ଶୂନ୍ୟତା

ଶୂନ୍ୟତା

କିଛି ତୁନି ତୁନି କିଛି ଚୁପି ଚୁପି ଶବ୍ଦ କହିଯାଏ ଶୂନ୍ୟତା ମତେ । ଭାଗ୍ୟ ନୁହେଁ ପ୍ରାରବ୍ଧ ନୁହେଁ ଶତ ସହସ୍ର ଯୁଗର ପ୍ରେମିକ ସେ ସତେ !! କିଛି ଭିନ୍ନ କିଛି ଅଭିନ୍ନ କେବେ ପୂର୍ଣ୍ଣଛେଦ ନାହିଁ ଖାଲି ପ୍ରଶ୍ନଚିହ୍ନ । କାହିଁକି କେମିତି କେଜାଣି ଜାଣେନା ଯିଏ ସଙ୍ଗେ ଥିଲେ ହାତ ଛାଡ଼ିଦେଲେ, ନିସ୍ତବ୍ଧତାର ରଙ୍ଗରେ ରଙ୍ଗେଇ ମତେ ଶୂନ୍ୟତା ଯେମିତି ପ୍ରେମିକ ମୋ ସତେ !! ପ୍ରତ୍ୟାଶା ପ୍ରିୟଦର୍ଶିନୀ

ଅଧିକ ପଢ଼ନ୍ତୁ
Shishira Shobha

ଶିଶିର ଶୋଭା

ଶିଶିର ଆକାଶେ ଶଶଧର ଦିଶେ ଶୁଭ୍ର ମେଘଖଣ୍ଡ ଭାସୁଛି ଶ୍ୱେତବର୍ଣ୍ଣର କାଶତଣ୍ଡି ଫୁଲେ ଶ୍ମଶାନ ବାଲିପଠା ହସୁଛି । ଶତହ୍ରଦା (ବିଜୁଳି) ଆଉ ନଭେ ଚମକୁନି ଶୁନାଶୀର ଗରବେ ହସୁନି ଶୀତାତପ ଦାଉ ଅସହିଷ୍ଣୁ ନୁହେଁ ଶ୍ରମ ଝାଳ ଆଉ ବୋହୁନି । ଶଫରୀ (କେରାଣ୍ଡି) ଡେଉଁଛି ଅତି ଗରବରେ ଶସ୍ୟକ୍ଷେତେ ଗଣ୍ଡେ ଜଳରେ ଶାଳିଧାନ ସବୁ ଉଙ୍କି ମାରିଲାଣି ଶାରଦ ନୈବେଦ୍ୟ ଆଶରେ ଶତମୂଳା (ଦୂବଘାସ) ସବୁ କଅଁଳି ହସୁଛି ଶୋଭିବ ଶାରଦା ଶିରରେ । ଶତଦଳ ପଦ୍ମ ଶୋଭେ…

ଅଧିକ ପଢ଼ନ୍ତୁ
prema

ପ୍ରେମ

ପ୍ରେମ ଯେ ସଜାଏ କାହା ଆଖିରେ ସ୍ୱପ୍ନ ଜୋଛନାର ଜହ୍ନରାତି ପ୍ରେମ ଯେ ସଜାଏ କାହା ତନୁରେ ଭ୍ରମ ଅଦେଖା ଅଶ୍ରୁର ତାତି ॥ ସାଉଁଟି ସାଉଁଟି ଖୋଜୁଥାଏ ସେ ତ ଶାମୁକା ଭିତରୁ ମୋତି ହୃଦୟ ମନ୍ଦିରେ ଜାଳୁଥାଏ ବସି ପ୍ରେମ ପାଇଁ ନିତି ବତୀ ପ୍ରଣୟ ପସରା ଭେଟି ସେ ସାଉଁଟି ଲୋଡ଼ି ବସେ ପାଶେ ସାଥୀ ॥ ସପନ ତ ଭାଙ୍ଗେ ସମୟ ତ ବିତେ ଭରିଯାଏ ମନେ କୋହ କେତେ ଯେ…

ଅଧିକ ପଢ଼ନ୍ତୁ
ମୁଖାବରଣ

ମୁଖାବରଣ

ହେ ମୁଖାବରଣ !! ତୁମେ ସତ୍ୟର ଆବରଣ, ସତେ ଯେମିତି ଲାଲ୍ ଟହଟହ ଲୋଭନୀୟ ମହାକାଳ ଫଳ, ବାହ୍ୟ ଉପଢୌକନର ଚାକଚକ୍ୟରେ ଲୁଚାଇ ଦେଇଛ ନିଜ ଅସ୍ତିତ୍ୱକୁ । ଶୁଣିଛି ଚେହେରାରୁ ଜାଣିହୁଏ ହୃଦୟର କଥା, ଚେହେରା ସାଜିଯାଏ ମନର ଆଇନା… କିନ୍ତୁ ହେ ମୁଖାବରଣ, କେମିତି ସାଜ ଏତେ ଶକ୍ତିଶାଳୀ ତୁମେ !! କେମିତି ଆବୃତ୍ତ କରିପାର ଚେହେରାର ମୌଳିକତାକୁ ନିଜ ଭିତରେ… କେମିତି ଆଙ୍କିପାର ମିଥ୍ୟାଭିମାନର ହସ, ଆଉ ଦେଖାଇ ପାର ଦାମ୍ଭିକତାର ପରାକାଷ୍ଠା… ପୁଣି କେବେ ଘୋଡ଼ାଇ…

ଅଧିକ ପଢ଼ନ୍ତୁ
ସ୍ମୃତିର ତାଳେ ତାଳେ

ସ୍ମୃତିର ତାଳେ ତାଳେ

ସ୍ମୃତିର ତାଳେ ତାଳେ ନୃତ୍ୟେ ଭୋଳ ଅଶ୍ରୁ ଜଳେ କରାଳ ଲହରୀ ଭେରି ହୃଦ ସାଗରେ ଖେଳେ । ସ୍ମୃତିର ତାଳେ ତାଳେ । ସ୍ମୃତିର ତାଳେ ତାଳେ ପ୍ରତିବିମ୍ବ ମନେ ଧରି ତୋଳେ ଅଲୋଡ଼ା ସତ୍ତା ଅନ୍ୱେଷଣ ସମୟ ପାଉଁଶଗଦା ତଳେ ସ୍ମୃତିର ତାଳେ ତାଳେ… ସ୍ମୃତିର ତାଳେ ତାଳେ ମନ ହଜେ ଅନ୍ତରାଳେ, ଗାଇ ପୁଲକର ଗୀତି ମଗ୍ନ ହୁଏ ମୋହ ଛଳେ । ସ୍ମୃତିର ତାଳେ ତାଳେ… ସ୍ମୃତିର ତାଳେ ତାଳେ ମନ ଛାଇ ଆଲୁଅରେ ଖେଳେ…

ଅଧିକ ପଢ଼ନ୍ତୁ