Odia Poem Dhanya Atai Ama Bharat (ଧନ୍ୟ ଅଟଇ ଆମ ଭାରତ) by Sanu Jena

ଧନ୍ୟ ଅଟଇ ଆମ ଭାରତ

ଧନ୍ୟ ଅଟଇ ଆମର ଦେଶ ଧନ୍ୟ ତୋ’ର ପରିବେଶ ପ୍ରକୃତି ମା’ର କୋଳରେ ଝୁଲି ଧନ୍ୟ ହୋଇଲୁଁ ଆମ୍ଭେ ତୋହରି ପାଇଁ ॥ ଧର୍ମ ନିରପେକ୍ଷ ଆମରି ଦେଶ ବିପୁଳ ଜନଙ୍କ ଏଠି ବାସ ହିନ୍ଦୁ, ମୁସଲମାନ, ଶିଖ୍, ଇଷାଇ ସମସ୍ତେ ମିଳିମିଶି ଗଢ଼ିଲେ ପ୍ରେମ ପ୍ରଦୀପର ଉଆସ ॥ ବୁଦ୍ଧଦେବ, ମହାବୀର, ମହା ମହା ପଣ୍ଡିତ ଗଣ ପ୍ରଚାରୀଲେ ସବୁ ଧର୍ମର ସାର ବିଶ୍ୱବ୍ୟାପି ଚାରିଆଡ଼େ ସୁଗନ୍ଧିତ ହୋଇ ମହକିଲା ଧର୍ମର ଜ୍ଞାନ ॥ ଭାରତ…

ଅଧିକ ପଢ଼ନ୍ତୁ
Odia Poem Tu Bi Kabita (ତୁ ବି କବିତା) by Prafull Kumar Sahoo

ତୁ ବି କବିତା

ମୋ କବିତାକୁ ଦେଖି ଦେଖି, ଶୁଣି ଶୁଣି ମୋ ବାଇ କବିତା ପାଇଁ ବାଇ । କହୁଛି “ମତେ ଟିକେ ତମ କବିତାରେ ରଖୁନ, ବାବୁ କବିତାମାନେ ତ ପରି/ପରିକା ଜହ୍ନ ପରି ଗବ ଗବ ଫୁଟୁଥିବା ଭାତ ହାଣ୍ଡି ପରିକା… ଏମିତି କେତେ କିସମ କିସମ ମୁଁ କାହା ପରିକା? ଅଳନ୍ଧୁରୁ ମୁଁ ସାଉଁଟୁଛି ମେଞ୍ଚା ମେଞ୍ଚା ଧଳା ବାଳ ଗୁମୁରୁ ଥାଏ ତହିଁ ବୁଢ଼ୀ ମା’ଟିଏ, ପୁଣି ବୁଢ଼ିଆଣି ଜାଲରେ ଖେଳେ ବୁଢ଼ୀ ଅସୁରୁଣୀ…

ଅଧିକ ପଢ଼ନ୍ତୁ
Odia Poem Jibana (ଜୀବନ) by Swayangprajna Mishra

ଜୀବନ

ଜୀବନ, ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ଅବଦାନ ଏହାର ପ୍ରତ୍ୟେକଟି ପୃଷ୍ଠା ରୋମାଞ୍ଚକର । କିଛି ମୁହୂର୍ତ୍ତ ଏଠି ଜୀଇବା କଷ୍ଟକର ହୋଇଯାଏ, ଆଉକିଛି ମୁହୂର୍ତ୍ତ ଅଭୂଲାସ୍ମୃତି ହୋଇ ରହିଯାଏ । କିଛି କିଛି ଅଜଣା ମଣିଷ ଏଠି ଆପଣାର ଲାଗନ୍ତି, ଆଉ କିଛି ଆପଣାର ଲୋକ ଶକ୍ତ ଆଘାତ କରନ୍ତି । ବଞ୍ଚିବାପାଇଁ ଏଠି ସଂଘର୍ଷ କରିବାକୁ ପଡ଼େ, କିଛି ପାଇବା ପାଇଁ କିଛି ହରାଇବାକୁ ପଡ଼େ । ଏସବୁକୁ ଜିତି ଯିଏ ବଞ୍ଚିବା ଶିଖିଛି,…

ଅଧିକ ପଢ଼ନ୍ତୁ
Jibana (ଜୀବନ: ଲୁହ, ହସ ଓ ଯନ୍ତ୍ରଣାର ସରବତ୍) Odia Poem by Biswanath Kinkar Rout

ଜୀବନ: ଲୁହ, ହସ ଓ ଯନ୍ତ୍ରଣାର ସରବତ୍

!! ୧ !! ସହନଶକ୍ତିର ପ୍ରସ୍ତର ଯେବେ ତରଳି ଯାଏ ଧୈର୍ଯ୍ୟର ବନ୍ଧ ଭାଙ୍ଗି ପ୍ଲାବିତ କରିଦିଏ ସୁନ୍ଦର ଢଳ ଢଳ ନୟନ ରାଇଜକୁ ତାକୁ ସମସ୍ତେ କହନ୍ତି “ଲୁହ” । !! ୨ !! ଯେବେ କେବେ ପୂର୍ଣ୍ଣତାର ବାରି ସିଞ୍ଚି ହୋଇଯାଏ ମନ ବଗିଚାରେ, ଉଚ୍ଛ୍ୱାସର ବୀଜଟିଏ ଉଙ୍କି ମାରେ, ବୟଃ କ୍ରମେ, ଖୁସିର ଗୋଲାପଟିଏ ଫୁଟି ଉଠେ ଅଧର ବୃକ୍ଷରେ, ଆଉ ତା’ ରଙ୍ଗରେ ରଙ୍ଗୀନ ହୋଇଯାଏ ଚିବୁକ ରାଇଜ, ତାକୁ ସମସ୍ତେ…

ଅଧିକ ପଢ଼ନ୍ତୁ
Sambalpuri Poem Chhua Belar Dasara Chhuti (ଛୁଆ ବେଲର୍ ଦଶରା ଛୁଟି) by Soumya Ranjan Meher

ଛୁଆ ବେଲର୍ ଦଶରା ଛୁଟି

କାହିଁ ଗଲା ସେ ଛୁଆ ବେଲର୍ ଦିନ୍, ଦଶରା ଛୁଟି ହେବା ବଲିକରି ଗନୁଁ ଥିଲା ଆମେ ଦିନ୍ । ସଖାଲ୍ ପାଏଲେ ମାମୁଁ ଘର୍ ଯିମା, ରାଏତ୍ ସର୍-ତା ନାଇଁ ହଉଥିଲା ନିନ୍ଦ୍ ॥ ମାମୁଁଘରେ କେତେ ସରାଗ୍, କେତେ ରକ୍-ମର ପିଠାପନା । ବଢ଼ଲ୍ ଖିଆ ସାଂଗେ ତାସ୍ ଖେଲ୍ , ଅଜା ଆଇ ସାଂଗେ ହଉଥିଲାଁ ଘିଁଚା ଟନା ॥ କାହିଁ ଗଲା ସେ ଛୁଆ ବେଲର୍ ଦିନ୍, ରାଏତ୍ ସର୍-ତା ନାଇଁ…

ଅଧିକ ପଢ଼ନ୍ତୁ