
ବାୟାଣୀର ରଜ
ରଜ ଆସିଛି ରଜ ଆସିଛି ଖେଳିବା ଆସ ଦୋଳି ପୋଖରୀ କୂଳେ ଆମ୍ବଡାଳେ ପଟା ଦୋଳିରେ ଝୁଲି କୁଙ୍କୁମ ବିନ୍ଦୁ କପାଳେ ତା’ର ନିନ୍ଦୁ ଥିଲା ଚନ୍ଦ୍ରହାର କଜଳ ଗାରେ ନୟନ ଲାଗେ ଖଞ୍ଜନାକ୍ଷୀ ପରି । ଘରକୁ ଘର ପିଲାଙ୍କୁ ଡାକି ରଜପାନକୁ ଜାକି ମୁଖର କଲା ଗାଁ ଦାଣ୍ଡକୁ କୁରୁଳି ଗଲେ ଟୋକି ଗୋଜ ବାୟାଣୀ ନାଆଁଟି ତା’ର ବୟସ ହେବ ବାର ତେର ପରଜାପତି ଉଡ଼ିଲା ପରି ବୁଲେ ପରାଗ ମାଖି ।…