You are currently viewing ଆଉ କେତେ ଦିନ !!!
ଆଉ କେତେ ଦିନ !!!

ଆଉ କେତେ ଦିନ !!!

କେତେ ଦିନେ ହେବ ସୁରକ୍ଷିତ ନାରୀ
ଲାଘବ ହେବ ଯାତନା,
କେତେ ଦିନ ନାରୀ ସହିବ କଷଣ
ନର ପିଶାଚର ନିର୍ଯାତନା?

ବେଦନା, ଯନ୍ତ୍ରଣା, ଲୁହଗାର ହେଲା
ନାରୀ ପାଇଁ ସତେ ଲେଖା,
କେତେ କଷଣ ସହ୍ୟ କଲେ ଆଉ
ଫିଟିବ ତା’ ଭାଗ୍ୟରେଖା?

ମହାକାଶେ ପାଦ ରଖିଛି ଯେ ନାରୀ
ଧରାରେ ଅସୁରକ୍ଷିତ,
କେତେ ସଫଳତା ଆଉ ତା’ କରିବ
ସୁରକ୍ଷା ଆଉ ସମ୍ମାନିତ?

ଅସଲ ଦେବୀକୁ କରି ଅବହେଳା
ଦେଇ କଷଣର ଭାର,
ଦେବୀ ପ୍ରତିମାକୁ କଲେ ଖାଲି ପୂଜା
ଅରଜିବ କି ପୁଣ୍ୟ ନର?

କେତେ ଦିନ ଆଉ ଶୋଇବ ସମାଜ
ନରଭକ୍ଷୀ ରାକ୍ଷସ ଭୟେ,
କେତେ ଦିନେ ଜାଗିବ ମଣିଷ ପଣିଆ
ଲଢ଼ିବ ନାରୀ ହିତେ ସିଏ?

ଜବାବ୍ ମାଗୁଛି ଆଜି ଏ ଦୁନିଆ
ସମଗ୍ର ନାରୀଜାତି,
କେତେ ଶୋଇବୁରେ ନିର୍ଦ୍ଦୟ ସମାଜ
କେବେ ପାଇବ ତୋ’ କାଳ ରାତି?

ତୋ’ ଭଉଣୀ, ମା, ଝିଅ ଯେ ପୀଡ଼ିତ
ଖୋଲରେ ଏବେ ଆଖି
ନହେଲେ ନିଶ୍ଚିତ ହୋଇବ ବିନାଶ
ସମଗ୍ର ସୃଷ୍ଟି ଯିବ ଭାସି ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।