You are currently viewing ମାଆ
Odia Poem Maa (ମାଆ) by Tapan Kumar Nayak

ମାଆ

ଚଲା ପଥେ ମୋର ବାଟ ଭୁଲି ଗଲେ
ପ୍ରେମକୁ କରେ ମୁଁ ବନ୍ଧୁ
ପ୍ରେମର ନାଆରେ ନାଉରି ହେଇ ମୁଁ
ଲଙ୍ଘିଯିବି ଏହି ସିନ୍ଧୁ । (୧)

ଯେତେବେଳେ ପ୍ରେମ ହାତ ଛାଡ଼େ ମୋର
ମଥାରେ ମୋ ହାତ ଦେଇ
କୋଲେଇ ନିଏ ମାଁ ପଣତରେ ତା’ର
ମିଠା ମିଠା କଥା କହି । (୨)

ହୃଦୟଟି ତା’ର କେଡ଼େ ନିରିମଳ
ସେଇଠି ରଖିଛି ମତେ
ଦୁଃଖ ହେଉ ଅବା ବିପଦେ ଆପଦେ
କୋଳେଇ ନିଏ ତା’ ହାତେ । (୩)

ଦୁଃଖ ବେଳେ ମୋର ମଥାରେ ତା’ ହାତ
ଦିଅଇ ମତେ ସାନ୍ତ୍ୱନା
ଯେତେବେଳେ ଯାହା ମାଗେ ମୁହିଁ ତାକୁ
ଦିଏ ସେ ନ କରି ମନା । (୪)

ମାଆ ସିଏ ମୋର ଦେବୀ ରୂପେ ମୁହିଁ
ପୂଜଇ ତାହାକୁ ନିତି
ସାଙ୍ଗେ ମୋର ସେହୁ ସୁରକ୍ଷା ବଳୟ
ଦିନ ହେଉ ଅବା ରାତି । (୫)

ପ୍ରଥମ ଆଉ ଯେ ଶେଷ ପ୍ରେମ ମୋର
ତାହା ପରି କିଏ ହେବ?
ମାନିବି ତାକୁ ମୁଁ ହୃଦୟର ଦେବୀ
ଥିବାଯାଏଁ ଏହି ଜୀବ । (୬)

– ତପନ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତପନ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।