୍ତୁ
bayanira-raja

ବାୟାଣୀର ରଜ

ରଜ ଆସିଛି ରଜ ଆସିଛି ଖେଳିବା ଆସ ଦୋଳି ପୋଖରୀ କୂଳେ ଆମ୍ବଡାଳେ ପଟା ଦୋଳିରେ ଝୁଲି କୁଙ୍କୁମ ବିନ୍ଦୁ କପାଳେ ତା’ର ନିନ୍ଦୁ ଥିଲା ଚନ୍ଦ୍ରହାର କଜଳ ଗାରେ ନୟନ ଲାଗେ ଖଞ୍ଜନାକ୍ଷୀ ପରି । ଘରକୁ ଘର ପିଲାଙ୍କୁ ଡାକି ରଜପାନକୁ ଜାକି ମୁଖର କଲା ଗାଁ ଦାଣ୍ଡକୁ କୁରୁଳି ଗଲେ ଟୋକି ଗୋଜ ବାୟାଣୀ ନାଆଁଟି ତା’ର ବୟସ ହେବ ବାର ତେର ପରଜାପତି ଉଡ଼ିଲା ପରି ବୁଲେ ପରାଗ ମାଖି । ଗୋଧୂଳି ବେଳା…

ଅଧିକ ପଢ଼ନ୍ତୁ
ମିଛେଇ ମା

ମିଛେଇ ମା

ସେ ମିଛ କହୁଥିଲା ନିତି ନିତି ମୋତେ ଆଣିଦେବ ସରଗ ଶଶୀ ସେ ମିଛ କହୁଥିଲା ସବୁ ସନ୍ଧ୍ୟାରେ ମୁଁ ଯଦି କାନ୍ଦୁଥିଲି ବେଶୀ । ସେ କହୁଥିଲା ତୁ କାହିଁକି ମରୁନୁ ମୁଁ ଯଦି ହେଉଥିଲି ଦୁଷ୍ଟ । ସେ ନୀତି ମରୁଥିଲା ଆଖି ବୁଜିଦେଇ ଦେଖିବାକୁ ମୋର କଷ୍ଟ । କାନ୍ଦୁଥିଲା ସିଏ ଲୁଚି ଲୁଚି ମୋ’ଠୁ ଯେବେ ମୋତେ ମାରୁଥିଲା ପଚାରିଲେ ତାକୁ ସିଏ କହୁଥିଲା କାହିଁ, ମୁଁ ତ କାନ୍ଦୁନି ମୋ ଆଖିରେ ପୋକ ପଡ଼ିଥିଲା ।…

ଅଧିକ ପଢ଼ନ୍ତୁ
jibana-calendar

ଜୀବନ କ୍ୟାଲେଣ୍ଡର

ବଡ଼ି ଭୋର୍‌ରୁ ବ୍ଲଡ୍ ପ୍ରେସର୍, ଡାଇବେଟିସ୍ ଓ ଠାକୁର ଆଲାରାମ୍ ସାଜି ନିଦରୁ ଉଠାନ୍ତି, ବୟସକୁ ଦୁଇ ପାଦ ପଛକୁ ଠେଲୁ ଠେଲୁ ରାସ୍ତାରେ ଭେଟ ହୁଅନ୍ତି ଦୁଇଟି ସୂର୍ଯ୍ୟ, ଜଣେ ଅସ୍ତ ଏବଂ ଜଣେ ଉଦୟର ଦ୍ୱାରସ୍ଥ… ଫୁଲ ତୋଳୁ ତୋଳୁ ମରିଯାଉଥିବା ସ୍ୱପ୍ନମାନେ ଝାଳ ପୋଛି ଦିଅନ୍ତି ରୁମାଲ ଧରି… ଅଫିସରେ ଫାଇଲମାନଙ୍କ ଷ୍ଟ୍ରାଇକ୍, ବାବୁ ଏକା ଏକା ପାନ ଖାଉଛନ୍ତି କୁଆଡ଼େ କାମ ବଢ଼ିଲାଣି ସରକାରୀ ଚାକିରୀରେ ! ଚା’ ଦୋକାନରେ ଦେଶର ରାଜନୀତି…

ଅଧିକ ପଢ଼ନ୍ତୁ