You are currently viewing ସ୍ମୃତି
ସ୍ମୃତି

ସ୍ମୃତି

ସ୍ମୃତି ସେଇ ସତେ ମୋ ଗାଁଆଁ ସକାଳ
ନାଲି କୃଷ୍ଣଚୂଡ଼ା ଫୁଲ
ସ୍ମୃତି ସେଇ ସତେ ପୋଖୋରୀ ତୁଠର
ଗାଁଆଁ ଭୁଆସୁଣୀ ମେଳ ।

ସ୍ମୃତି ସେଇ ସତେ ପିଲା ଦିନ ସାଥି
ମିଛି ମିଛିକାର ଖେଳ
ସ୍ମୃତି ସେଇ ସତେ ଅଭୁଲା ଅତୀତ
ବୁଢ଼ୀ ଜେଜେମା କୋଳ ।

ସ୍ମୃତି ସେଇ ସତେ ମୋ ଗାଁଆଁ ପ୍ରେମିକା
ଆଉ ସନ୍ଧ୍ୟା ନଈ କୂଳ
ସ୍ମୃତି ସେଇ ସତେ ତା’ ଆଖି ମିଟିକା
ଆଉ ସେ ମିଳନ ବେଳ ।

ସ୍ମୃତି ସେଇ ସତେ ମୋ ଘର ବାରିର
ତୋଟା ଆଉ ବିଲ ମାଳ
ସ୍ମୃତି ସେଇ ସତେ ଗାଁଆଁ ଖଳାମୁଣ୍ଡ
ନୂଆବର୍ଷ ନୂଆ ମେଳ ।

ସ୍ମୃତି ସେଇ ସତେ ଶେଷ ବସନ୍ତର
ଅସରାଏ ମିଠା ବାସ୍ନା
ସ୍ମୃତି ସେଇ ସତେ ଅଭୁଲା ଅତୀତ
ସରଗ ସୀମାର ଜ୍ୟୋତ୍ସ୍ନା ।

– ସଞ୍ଜୟ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଞ୍ଜୟ କୁମାର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।