ଦୁର୍ଗତି ନାଶିନୀ
ଜୟ ମାତ ଦଶଭୁଜା ଦୁର୍ଗତି ନାଶିନୀ ଦୁର୍ଗା ଚଉଦିଗେ ଉଡ଼ାଅ ମା’ କୀରତି ଧ୍ୱଜା, ଲୋକପିୟ ହିନ୍ଦୁ ଦେବୀ ମହିମା କିବା ବର୍ଣ୍ଣିବି ସଙ୍କଟ କାଳରେ ତୋର ପଡ଼ଇ ଖୋଜା । ତୁମପାଇଁ ପ୍ରକୃତିର କି ସାଜସଜ୍ଜା, ଶରତ ଚାରୁ ସମ୍ଭାରେ ପାଉ ମା ପୂଜା ।୧। ଜୟ ମାତ କାତ୍ୟାୟନୀ ମହିଷାସୁର ମର୍ଦ୍ଦିନୀ ଦିବ୍ୟାଅସ୍ତ୍ର ଧାରିଣୀ ଦିବ୍ୟରୂପା ଜନନୀ , ଦୁଷ୍ଟଶକ୍ତି ବିନାଶିନୀ ଖଣ୍ଡା ଖର୍ପର ଧାରିଣୀ ଶୁମ୍ଭ ନିଶୁମ୍ଭ ଘାତିନୀ ସିଂହବାହିନୀ, ରୋଗ ଶୋକ ଭୟ ହାରିଣୀ,…

