You are currently viewing ଲକ୍ଷ୍ମୀ ସ୍ତୁତି
ଲକ୍ଷ୍ମୀ ସ୍ତୁତି

ଲକ୍ଷ୍ମୀ ସ୍ତୁତି

ଜୟ କ୍ଷୀରାବ୍ଦି ତନୟା
ପଦ୍ମାଳୟା ହରିପ୍ରିୟା
କରି ମର୍ତ୍ତ୍ୟ ଅବତୀର୍ଣ୍ଣ
ପାଅ ମା ପୂଜା,
ଲୋକମାତା ମା କମଳା
ତୁ ରମା ପଦ୍ମା ଇନ୍ଦିରା
ଲକ୍ଷ୍ମୀ ମାତା ନାମେ ଉଡ଼େ
କୀରତି ଧ୍ଵଜା,
ତୁ ଉଲ୍ଲୁକ ଗଜ ବାହିନୀ,
ଐଶ୍ୱର୍ଯ୍ୟ ଅଧିକାରିଣୀ ବିଶ୍ଵ ଜନନୀ ।

ଆଶ୍ୱିନ ପୂର୍ଣ୍ଣିମା ତିଥି
ଜନ୍ମଦିନ ଭାବେ ଖ୍ୟାତି
ଗଜ ଲକ୍ଷ୍ମୀ ପୂଜାପାଉ
ବିଭିନ୍ନ ସ୍ଥାନେ
ତୁ ପଦ୍ମାକ୍ଷୀ ପଦ୍ମହସ୍ତା
କରୁ ତୁ ପଡ଼ି ବ୍ୟବସ୍ଥା
ସୁଖ ସମୃଦ୍ଧି ସୌଭାଗ୍ୟ
ତୋ’ର ପ୍ରସନ୍ନେ,
ନମସ୍ତେ ମା ଭୃଗୁ ନନ୍ଦିନୀ,
ଶକ୍ତି ସ୍ୱରୂପିଣୀ ଦେବୀ
ବିଷ୍ଣୁ ଘରଣୀ
ପଦ୍ମବନ ନିବାସିନୀ
ତୁହି ଲକ୍ଷ୍ମୀ ଠାକୁରାଣୀ
ସୌଭାଗ୍ୟ ସୌନ୍ଦର୍ଯ୍ୟ
ଧନ ସମ୍ପଦ ଦେବୀ,
ଧର୍ମ ଅର୍ଥ କାମ ମୋକ୍ଷ
ତୋ’ ଦୟାରୁ ପୁରୁଷାର୍ଥ
ଗଜଲକ୍ଷ୍ମୀ ତୋ’ ପ୍ରସନ୍ନେ
କି ଅବା ଦେବି,
ଘେନାକର ଭକ୍ତି ସୁମନ,
ଦିଅ ଧନଧାନ୍ୟ ପୂର୍ଣ୍ଣ
ସୁଖୀ ଜୀବନ ॥

– ବସନ୍ତ କୁମାର ପ୍ରଧାନ

 

ଶ୍ରୀ ଲକ୍ଷ୍ମୀ ଚାଳିଶା ପଢ଼ନ୍ତୁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।