You are currently viewing ପ୍ରେମ
ପ୍ରେମ

ପ୍ରେମ

ପ୍ରେମ ଯେ ସଜାଏ କାହା ଆଖିରେ ସ୍ୱପ୍ନ
ଜୋଛନାର ଜହ୍ନରାତି
ପ୍ରେମ ଯେ ସଜାଏ କାହା ତନୁରେ ଭ୍ରମ
ଅଦେଖା ଅଶ୍ରୁର ତାତି ॥

ସାଉଁଟି ସାଉଁଟି ଖୋଜୁଥାଏ ସେ ତ
ଶାମୁକା ଭିତରୁ ମୋତି
ହୃଦୟ ମନ୍ଦିରେ ଜାଳୁଥାଏ ବସି
ପ୍ରେମ ପାଇଁ ନିତି ବତୀ
ପ୍ରଣୟ ପସରା ଭେଟି ସେ ସାଉଁଟି
ଲୋଡ଼ି ବସେ ପାଶେ ସାଥୀ ॥

ସପନ ତ ଭାଙ୍ଗେ ସମୟ ତ ବିତେ
ଭରିଯାଏ ମନେ କୋହ
କେତେ ଯେ ପଲକେ ସ୍ମୃତିକୁ ସାଉଁଟି
ନୀରବେ ଅନ୍ତର ଦେହ
ବିରହ ବେଦନା ସହି ସହି ସିଏ
ପାଷାଣ କରଇ ଛାତି ॥

ସୁଖ ପରେ ଦୁଃଖ ପରେ ସୁଖ
ରହିଛି ଜୀବନ ସାରା
କା’ ଜୀବନ ଭରେ ସ୍ନେହ ପ୍ରୀତି ପ୍ରେମେ
କାହା ପାଇଁ ଲୁହର ଧାରା
ଯେତେ ଚାହିଁଲେ ବି ଭୁଲି ଯେ ହୁଏନା
ନିରାଶା ହୁଅଇ ନିତି ॥

ସ୍ୱାତୀ ବନ୍ଦନା କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱାତୀ ବନ୍ଦନା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି ।