ବର୍ଷା ଛିଟା
ଝରା ଶ୍ରାବଣର ବର୍ଷା ଠାରୁ ବେଶୀ ମିଠା ଏଇ ଝିପିଝିପି ବର୍ଷାର ଛିଟା । କଥାଠୁ ବେଶୀ ମନଛୁଆଁ ତମ ହାତ ଲେଖା ସେଇ ସବୁ ପ୍ରେମ କବିତା । ମିଳନ ଠାରୁ ବେଶୀ ସୁନ୍ଦରତା ତମ ମୋ ଭିତରର ଦୂରତା । ପ୍ରେମ ଠାରୁ ଢେର ମଧୁରତା ତମ ସହ ନିବିଡ଼ ବନ୍ଧୁତା । ଫୁଲ ଠାରୁ ବେଶ୍ ମନ ଲୋଭା ତମ ମୁଖ ମଣ୍ତଳର ଶୋଭା । ସେଥିପାଇଁ ତ କହେ ତମ ରୂପ ସୌନ୍ଦର୍ଯ୍ୟର ଆଗେ କୋଣାର୍କର ଭାସ୍କର୍ଯ୍ୟ ବି…

