ଅପରାଜିତା

Odia Poem Aparajita (ଅପରାଜିତା) by Jagruti Jangyaseni Barik

ଅନୁପମ ଅରୁଣିମା ତନୁଧାରୀ ପୁଷ୍ପ ମଧ୍ୟେ
ଅପରାଜିତା ! ତୁମେ ଦିପ୍ତିମୟୀ ପ୍ରତିମାଟିଏ
ଯଦି ରୂପଦେଖି ପୃଥିବୀକୁ କେହି କେବେ ବଖାଣେ
ତୁମ ରୂପ ଶୋଭା ପାଇ ମେଦିନୀ ବି ଗର୍ବ କରେ
ଜର୍ଜରିତ ଘନ ବାଦଲ, ଘଡ଼ଘଡ଼ି, ବିଜୁଳି ସାଥେ
ମାଆ କୁହେ ଜନ୍ମ କାଳେ ତୁମର ବରଷାର ଆଗମନେ
ମାଟିର ବକ୍ଷ ଚିରି ପ୍ରକୃତିର କୋଳ ପରେ
ନୀଳିମା ଅସରନ୍ତି ଢାଳିଦିଅ ବିନା ଦ୍ୱିଧାରେ
ଜନ୍ମ ଯାର ମଞ୍ଜୁଳ ମରୀଚିକା ସୃଷ୍ଟିର ବିନାଶ ବେଳାରେ
ଅପରାଜିତା ନାମ ତା’ର ଅର୍ଥକୁ ସମ୍ପୂର୍ଣ କରେ
ହେ ଅପରାଜିତା ! ମୁଁ ନୀଳ ଭସା ସମୁଦ୍ରରେ ବେସାହାରା ଡଙ୍ଗାଟିଏ
ଆଶା ହାରି ତମ ଠାରୁ ଶକ୍ତି ଟିକେ ଭିକ୍ଷାକରେ
ହେବକି ସାଥୀମୋର ଏଇ ନିର୍ଜନ ମଝି ସାଗରେ
ପୁଣିଥରେ ଫେରିବାକୁ ବେଳାଭୂମି ତଟ ତୀରେ ।

– ଜାଗୃତି ଯାଜ୍ଞସେନୀ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...