ପ୍ରଫୁଲ୍ଲ କୁମାର ତ୍ରିପାଠୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।

Odia Poem Dura Heba Durabastha (ଦୂର ହେବ ଦୁରବସ୍ଥା) by Prafulla Kumar Tripathy

ଦୂର ହେବ ଦୁରବସ୍ଥା

ପ୍ରଭୁ ମୋତେ କରିଛଂତି ବିଶ୍ୱକୁ ଅର୍ପଣ ଭୃତ୍ୟ ହୋଇ କରୁଥିବି ବିଶ୍ୱର କଲ୍ୟାଣ ଦରକାରୀ ନୁହେଁ ଏତେ ଭଜନ, କୀର୍ତନ ଏକାଗ୍ର ହୋଇ କାମରେ ଲଗାଇବି ମନ ମିଳିଯିବ ସମସ୍ୟାର ବହୁ ସମାଧାନ ଏତେ ବେଶି କହି ତାଂକୁ କଲେ ହଇରାଣ ସତେ କି କରିପାରିବି କର୍ତବ୍ୟ ପାଳନ? ନିଜକୁ ପଚାରେଁ ପ୍ରଶ୍ନ ନିଜେ ପ୍ରତିଦିନ ଉତ୍ତର ମିଳୁ ନ ମିଳୁ, ଘାଂଟୁଥିଲେ ମନ ସକ୍ରିୟ, କର୍ମଠ ହୋଇ ବିତାଏଁ ଜୀବନ ଭବିଷ୍ୟତ ଚିଂତା କରି ଏଠି…

ଅଧିକ ପଢ଼ନ୍ତୁ
Odia Poem Je Jaha Kahantu (ଯେ ଯାହା କହଂତୁ) b Prafulla Kumar Tripathy

ଯେ ଯାହା କହଂତୁ

ଯେ ଯାହା କହଂତୁ ପାରିଲେ ସହି ସଂସାରରେ ସୁଖେ ପାରିବା ରହି ବୃଥା ବିବାଦରେ ସାରିଲେ ବେଳ କରିଲେ କାମ ବି ମିଳେନି ଫଳ ସମୟ କରେନି କେବେ ପ୍ରତୀକ୍ଷା ଯେତେ ମିଳେ ତାହା କରିଲେ ରକ୍ଷା ମଣିଷଟେ କରି ବିବିଧ କାମ ସୁଖ ଓ ଶାଂତିରେ ପାଏ ବିଶ୍ରାମ କାମର ବଇରି ତୁଂଡର କଥା ଏତିକି ବୁଝିଲେ ଘୂରେନି ମଥା ବ୍ୟକ୍ତିକୁ ମିଳଇ ବୌଦ୍ଧିକ ଶକ୍ତି ବଢ଼ିଚାଲେ ଆପେ କର୍ମ ଆସକ୍ତି କଥା ତ ଅଳ୍ପାୟୁ,…

ଅଧିକ ପଢ଼ନ୍ତୁ
Odia Poem Nijaku Pareni Mani (ନିଜକୁ ପାରେନି ମାନି) by Prafulla Kumar Tripathy

ନିଜକୁ ପାରେନି ମାନି

ମନେ ଉପୁଜାଇ ଡର ଅକାରଣେ ବାସ୍ତବତାକୁ ଭୁଲି ସ୍ୱାନୁଭୂତିକୁ ବିଶ୍ୱାସ ନ କରି ଯିଏ ଯାଉଥାଏ ଚଳି ଜୀବନ ତା’ ପାଇଁ ତୁଚ୍ଛ ଘଟନା ସ୍ୱେଚ୍ଛାର ନାହିଁ ସ୍ଥାନ ଜିଇଁବା ନାଆଁରେ ସର୍ବଦା ସ୍ୱାଗତ କରେ ଇଚ୍ଛାର ମରଣ ନିଜକୁ ସଂଦେହ କରିବା ଅଭ୍ୟାସ ଯୋଗୁଁ ହୁଏ ପରାଶ୍ରିତ ବଳ, ବେଳ କରିଚାଲେ ଅପବ୍ୟୟ ହୁଏନି କାଳାନୁଗତ ବହୁବିଧ ମତ, ତତ୍ତ୍ୱର ଧାରକ ହୋଇଯାଏ ତା’ର ମଥା ସୁଖ ବଦଳରେ ଅକାରଣେ ପାଏ ଅହେତୁକ ଭାବେ ବ୍ୟଥା…

ଅଧିକ ପଢ଼ନ୍ତୁ
Matilagna Bhasa Susampanna

ମାଟିଲଗ୍ନ ଭାଷା ସୁସଂପନ୍ନ

ମାତୃଭାଷାକୁ ଭାବି ନ୍ୟୂନ ନ କଲେ ପଠନ ଲିଖନ କ’ଣ ହୁଏ ଯେ ଭାଷାବସ୍ଥା ଦେଖିଲେ ବି ପଶେନି ଚେତା ଏପରି ମନୋଭାବ ପୋଷି ଲେଖକମାନେ ଏଠି ଖୁସି ନ ବୁଝି ସ୍ୱଭାଷାର ସ୍ଥିତି ଚାହାଂତି ବିଶ୍ୱବ୍ୟାପୀ ଖ୍ୟାତି ନିଜ ମାଟିର ବାସ୍ତବତା ନ ହେଲେ ଗଳ୍ପ ଓ କବିତା ହରାଇଥାଏ ବିଶେଷତା ଏହା ତ ଜଣାଶୁଣା କଥା ରଚନା ହେଲେ ମାଟିଲଗ୍ନ ଭାଷା ବି ହୁଏ ସୁସଂପନ୍ନ ତେଣୁ କରିବା ବିତରଣ ଅନୁଭୂତିରୁ ପ୍ରାପ୍ତ ଜ୍ଞାନ…

ଅଧିକ ପଢ଼ନ୍ତୁ
Lakshapati Pua

ଲକ୍ଷପତି ପୁଅ

ଅନେଶତ ହଜାର ନଅ ଶହ ଅନେଶତ ଟଂକା କରିସାରି ପୁଅ ଜମା କହିଲା ‘ଶୁଣ୍‌ ଗୋ ମା ଦେ ମୋତେ ଗୋଟେ ଟଂକା ତାହା ପାଇଲେ ମୁଁ ହେବି ଲକ୍ଷପତି ମନୁ ପଳାଇବ ଶଂକା’ ପାକୁଆ ପାଟିରେ ମାଆ ଦେଲା ହସି ଜଣାଇଲା ତା’ର ଖୁସି ‘ତୋ ପାଖରେ ଥିଲା ଟଂକାଟିଏ ଯେବେ କିଆଁ ମାଗିଲୁନି ଆସି? ସେତେବେଳେ ମୁଁ କରିଦେଇଥାଂତି ତୋତେ ଗୋଟେ ଲକ୍ଷପତି’ ମାଆକୁ ମାଗିଲେ କେବେ ବି ପୁଅର ହୁଏନି ଗୌରବ ହାନି…

ଅଧିକ ପଢ଼ନ୍ତୁ