You are currently viewing ପ୍ରତୀକ୍ଷା
ପ୍ରତୀକ୍ଷା

ପ୍ରତୀକ୍ଷା

ଆଖି ବୁଜିଦେଇ ତୁମରି କଥାକୁ
ଭାବେ ଯେବେ ମୋ ମନରେ,
କ୍ଷଣିକେବି ତୁମେ ଡେରି ନ କରି ଗୋ
ଚାଲିଆସ ଭାବନାରେ ॥

ଲାଗୁଛି ତୁମରି ପ୍ରେମ ବନ୍ଧନରେ
ବାନ୍ଧି ହୋଇ ଯାଇଅଛି,
ପାରୁନି ତୁମଠୁ ଦୂରେ ଆଉ ରହି
ପ୍ରତିମୁହୂର୍ତ୍ତେ ଖୋଜୁଛି ॥

ପ୍ରତୀକ୍ଷା କରିଛି ତୁମରି ପଥକୁ
ଆସିବ ଯେ କେବେ କୁହ,
ଚାହିଁ ଚାହିଁ କେତେ ଦିନ ବିତିଲାଣି
ଆଉ କେତେ ଯେ ସମୟ ॥

ବାକି ଅଛି ଖାଲି ତୁମରି ସାଥିରେ
କେବେ ହେବ ମୋର ଦେଖା,
ନିଆରା ଭାବରେ ଆମରି ପ୍ରେମର
କାହାଣୀ ହୋଇବ ଲେଖା ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମିଥୁନ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।