You are currently viewing ଦୁନିଆର କଥା
Odia Poem Duniara Katha (ଦୁନିଆର କଥା) by Harihar Tripathy

ଦୁନିଆର କଥା

ମାଆ ପଚାରଇ ଖାଇଛୁକି ନାହିଁ
ମୁହଁ ଦେଖି ଚିହ୍ନେ ମନକୁ
ସ୍ତ୍ରୀ ପଚାରଇ ଆଣିଛୁକି ନାହିଁ
ଦରାଣ୍ଡି ପକାଏ ଧନକୁ ।

ସଭା ବସିଥିଲେ ପୁଅ ଭୁଲ କଲେ
ପିତା ପୋତିଦିଏ ମୁଣ୍ଡକୁ
କଳି କରୁଥିଲେ ଭାଇ ଆଗହୋଇ
ବାହାରି ପଡ଼ଇ ଦାଣ୍ଡକୁ ।

ସହିଯାଏ ଦୁଃଖ ଭଉଣୀ ଆଗ୍ରହେ
ଭାଇର ମଙ୍ଗଳ ପାଇଁକି
ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭାଇ
ହୁଅଇ ତା’ ଦେହ ଛାଇକି ।

ସ୍ୱାର୍ଥ ପଛେ ଧାଇଁ ସବୁ ଭୁଲିଗଲେ
ସମ୍ପର୍କର ମାନ ରହେନି
କହେ ହରିହର ଯୋଡ଼ି ବେନିକର
ସ୍ୱାର୍ଥପର ତୁମେ ହୁଅନି ।

ହରିହର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହରିହର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।