Mun Haribini

ଟିକିଏ ହସିଦେଇ କହିଦେ ମୁଁ ହାରିବିନି

ବ୍ୟସ୍ତ ବିବ୍ରତ ଦୁନିଆରେ ଜୀବନର ଛକାପଞ୍ଝା ଖେଳରେ କେବେ ପରାସ୍ତ ହେଇଗଲେ ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ପ୍ରତିଯୋଗିତା ପୂର୍ଣ୍ଣ ସମାଜରେ ତୁ ପଛେଇ ଗଲେ ଭୟ କରନି ଟିକିଏ ରହିଯା ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ସପନ ପଥେ ଚାଲୁ ଚାଲୁ ଗୋଡ଼ ଖସିଗଲେ ଭାଙ୍ଗି ପଡ଼ନି ଟିକିଏ ରହିଯା ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ଅନ୍ଧାରରେ ତୋ’ ରଙ୍ଗ ଲୁଚିଗଲେ ବ୍ୟସ୍ତ ହୁଅନି ଟିକିଏ ଅପେକ୍ଷା କର ଅନ୍ଧାର ଅପସରି…

ଅଧିକ ପଢ଼ନ୍ତୁ
Kar Shapath

କରେ ଶପଥ !

ଜଳୁ ନାହିଁ ଆଜି ମହମବତୀ ଶୋଭାଯାତ୍ରା ନାହିଁ, ନାହାଁନ୍ତି ଯାତ୍ରୀ ଲୋକଦେଖାଣିଆ ସେ ଦେଶପ୍ରୀତି କୁମ୍ଭୀର କାନ୍ଦଣା କେଇଟି ରାତି ॥ ଦେହେ ଶିହରଣ ଗୋଟିଏ କାରଣ ବିନା ଲଢ଼େଇରେ ହାରିଲେ ପ୍ରାଣ ବୀର ଖୋଜେ କିନ୍ତୁ କ୍ଷେତ୍ର ରଣ ରକ୍ତେ ଧୋଇବାକୁ ମାଆ ଚରଣ ॥ ବୁନ୍ଦା ବୁନ୍ଦା ତୁମ ଦେହ ରକତ ଆତ୍ମାକୁ ଥରାଏ ସଦା ଶତତ ମୂହୁର୍ତ୍ତ ମୂହୁର୍ତ୍ତ କରେ ଶପଥ ଦେଶ ସେବା କରି ହୁଅନ୍ତି ହତ ॥ ଯାଆନ୍ତି କି…

ଅଧିକ ପଢ଼ନ୍ତୁ
Mun Bhala Pae

କାରଣ ମୁଁ ଭଲପାଏ…

ସେ ମୋତେ ବାରମ୍ବାର ପଚାରେ, ଆପଣ ମୋ ଉପରେ ଏତେ ରାଗନ୍ତି କାହିଁକି??? ଭୁଲ ତ ସୃଷ୍ଟିର ନିୟମ ଭୁଲ ପରେ ଠିକ ହୁଏ ଇତ୍ୟାଦି ଇତ୍ୟାଦି ଅନେକ ବୁଝାନ୍ତି ତା’ପରେବି ଛୋଟ ଛଛୋଟ କଥାରେ ଅଭିମାନ କରନ୍ତି… ମୁଁ କିନ୍ତୁ ସେଇ ଗୋଟିଏ ଉତ୍ତର ଦିଏ, ମାଳୀ ସିଏ, ଯେ ଗଛର ଯତ୍ନ ନିଏ ମୂଳରେ ପାଣି ଦିଏ ଅନାବନା ଘାସ ବାଛେ ଆଉ ଆବଶ୍ୟକ ହେଲେ କିଟନାଶକ ବିଷ ଦିଏ କାରଣ, ସେ ଗଛକୁ…

ଅଧିକ ପଢ଼ନ୍ତୁ
Ananta Pratiksha

ଚାରୋଟି ଅନନ୍ତ ପ୍ରତୀକ୍ଷା

ପ୍ରତୀକ୍ଷା, ରକ୍ତ ରଞ୍ଜିତ ଅତୀତର ପ୍ରେମ ବିଭୂଷିତ ଭବିଷ୍ୟତକୁ, ରଞ୍ଜାଇବାକୁ ରଙ୍ଗିନ ଶ୍ରାବଣରେ, ନଧୋଇ ଆତଙ୍କ ରୁଧିରେ । ପ୍ରତୀକ୍ଷା, ଅର୍ଦ୍ଧଶୁଷ୍କ ନଦୀ ଧାରାର ଅମଳିନ ବୈଶାଖ ପରର ଅଷାଢ଼ୁଆ ବାରିଦକୁ, ସାଜି ତରଙ୍ଗାୟିତ ଉର୍ମି, ଲଙ୍ଘି ପଥ ମିଶିବାକୁ ସମୁଦ୍ର ବକ୍ଷରେ । ପ୍ରତୀକ୍ଷା, ପଥର ନିର୍ଜନତାକୁ କରି ବେଖାତିର କ୍ଲାନ୍ତ ବଟୋଇର ପ୍ରାନ୍ତ ପଥିକକୁ, ଭେଟ ହେଲେ ପାଶୋରିବ କେତେଯୁଗର ପଥଶ୍ରମ, ସାଥୀ ହେବ ଶେଷଯାଏ ଚାଲିବାକୁ । ପ୍ରତୀକ୍ଷା, ନିଶାର୍ଦ୍ଧରେ ଆତଙ୍କିତ ପ୍ରେୟାସୀର ପ୍ରୀତ ପ୍ରତ୍ୟୁଷ ପ୍ରେମିକକୁ,…

ଅଧିକ ପଢ଼ନ୍ତୁ
Smruti

ସ୍ମୃତି

ସ୍ମୃତି ସେଇ ସତେ ମୋ ଗାଁଆଁ ସକାଳ ନାଲି କୃଷ୍ଣଚୂଡ଼ା ଫୁଲ ସ୍ମୃତି ସେଇ ସତେ ପୋଖୋରୀ ତୁଠର ଗାଁଆଁ ଭୁଆସୁଣୀ ମେଳ । ସ୍ମୃତି ସେଇ ସତେ ପିଲା ଦିନ ସାଥି ମିଛି ମିଛିକାର ଖେଳ ସ୍ମୃତି ସେଇ ସତେ ଅଭୁଲା ଅତୀତ ବୁଢ଼ୀ ଜେଜେମା କୋଳ । ସ୍ମୃତି ସେଇ ସତେ ମୋ ଗାଁଆଁ ପ୍ରେମିକା ଆଉ ସନ୍ଧ୍ୟା ନଈ କୂଳ ସ୍ମୃତି ସେଇ ସତେ ତା’ ଆଖି ମିଟିକା ଆଉ ସେ ମିଳନ ବେଳ । ସ୍ମୃତି…

ଅଧିକ ପଢ଼ନ୍ତୁ