Odia Poem Prema Badalare Prema (ପ୍ରେମ ବଦଳରେ ପ୍ରେମ) by Pankaj Kumar Mangal

ପ୍ରେମ ବଦଳରେ ପ୍ରେମ

ପ୍ରେମ ବଦଳରେ ପ୍ରେମ ଚାହିଁଥିଲି କାହିଁ ଦେଲୁ ପ୍ରତାରଣା, ଟିକେ ଭଲପାଇବା ମାଗି ଥିଲି ବୋଲି ମୋତେ ଦେଲୁ ତୁ ଛଳନା । କିଛିଦିନ ପାଇଁ ହସ ଦେଇ ଓଠେ କରି ଚାଲିଗଲ ଏକା, ଏକା ହେବା ଯଦି ପ୍ରେମର ଭାଗ୍ୟ କାହିଁ ଦେଉଥିଲ ଦେଖା ! ସ୍ନେହ ବଦଳରେ ସ୍ନେହ ମାଗିଥିଲି କାହିଁ କଲୁ ମୋତେ ଘୃଣା, ଆପଣାର କରି ଖେଳି ଚାଲିଗଲୁ ମୁଁ ନୁହେଁ ଗୋଟେ ଖେଳନା । କହିବି କେମିତି ଆମରି ଭିତରେ…

ଅଧିକ ପଢ଼ନ୍ତୁ
Odia Story Niara Prema (ନିଆରା ପ୍ରେମ) by Sarmistha Malla

ନିଆରା ପ୍ରେମ

ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର, ଚିର ସବୁଜ ବନାନୀ, ମନୋରମ ମଧୁଶାଳା । ଏ ସବୁର ସୌନ୍ଦର୍ଯ୍ୟରେ ବିମୋହିତ ରୀନି ଓ ରୌନକ । ସ୍କୁଲ ଜୀବନରୁ ଦୁହେଁ ଦୁହିଁଙ୍କ ଅତି ପରିଚିତ । ଦୁଇ ଜଣଙ୍କ ପରିବାର ଏକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମୟ ଚକ୍ରରେ ଦୁହେଁ ବଡ଼ ହେଲେ । ଦୂର ବିଦେଶରେ ଉଚ୍ଚଶିକ୍ଷା ସମାପନ କରି ଏବେ ଦୁହେଁ ସମାଜରେ ଲବ୍ଧ ପ୍ରତିଷ୍ଠିତ । କିନ୍ତୁ କିଛି ବର୍ଷ ତଳର ଏକ…

ଅଧିକ ପଢ଼ନ୍ତୁ
Odia Poem Sorisha Phulara Hasa (ସୋରିଷ ଫୁଲର ହସ) b Manoranjan Surujal

ସୋରିଷ ଫୁଲର ହସ

ସୁନ୍ଦର କରଣି ବିଧାତା ବରଣି ହେମାଙ୍ଗି ଛବି ଉଜ୍ଜ୍ୱଳ ରୂପେ ନିରୂପମ ଦିଶେ ଅନୁପମ ମାଦକ ବର୍ଣ୍ଣ ବିହ୍ୱଳ । ଅନିନ୍ଦ୍ୟ ସେ ରୂପ ଆଖି ଲାଗେ ପାପ ଢାଳନ୍ତି କି ଜ୍ୟୋତି ରବି ସ୍ୱର୍ଗ ମର୍ତ୍ତ୍ୟ ଧରା ନୁହେଁ ଅପସରା ଅଟେ କି କନକଦେବୀ? ସୁରାସୁର ନର ଯକ୍ଷାଦି କିନ୍ନର ଜ୍ୟୋତିଶ୍ମିତା ରୂପେ ଭୋଳ ଦର୍ଶନେ ସେ ହସ କରଇ ପ୍ରବାସ ରସିକ ମଧୁପ ଦଳ । ଇର୍ଷା ଜର୍ଜରିତ ହୃଦ କୋପଯୁକ୍ତ କଳଙ୍କ ବହନ୍ତି…

ଅଧିକ ପଢ଼ନ୍ତୁ
Odia Story Samparkara Badala Samikarana (ସମ୍ପର୍କର ବଦଳା ସମୀକରଣ) by Manas Ranjan Nayak

ସମ୍ପର୍କର ବଦଳା ସମୀକରଣ

ବିସ୍ଥାପିତ ନୁହଁ, ଏବେବି ପୃଥିବୀ ତା’ର ପ୍ରାରବ୍ଧ କକ୍ଷପଥରେ, ହେଲେ ମାତାପିତା ଓ ସନ୍ତାନଙ୍କୁ ନେଇ ସମ୍ପର୍କର ସେହି ସମବାହୁ ତ୍ରିଭୁଜଟି ଆଜି ଭୂମିହୀନ ମନେହୁଏ । ଦିନେ ସ୍ନେହ ଶ୍ରଦ୍ଧା ପ୍ରେମର କାଉଁରୀ ସ୍ପର୍ଶରେ ଅସାଧ୍ୟ ଜଞ୍ଜାଳ ନିମିଷକ ମଧ୍ୟରେ ସମାଧାନ ହୋଇଯାଉଥିବା ବେଳେ, ଅଧୁନା ଜ୍ଞାନ ବିଜ୍ଞାନରେ ଅନେକ ପ୍ରଗତିଶୀଳ ବୋଲି ଡିଙ୍ଗୁରା ପିଟୁଥିବା ନୂତନ ପିଢ଼ି ନିଜର କ୍ଷୁଦ୍ର ପରିବାରଟିରେ ହିଁ ଅଣନିଶ୍ୱାସୀ ହୋଇଉଠୁଛି ସମ୍ପର୍କରେ ତିକ୍ତତା, ଭୁଲ ବୁଝାମଣା, ଆତ୍ମଗର୍ବରେ ଭରପୁର…

ଅଧିକ ପଢ଼ନ୍ତୁ
Odia Poem Priya Tume Biswasaghata (ପ୍ରିୟା ତୁମେ ବିଶ୍ୱାସଘାତକ) by Prashant Pradhan

ପ୍ରିୟା ତୁମେ ବିଶ୍ୱାସଘାତକ

ଲଗେଇଦେଲ ଗୋ କଳଙ୍କର ଛିଟା ବିଶ୍ୱାସର ମଞ୍ଜି ବୁଣି ମନ ଆକାଶରେ ଛଳନା ରଙ୍ଗର ଇନ୍ଦ୍ରଧନୁ ଦେଲ ଟାଣି ॥ ମରୀଚିକା ସମ ଥିଲା ତୁମ ପ୍ରେମ ମେଣ୍ଟିଲା ନାହିଁ ମୋ ତୃଷ୍ଣା କସ୍ତୁରୀ ମୃଗ ମୁଁ ସାଜିଥିଲି ପ୍ରିୟା ପାଇବାକୁ ତୁମ ବାସ୍ନା ॥ ଅନ୍ଧ ପ୍ରେମିକ ମୁଁ ଜାଣି ପାରିଲିନି ମାୟାବିନୀ ତୁମେ ବୋଲି ମାୟାରେ ତୁମର ବିଭୋର ହୋଇ ମୁଁ ଦୁନିଆକୁ ଗଲି ଭୁଲି ॥ ବିଶ୍ୱାସଘାତକ ସାଜିଲ ଗୋ ତୁମେ ଧରିଲ…

ଅଧିକ ପଢ଼ନ୍ତୁ