ଯଦି

ଯଦି

ଯଦି କ୍ରୋଧର ଅନଳରେ ଜଳିନଥାନ୍ତି ସେଦିନ ହୁଏତ ଏ ଜୀବନେ ଆଜିବି ଥାଆନ୍ତା ଅସ୍ତିତ୍ୱ ତୁମର ନା ପ୍ରତି ମୁହୂର୍ତ୍ତରେ ଝୁରୁଥାନ୍ତା ଅଧିର ଏ ମନ ନା ଅବଶୋଷ କରୁଥାନ୍ତା ଚିର ଅପୂର୍ଣ୍ଣ ମୋ ସ୍ୱପ୍ନ । ଯଦି ପ୍ରାପ୍ତିର ଅଭୀପ୍ସାରେ ଲଙ୍ଘିନଥାନ୍ତି ଲକ୍ଷ୍ମଣ ରେଖା ବିବ୍ରତ ହେଉନଥାନ୍ତା ହୃଦୟ ପାଇବାକୁ ଶୀତଳ ସ୍ପର୍ଶ ମୃଗପ୍ରାୟ ଇତସ୍ତତଃ ଧାଇଁ ହୋଇନଥାନ୍ତି ମତ୍ତ ପାଇବାକୁ ସ୍ୱଶରୀରେ ସ୍ଥିତ କସ୍ତୁରୀ ରହସ୍ୟ । ଯଦି ଚାନ୍ଦିନୀ ରାତିର ଉନ୍ମାଦରେ ରଚିନଥାନ୍ତି…

ଅଧିକ ପଢ଼ନ୍ତୁ
ନିଜ ଇଲାକାରେ

ନିଜ ଇଲାକାରେ

ଚଳ ଚଞ୍ଚଳ ଅସ୍ଥିର ଏ ମନ ରାତ୍ରୀର ରାଣୀ ପାହୁଣ୍ଡେ ପାହୁଣ୍ଡେ ଆଗକୁ ବଢ଼ାଉଛି ପାଦ । ଚାରିଆଡ଼ ଶୁନଶାନ ନିଃଶବ୍ଦ ଆକାଶରୁ ଝରିପଡ଼ୁଛି ଅଦିନିଆ ଫଗୁଣର କେଇଟୋପା ଲୁହ । ଶରୀରଟା ଅଳ୍ପ ଭିଜିଲା ଗେଣ୍ଡାପରି ଆଖିରେ ଜକେଇ ଉଠୁଛି ତରଳ ଲାଭା ସତେ କି ବାହାରି ଆସିବ ଅଚିହ୍ନା ବ୍ୟକ୍ତିଙ୍କ ଅଚିହ୍ନା ମୁହଁ । ବ୍ୟାକୁଳତା ବ୍ୟତିବ୍ୟସ୍ତ କରେ ମନରେ ସାହସ ଓ ଦମ୍ଭ ପାଦ ବଢ଼ାଏ ଆଗକୁ ଆଗକୁ । ସ୍ୱପ୍ନ ଅସରନ୍ତି…

ଅଧିକ ପଢ଼ନ୍ତୁ
ଉନ୍ମୁକ୍ତ

ଉନ୍ମୁକ୍ତ

ଭାବନାରେ ବହିଯିବା ବୋଧେ ମୋ ଇତି କେବେ ନିରବିଛିନ୍ନ ପ୍ରବାହ ପୁଣି କେବେ ଶାନ୍ତ ମୂର୍ତ୍ତି । ବିଷପରି ପି’ ଚାଲିଛି ଏ ଜୀବନକୁ ସତେ କି ନୀଳକଣ୍ଠ ଅଭିଶପ୍ତ ଗନ୍ଧର୍ବ ଭଳି ଘୁରି ବୁଲୁଛି ହେଇ ସଂସାରୁ ନିର୍ଲିପ୍ତ । ନିଶାଗ୍ରସ୍ତ ମଦ୍ୟପ ପ୍ରାୟେ ଘୁରିବୁଲେ ଏ ପଥରୁ ସେ ପଥ ଖୋଜିଚାଲେ ମୋ ନିଜର ପରିଚୟ ଆଉ ପରିଚିତ । ଆଶାସବୁ ତ ଭାଙ୍ଗି ହିଁ ଗଲାଣି ହଜି ଗଲାଣି ସବୁ ରିଦ୍ଧି ପ୍ରଭୁହରା…

ଅଧିକ ପଢ଼ନ୍ତୁ
ଚିଠି ଆଜି କାନ୍ଦୁଛି

ଚିଠି ଆଜି କାନ୍ଦୁଛି

ବିରହୀ ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ ପୁଣି ଥରେ ସାତ ସାଗର ପାରେ ଯିବାକୁ, ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି । ସତେ ଆସିଗଲା ବାର୍ଦ୍ଧକ୍ୟ ତା’ର, ଆଉ ନାହିଁ କ’ଣ ସେ ଉନ୍ମାଦନା ଚିଠି ଲେଖାରେ, ତା’ର ବାସ୍ନାରୁ କ’ଣ ହଜିଯାଇଛି ପ୍ରେମର ସୁମଧୁର ସୁରଭି, ଭଗ୍ନ ଏକ ସ୍ତୁପ ସାଜି ଚିଠି…

ଅଧିକ ପଢ଼ନ୍ତୁ
ବର୍ଷା ଓ ବୟସ

ବର୍ଷା ଓ ବୟସ

ବର୍ଷା ଝରେ ଟପ୍‌ଟାପ୍ ସୁରରେ ସୁ.. ସୁ.. ଶବ୍ଦରେ ଦୋଳି ଖେଳେ ପବନ ସାଥିରେ । ଉଲ୍ଲସିତ ହୁଏ ଚାଷୀ ବିଭୋର ହୁଏ କବି କୁରୁଳି ଉଠନ୍ତି ପ୍ରଣୟ-ପ୍ରଣୟୀ, ମାଟି ପ୍ରସବିଯାଏ ଅନାବନା କେତେ ଯେ ନବପଲ୍ଲବ ତା’ର ଠିକଣା ନଥାଏ । ବର୍ଷାର ସୁରେ ସୁରେ ମନେପଡ଼େ ପିଲାବେଳ ପାଣି ଫୋଟକା ସହ କାଗଜ ଡଙ୍ଗାର ଖେଳ, ଓଦା ଓଦା ସ୍କୁଲ ଫେରନ୍ତା ସମୟ । ବର୍ଷାର ସଙ୍ଗୀତ ଠିକ୍ ଜୀବନ ସଙ୍ଗୀତ ପରି, ବର୍ଷା…

ଅଧିକ ପଢ଼ନ୍ତୁ