You are currently viewing ପ୍ରିୟର ଖୋକାଭାଇ
ପ୍ରିୟର ଖୋକାଭାଇ

ପ୍ରିୟର ଖୋକାଭାଇ

ଓଡ଼ିଶା ମାଟିର କଟକ ସହରେ
ହୋଇଥିଲା ତାଙ୍କ ଜନ୍ମ ।
ମହତ କାମରେ ରଖିଦେଲେ ସିଏ
ଓଡ଼ିଶା ମାଟିର ନାମ ।

କବିତା ଲେଖିବା ସଂଗୀତ ଗାଇବା
ଥିଲାଟି ତାଙ୍କର ପ୍ରାଣ ।
ସ୍ୱପ୍ନକୁ ସାକାର କରିବା, ନୁହେଁ ଯେ କଷ୍ଟ
କଲେ ସିଏ ପ୍ରମାଣ ।

ବାପାମାଆଙ୍କର ଅତିଗୋହ୍ଲା ପୁଅ
ନାମଟି ତାଙ୍କର ଅକ୍ଷୟ ।
ସୁରିଲା କଣ୍ଠରେ ଗୀତ ଗାଇ ଦେଇ
ପାଇଲେ ସବୁଠି ବିଜୟ ।

ଖୋକା ଭାଇ ନାମେ ପରିଚିତ ଥିଲେ
ଜନତାଙ୍କ ନିକଟରେ ।
ଅତି ଭୟଙ୍କର ଜ୍ଞାନର ବାଡ଼ବ
କିଏ ଅଟକାଇ ପାରେ ।

କେତେ ଯେ ଆସିବେ କେତେ ଯେ ଗାଇବେ
ଜଣେ ରହିଯିବ ଅକ୍ଷୟ ।
ଗୀତଟେ ଗାଇଲେ ତାଙ୍କ କଣ୍ଠୁ ସିଏ
ଦୋହଲାଇ ଦିଏ ହୃଦୟ ।

ସ୍ୱାତୀସ୍ମିତା ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱାତୀସ୍ମିତା ବାରିକ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।