Odia Poem Maa (ମାଆ) by Tapan Kumar Nayak

ମାଆ

ଚଲା ପଥେ ମୋର ବାଟ ଭୁଲି ଗଲେ ପ୍ରେମକୁ କରେ ମୁଁ ବନ୍ଧୁ ପ୍ରେମର ନାଆରେ ନାଉରି ହେଇ ମୁଁ ଲଙ୍ଘିଯିବି ଏହି ସିନ୍ଧୁ । (୧) ଯେତେବେଳେ ପ୍ରେମ ହାତ ଛାଡ଼େ ମୋର ମଥାରେ ମୋ ହାତ ଦେଇ କୋଲେଇ ନିଏ ମାଁ ପଣତରେ ତା’ର ମିଠା ମିଠା କଥା କହି । (୨) ହୃଦୟଟି ତା’ର କେଡ଼େ ନିରିମଳ ସେଇଠି ରଖିଛି ମତେ ଦୁଃଖ ହେଉ ଅବା ବିପଦେ ଆପଦେ କୋଳେଇ ନିଏ ତା’ ହାତେ । (୩)…

ଅଧିକ ପଢ଼ନ୍ତୁ
Odia Poem Mashani (ମଶାଣି) by Prajna Paramita Panda

ମଶାଣି

ଏଠି ଦୂରଦିଗନ୍ତ ଯାଏଁ ଶୂନ୍ୟ ମହାଶୂନ୍ୟ ଗହୀରିର ଖାଁ ଖାଁ ପରିପାଟି ସାଜିଛି ଜୀବନ ମୃତ୍ୟୁର ଅଦ୍ଭୁତ ସଙ୍ଗମ ଉଦାହରଣ ଦେଉଛି ରାଜା ଓ ପ୍ରଜାର ମାନ ଓ ଅଭିମାନର ଏବଂ ଗର୍ବ ଓ ଅହଂକାରର ଅଗ୍ନିର ଲେଲିହ ମାନରେ ଭସ୍ମୀଭୂତ ଏମାନେ ମୁଠାଏ ପାଉଁସରେ ପରିବର୍ତ୍ତିତ ଏମାନଙ୍କର ସତ୍ତା… ଚତୁର୍ଦ୍ଦିଗ ଏବେ ଧୁମ୍ରମୟ ଧୁମାକାର ସାଜିଛି ଏବେ ପାର୍ଥିବ ପିଣ୍ଡ ଇଚ୍ଛା, ସ୍ୱପ୍ନ ଏବଂ କର୍ମର ହୋଇସାରିଛି ଅନ୍ତ, ଜଳି ଚାଲିଛି ତତ୍ତ୍ୱ ଜଳି ଚାଲିଛି…

ଅଧିକ ପଢ଼ନ୍ତୁ
Odia Poem Bhrama O Prema (ଭ୍ରମ ଓ ପ୍ରେମ) by Subhranshu Shekhar Pattnaik

ଭ୍ରମ ଓ ପ୍ରେମ

ମୁଁ ଭାବିଥିଲି ପ୍ରେମ ଏକ ମରୁଭୂମିର ମରୀଚିକା ମୁଁ ପାଇଥିଲି ଖୋଜୁ ଖୋଜୁ ସାଗର ଭିତରୁ ମୁକ୍ତା ମୁଁ ଭାବିଥିଲି ପ୍ରେମ ଏକ ଆକାଶରେ ଭାସମାନ ବାଦଲ ମୁଁ ପାଇଥିଲି ଖୋଜୁ ଖୋଜୁ ବଗିଚା ଭିତରେ ଗୋଲାପ ଫୁଲ ମୁଁ ଭାବିଥିଲି ପ୍ରେମ ଏକ ବରଫାବୃତ ହ୍ରଦର ଭ୍ରମ ମୁଁ ପାଇଥିଲି ଖୋଜୁ ଖୋଜୁ ପୋଖରୀ ପଙ୍କ ଭିତରୁ ପଦ୍ମ ମୁଁ ଭାବିଥିଲି ପ୍ରେମ ଏକ ବରଷା ଋତୁର ଇନ୍ଦ୍ରଧନୁ ମୁଁ ପାଇଥିଲି ଖୋଜୁ ଖୋଜୁ ଦୁନିଆ…

ଅଧିକ ପଢ଼ନ୍ତୁ
Odia Poem Bhida tharu Alaga (ଭିଡ଼ଠାରୁ ଅଲଗା) by Binay Mohapatra

ଭିଡ଼ଠାରୁ ଅଲଗା

ନିଶବ୍ଦ ଆକାଶ ଉଦବେଳିତ ବିଶାଳ ସମୁଦ୍ର ରାତ୍ରୀ ଯେବେ କଡ଼ଲେଉଟାଏ ତନ୍ଦ୍ରାଚ୍ଛନ୍ନ ଆଖି ଖୋଲି ନିରବରେ ଟିମ୍‌ଟିମ୍ ତାରାମାନଙ୍କୁ ଦେଖେ । ତଳେ ଅଶାନ୍ତ ନିଲାଭ ସମୁଦ୍ରର ବକ୍ଷ ଉପରେ ନିଶ୍ଚନ୍ଦ୍ର ନିଳାଭ ଆକାଶ ଭିଡ଼ଠାରୁ ଅଲଗା ଏକୁଟିଆ ଶାନ୍ତ ଶୀତଳ ନିର୍ଲିପ୍ତ ପ୍ରକାଶ । ପ୍ରାପ୍ତିର ଆଶାନାହିଁ, ହାରିବାର ଦୁଃଖ ନାହିଁ ସତେଅବା କ୍ରିକେଟ ପଡ଼ିଆଟିଏ । କିଏ କେତେ ରନ୍ କଲା କାହାର କେତେ ୱିକେଟ ଉଡ଼ିଲା ତା’ର କିଛି ଯାଏନାହିଁ ଆସେ ନାହିଁ । କେତେ ତାରା ଥିଲେ,…

ଅଧିକ ପଢ଼ନ୍ତୁ
Odia Poem Prema Bigyan (ପ୍ରେମ ବିଜ୍ଞାନ) by Prashanta Kumar Padhan

ପ୍ରେମ ବିଜ୍ଞାନ

ଦ୍ରବ ଦ୍ରାବକର ସମ ସଖି ଆମେ ଗଢ଼ିବା ପ୍ରେମ ଦ୍ରବଣ ମିଶିଯିବା ଦୁହେଁ ମିଶେ ଯେମିତିକା ସମଜାତୀୟ ମିଶ୍ରଣ ॥ ଲୁହା ଚୁମ୍ବକର ସମ୍ପର୍କ ପରିକା ହେଉଥିବା ଆକର୍ଷିତ ବାହ୍ୟଚାପ କେବେ ରୋକି ପାରିବନି ହୋଇବାକୁ ଏକତ୍ରିତ ॥ ରାସାୟନିକ ପରିବର୍ତ୍ତନ ପରି ହେବନାହିଁ ଆମ ପ୍ରେମ ବନ୍ଧନ ଆମର ହୋଇବ ଯେମିତି ଭୌତିକ ପରିବର୍ତ୍ତନ ॥ ଧାତୁ ସମ ଆମେ କଠିନ ରହିବା ଆସୁ ଯାହା ପରିସ୍ଥିତି ସୁନା ପରି ଆମ ଔଜ୍ଜଲ୍ୟର ଗୁଣ ଆଣିଦେବ…

ଅଧିକ ପଢ଼ନ୍ତୁ