You are currently viewing ସମ୍ପର୍କ
ସମ୍ପର୍କ

ସମ୍ପର୍କ

ହାତ ଧରି ମୁହିଁ ବାହା ହୋଇ ଅଛି
ହେଇ ପାରିବିନି ପର
ପୁଅ ବୋହୂ ସିନା ହେଲେ ନିରିଦୟ
କରିଦେଲେ ସାତ ପର ।
ଦୁଃଖ ଯାତନାକୁ ଆପଣାର କରି
କାଟିବା ଆମରି ଦିନ
ସ୍ନେହ, ପ୍ରେମ, ତ୍ୟାଗ ବିଶ୍ୱାସ ଭରସା
ରଖିବି ମୁଁ ପ୍ରତିଦିନ ॥
ବିନତି କରୁଛି ଶୁଣହେ ଠାକୁରେ
ସୁଖରେ ରଖିବ ତାଙ୍କୁ
ଯାତନାରେ ଆମେ ରହିଛୁ ରହିବୁ
ଭୁଲିବୁନି ସମ୍ପର୍କକୁ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।