ଚାରୋଟି ଅନନ୍ତ ପ୍ରତୀକ୍ଷା
ପ୍ରତୀକ୍ଷା, ରକ୍ତ ରଞ୍ଜିତ ଅତୀତର ପ୍ରେମ ବିଭୂଷିତ ଭବିଷ୍ୟତକୁ, ରଞ୍ଜାଇବାକୁ ରଙ୍ଗିନ ଶ୍ରାବଣରେ, ନଧୋଇ ଆତଙ୍କ ରୁଧିରେ । ପ୍ରତୀକ୍ଷା, ଅର୍ଦ୍ଧଶୁଷ୍କ ନଦୀ ଧାରାର ଅମଳିନ ବୈଶାଖ ପରର ଅଷାଢ଼ୁଆ ବାରିଦକୁ, ସାଜି ତରଙ୍ଗାୟିତ ଉର୍ମି, ଲଙ୍ଘି ପଥ ମିଶିବାକୁ ସମୁଦ୍ର ବକ୍ଷରେ । ପ୍ରତୀକ୍ଷା, ପଥର ନିର୍ଜନତାକୁ କରି ବେଖାତିର କ୍ଲାନ୍ତ ବଟୋଇର ପ୍ରାନ୍ତ ପଥିକକୁ, ଭେଟ ହେଲେ ପାଶୋରିବ କେତେଯୁଗର ପଥଶ୍ରମ, ସାଥୀ ହେବ ଶେଷଯାଏ ଚାଲିବାକୁ । ପ୍ରତୀକ୍ଷା, ନିଶାର୍ଦ୍ଧରେ ଆତଙ୍କିତ ପ୍ରେୟାସୀର…