You are currently viewing ଜୀବନ
Odia Poem Jibana (ଜୀବନ) by Swayangprajna Mishra

ଜୀବନ

ଜୀବନ, ଭଗବାନଙ୍କ ସୃଷ୍ଟିର ଏକ ଅନନ୍ୟ ଅବଦାନ
ଏହାର ପ୍ରତ୍ୟେକଟି ପୃଷ୍ଠା ରୋମାଞ୍ଚକର ।

କିଛି ମୁହୂର୍ତ୍ତ ଏଠି ଜୀଇବା କଷ୍ଟକର ହୋଇଯାଏ,
ଆଉକିଛି ମୁହୂର୍ତ୍ତ ଅଭୂଲାସ୍ମୃତି ହୋଇ ରହିଯାଏ ।

କିଛି କିଛି ଅଜଣା ମଣିଷ ଏଠି ଆପଣାର ଲାଗନ୍ତି,
ଆଉ କିଛି ଆପଣାର ଲୋକ ଶକ୍ତ ଆଘାତ କରନ୍ତି ।

ବଞ୍ଚିବାପାଇଁ ଏଠି ସଂଘର୍ଷ କରିବାକୁ ପଡ଼େ,
କିଛି ପାଇବା ପାଇଁ କିଛି ହରାଇବାକୁ ପଡ଼େ ।

ଏସବୁକୁ ଜିତି ଯିଏ ବଞ୍ଚିବା ଶିଖିଛି,
ଜୀବନର ମୂଲ୍ୟ ବୋଧେ ସିଏ ହିଁ ବୁଝିଛି ।

– ସ୍ୱୟଂପ୍ରଜ୍ଞା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱୟଂପ୍ରଜ୍ଞା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।