ଦୁନିଆର କଥା
ମାଆ ପଚାରଇ ଖାଇଛୁକି ନାହିଁ ମୁହଁ ଦେଖି ଚିହ୍ନେ ମନକୁ ସ୍ତ୍ରୀ ପଚାରଇ ଆଣିଛୁକି ନାହିଁ ଦରାଣ୍ଡି ପକାଏ ଧନକୁ । ସଭା ବସିଥିଲେ ପୁଅ ଭୁଲ କଲେ ପିତା ପୋତିଦିଏ ମୁଣ୍ଡକୁ କଳି କରୁଥିଲେ ଭାଇ ଆଗହୋଇ ବାହାରି ପଡ଼ଇ ଦାଣ୍ଡକୁ । ସହିଯାଏ ଦୁଃଖ ଭଉଣୀ ଆଗ୍ରହେ ଭାଇର ମଙ୍ଗଳ ପାଇଁକି ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭାଇ ହୁଅଇ ତା’ ଦେହ ଛାଇକି । ସ୍ୱାର୍ଥ ପଛେ ଧାଇଁ ସବୁ ଭୁଲିଗଲେ ସମ୍ପର୍କର…