You are currently viewing ପ୍ରେମ ବନ୍ଦୀ
ପ୍ରେମ ବନ୍ଦୀ

ପ୍ରେମ ବନ୍ଦୀ

ମୋ ହୃଦୟ ଭିତରର
ନିବୁଜ କୋର୍ଟ କଚେରୀରେ
ତୁମେ ଏକ ଆସାମୀ
ପ୍ରେମ ବ୍ୟାପାର ନେଇ ॥

ମନ ଅଧିକାରୀ
ବିଚାର ସାରି
ଆଦେଶ ଦେଲେ
ଆଜୀବନ କାରାଦଣ୍ଡରେ
ବନ୍ଦୀ କରିବାକୁ
ରୁଦ୍ଧ ଏକ କୋଠରୀରେ
ନିଜ ଛାତି ପଞ୍ଜିରା ଭିତରେ ॥

ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।