ସେମାନଂକ ସବୁ ମିଛମିଶା କଥା
ଶୁଣି ହସିବାର ସାହସ
ପୋଷିଛିଁ ବୋଲି ସତ କହୁଥାଏଁ
ହୁଏଁନାହିଢ଼ଁ କେବେ କର୍କଶ
ଶୁଣି ସାରିଲେ ଶହେ ପଦ କଥା
କହିଦିଏଁ ପଦେ ଅଧେ
କିଏ ପାଇଥାଏ ଉତ୍ସାହ ତହିଁରୁ
ଆଉ କାହାକୁ ତା ବାଧେ
କରେଁନାହିଁ କେବେ ହିସାବ ତାର
କଥା ଜାଣେନାହିଁ ଗଣି
ଭାବନା ଫୁଟିଲେ ହୃଦୟ ଭିତରେ
କହିଦିଏଁ ସେହି କ୍ଷଣି
ମନର ଫସଲ ଯେତେ ବି ହୁଏ
ଦିଏଁ ସବୁତକ ବାଂଟି
ଆନଂଦିତ ହୋଇ ଶିଖିଲିଣି ଜିଇଢ଼ଁ
ଅଯଥା ହେଉନି ଘାଂଟି