Priyara Khoka Bhai

ପ୍ରିୟର ଖୋକାଭାଇ

ଓଡ଼ିଶା ମାଟିର କଟକ ସହରେ ହୋଇଥିଲା ତାଙ୍କ ଜନ୍ମ । ମହତ କାମରେ ରଖିଦେଲେ ସିଏ ଓଡ଼ିଶା ମାଟିର ନାମ । କବିତା ଲେଖିବା ସଂଗୀତ ଗାଇବା ଥିଲାଟି ତାଙ୍କର ପ୍ରାଣ । ସ୍ୱପ୍ନକୁ ସାକାର କରିବା, ନୁହେଁ ଯେ କଷ୍ଟ କଲେ ସିଏ ପ୍ରମାଣ । ବାପାମାଆଙ୍କର ଅତିଗୋହ୍ଲା ପୁଅ ନାମଟି ତାଙ୍କର ଅକ୍ଷୟ । ସୁରିଲା କଣ୍ଠରେ ଗୀତ ଗାଇ ଦେଇ ପାଇଲେ ସବୁଠି ବିଜୟ । ଖୋକା ଭାଇ ନାମେ ପରିଚିତ ଥିଲେ ଜନତାଙ୍କ ନିକଟରେ । ଅତି ଭୟଙ୍କର ଜ୍ଞାନର ବାଡ଼ବ…

ଅଧିକ ପଢ଼ନ୍ତୁ
Binati

ବିନତୀ

ଏବେ ବି ଝୁରୁଛି ରାଧା ଦେଖିବୁ ଆ’ କାହ୍ନା ଖୋଜୁଅଛି ତୋତେ ଏକା ତୋ’ ପ୍ରିୟ ଯମୁନା । ଫୁଟୁଛି ଶତେକ ପଦ୍ମ କାଳିନ୍ଦୀର ଜଳେ ହେଲେ ତୋ’ ବଂଶୀ ସ୍ୱନ ଶୁଭୁନି ସେ କୂଳେ । ଲୀଳା ତୋ’ ଲଗାଇ ଥିଲୁ ଗୋପୀଗଣ ଧରି ତୋ’ ନାମ ଶୁଣିଲେ କଂସ ଯାଉଥିଲା ଡରି । କେତେ ଦିନ କହ ଆଉ ଝୁରିବ ଯମୁନା କଂସର କଷଣ ଏବେ ସହି ଯେ ହୁଏନା । ଆ’ ଥରେ କାହ୍ନା ପୁଣି ଫୁଙ୍କିଦେ ତୋ’…

ଅଧିକ ପଢ଼ନ୍ତୁ
Karala Kodie

କରାଳ କୋଡ଼ିଏ

କରାଳ ରୂପରେ କୋଡ଼ିଏ ଆସିଲା, କାଳ ନେଇ ବିଶ୍ୱ ପାଇଁ କେତେ କ’ଣ ସବୁ ବଦଳିଗଲାଣି, ଛଅ ମାସ ହୋଇନାହିଁ । କରୋନା ନାମରେ ଅଜଣା ଭୂତାଣୁ, ସବୁଠି ଯାଇଛି ମାଡ଼ି ଯେତେ ଯାହା ପୁଣି ହେଇଯାଉ ପଛେ, ମାସ୍କ ଦବୁନି ଛାଡ଼ି । ପଞ୍ଜୁରୀ ଭିତରେ ମଣିଷ ବନ୍ଦୀରେ, ପଶୁପକ୍ଷୀ ଏବେ ବାହାରେ ପ୍ରଦୂଷଣ ମୁକ୍ତ ହେଉଛି ପୃଥିବୀ, ଗଡ଼ୁନି ମଟର ରାସ୍ତାରେ । ବିକଶିତ ଦେଶ ବିନାଶ ମୁଖରେ, ଖାଲି ଗଦାଗଦା ଶବ ସମସ୍ତଙ୍କର ସେହି ଗୋଟେ ଆଶା,…

ଅଧିକ ପଢ଼ନ୍ତୁ
Bismaya Tume Gandhi

ବିସ୍ମୟ ତୁମେ ଗାନ୍ଧୀ

ବିଶ୍ଵର ବିସ୍ମୟ ଜାତିର ଜନକ ଧନ୍ୟ ହେ ମହାତ୍ମା ସତ୍ୟର ସାଧକ । ସତ୍ୟ ଅହିଂସାର ଜୀବନ୍ତ ପ୍ରତୀକ ଅଲିଭା ପ୍ରଦୀପ ତୁମେ ହେ ରାଷ୍ଟ୍ର ନାୟକ । ପୁଣ୍ୟତୟ ଭାରତର ଅମ୍ଳାନ ଜ୍ୟୋତିଷ୍କ ପ୍ରବାଦ ପୁରୁଷ ତୁମେ ଅସାଧ୍ୟ ସାଧକ । ଅହିଂସାକୁ ଅମୋଘ ଅସ୍ତ୍ର କରି ଆହ୍ୱାନ ଦେଇଥିଲ ଇଂରେଜକୁ ଯାଅ ଫେରି । ଅସହଯୋଗର ସାଜିଲ ସୂତ୍ରଧର ଆଇନ୍ ଅମାନ୍ୟ ଆନ୍ଦୋଳନ କଲ ବାରମ୍ବାର । ସାବରମତୀ ଆଶ୍ରମେ କଲ ଅହିଂସାର ପ୍ରତିଷ୍ଠା କୋଟି ଭାରତୀୟଙ୍କର ସାଜିଲ ମାର୍ଗ ଦ୍ରଷ୍ଟା ।…

ଅଧିକ ପଢ଼ନ୍ତୁ
Jibana-Eka-Prasnabachi

ଜୀବନ ଏକ ପ୍ରଶ୍ନବାଚୀ??

ସମୟ ଆଜି ପଚାରେ ମୋତେ ହସିଛି କେତେ ମୁଁ କାନ୍ଦିଛି କେତେ ହସିବାଟା ସିନା ଦୁନିଆ ଦେଖେ ହେଲେ ସମୟ ତୁ ତ ଦେଖିଛୁ ରାତି ରାତି ମୁଁ କାନ୍ଦିଛି କେତେ ! ରାତି ଆଜି ପଚାରେ ମୋତେ ଶୋଇଚୁ କେତେ ତୁ ଚେଇଁଚୁ କେତେ ଶୋଇବାଟା ସିନା ଦୁନିଆ ଜାଣେ ହେଲେ ରାତି ତୁ ତ ଜାଣିଚୁ ଚେଇଁ ଚେଇଁ ରାତି କାଟିଛି କେତେ ! ମୋ ମନ ଆଜି ପଚାରେ ମୋତେ ପାଇଛୁ କେତେ ତୁ ଦେଇଛୁ…

ଅଧିକ ପଢ଼ନ୍ତୁ