You are currently viewing ଛୁଆ ବେଲର୍ ଦଶରା ଛୁଟି
Sambalpuri Poem Chhua Belar Dasara Chhuti (ଛୁଆ ବେଲର୍ ଦଶରା ଛୁଟି) by Soumya Ranjan Meher`

ଛୁଆ ବେଲର୍ ଦଶରା ଛୁଟି

କାହିଁ ଗଲା ସେ ଛୁଆ ବେଲର୍ ଦିନ୍,
ଦଶରା ଛୁଟି ହେବା ବଲିକରି ଗନୁଁ ଥିଲା ଆମେ ଦିନ୍ ।
ସଖାଲ୍ ପାଏଲେ ମାମୁଁ ଘର୍ ଯିମା,
ରାଏତ୍ ସର୍-ତା ନାଇଁ ହଉଥିଲା ନିନ୍ଦ୍ ॥

ମାମୁଁଘରେ କେତେ ସରାଗ୍,
କେତେ ରକ୍-ମର ପିଠାପନା ।
ବଢ଼ଲ୍ ଖିଆ ସାଂଗେ ତାସ୍ ଖେଲ୍ ,
ଅଜା ଆଇ ସାଂଗେ ହଉଥିଲାଁ ଘିଁଚା ଟନା ॥
କାହିଁ ଗଲା ସେ ଛୁଆ ବେଲର୍ ଦିନ୍,
ରାଏତ୍ ସର୍-ତା ନାଇଁ ହଉଥିଲା ନିନ୍ଦ୍ ॥

ଅଷ୍ଟମୀ ଦିନର୍ ଭେ ଜିଁନ୍ତିଆ,
ସଖାଲୁ ମାମୁଁ ମାନ୍-କୁ ଦୁବ୍ ଚାଉଲ୍ ଉତ୍ରା ।
ଦଶମୀ ଦିନର୍ ରାବଣ୍ ପୁଡ଼ା କେ,
ରାଏତ୍ ଭର୍ ହେଉଥିଲା ନାଟ୍ ଡଣ୍ ॥

ଆଏଲା ବେଲେ ନୂଆଁ କୁର୍ତ୍ତା ପଟା,
ସାଙ୍ଗେ ହେଉଥିଲା ଉସତ୍ ଆନନ୍ଦ୍ ।
କାହିଁ ଗଲା ସେ ଦଶରା ଛୁଟିର୍ ମଜା,
ଝୁରି ହଉଁଛୁ ମାମୁଁ ଘର୍‌କେ ଲାଗୁଛେ ତ ଇଟା ସଯା ॥

କାହିଁ ଗଲା ସେ ଛୁଆବେଲର୍ ଦିନ୍,
ରାଏତ୍ ସର୍-ତା ନାଇଁ ହଉଥିଲା ନିନ୍ଦ୍ ॥

– ସୌମ୍ୟ ରଞ୍ଜନ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌମ୍ୟ ରଞ୍ଜନ ମେହେର ଓଡ଼ିଆ ତଥା ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।