Haerae Bichitra Sansara (ହାଏରେ ବିଚିତ୍ର ସଂସାର) by Dhirendra Behera

ହାଏରେ ବିଚିତ୍ର ସଂସାର

କର୍ମ ତେଣିକି ଯାହା ହେଉନା କାହିଁକି; ଏକ ଲୋଭୀ ମନୁଷ୍ୟ କୌଣସି ନା କୌଣସି ଏକ ଉପାୟ କରି ଅର୍ଥ ସଞ୍ଚୟ କରିବାକୁ ସତତ ଚେଷ୍ଟିତ ଥାଏ । କିନ୍ତୁ କପଟାଚରଣ ଦ୍ୱାରା ଅଳ୍ପ ଅଳ୍ପ କରି ଅନ୍ୟର ଧନକୁ ଲୁଟି, ନିଜ ବ୍ୟାଙ୍କରେ ହଜାରହଜାର ଟଙ୍କା ସଞ୍ଚୟ କରିବା ଦ୍ୱାରା ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହେଇଥାଏ । ତଥାପି ଲୋଭୀ ମନୁଷ୍ୟଟେ ଏ କଥାଟିକୁ ଜାଣି ମଧ୍ୟ ଏପରି ଦୁର୍ନୀତି କରିବାକୁ ପଛାଏ ନାହିଁ । ଆଜିକାଲି ଲକ୍ଷ ଲକ୍ଷ…

ଅଧିକ ପଢ଼ନ୍ତୁ
Odia Poem Bhangura Asha (ଭଙ୍ଗୁର ଆଶା) by Nalinikanta Dash

ଭଙ୍ଗୁର ଆଶା

ମନସମୁଦ୍ରର ବାଲୁକାପ୍ରସ୍ତରେ ଆଙ୍କି ଦେଲି ଛବି ତୁମର ସାରା ଜୀବନ ପ୍ରତିମୂହୁର୍ତ୍ତ ସାଥି ହୋଇ ରହିବ ବୋଲି ମୋ ଏକାନ୍ତର । ଭାବୁଥିଲି ସଦା କେଉଁ ରଙ୍ଗ, କେଉଁ ତୁଳୀରେ ଆଙ୍କିବି ଛବି ତୁମର ଯା’ ଦ୍ଵାରା ତୁମେ ହେବ ଅନୁପମ ଅଦ୍ଵିତୀୟ ସୁନ୍ଦରୀ ମୋ ପ୍ରେମ ଜଗତର । ଶୁଣିଲି ତୁମେ ପରା ଅନ୍ୟ କାହାକୁ ଭଲ ପାଅ !! ଆଉ କାହାରିର ଏକାନ୍ତର ସାଥି ହୋଇଯାଇଛ !! ପ୍ରଶ୍ନ ପରେ ପ୍ରଶ୍ନ କଲି, ବାରମ୍ବାର କରିଲି ପ୍ରତି ମୁହୂର୍ତ୍ତରେ ମନକୁ…

ଅଧିକ ପଢ଼ନ୍ତୁ
Odia Story Topae Sindura (ଟୋପାଏ ସିନ୍ଦୂର) by Janmajaya Nayak

ଟୋପାଏ ସିନ୍ଦୂର

ନିଜ କାନିରେ ବିମଳା ସେ ମନ୍ଦିର ବେଢ଼ାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ, “ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଲୋ ଝିଅ ! ଅୟରାଣୀ ହୋଇ ମଶାଣୀ ଯିବା ସଭିଙ୍କ କପାଳରେ ନଥାଏ !! ଆଜିକି ଦଶ ବରଷ ହବ ଏ ଅଭାଗିନୀ ପୋଡ଼ାମୁହଁକୁ ଆରିସିରେ ଦେଖିନି ଯେବେ ଠୁ ସେ ଚାଲିଗଲେ । କୋଉଠି ହାଣ୍ଡିକଳା ଲାଗିଛି ମୁଣ୍ଡରେ କେମିତି ଦେଖିବି?” ମନ୍ଦିରପାଖରେ ଥରଥର ହାତରେ…

ଅଧିକ ପଢ଼ନ୍ତୁ
Odia Poem Pratarita Hrudaya (ପ୍ରତାରିତ ହୃଦୟ) by Rashmibala Satapathy

ପ୍ରତାରିତ ହୃଦୟ

ପ୍ରଶ୍ନ କରିଚାଲେ ମନ ମୋତେ ଆଜି, କାହିଁକି ତତେ ଭଲ ପାଇଲି । ତୁମ ଭଳି ପ୍ରତାରକକୁ କେମିତି ଜାଣି ନ ପାରିଲି ॥ ଅସୁମାରୀ ସ୍ୱପ୍ନ ମୋତେ ଦେଖେଇଲ, ଅସରନ୍ତି ପ୍ରେମର ବର୍ଷା କରାଇଲ । ଅଦିନିଆ ବର୍ଷା ଭଳି ତୁମ ପ୍ରେମ ଥିଲା, କ୍ଷଣକରେ ଆସି ପୁଣି କ୍ଷଣେ ଚାଲିଗଲା ॥ କିଏ ଜାଣିଥିଲା ଏମିତି ହେବ, ଦୁଇ ଦିନର କୁଣିଆ ସାଜି ମୋ ଜୀବନେ ଆସିବ । ମିଛି ମିଛିକା ଭଲ ପାଇବ, ମଝି ବାଟରେ ହାତ…

ଅଧିକ ପଢ଼ନ୍ତୁ
Odiad Story Aparahna (ଅପରାହ୍ନ) by Sushree Sangita Sethy

ଅପରାହ୍ନ

ଦୃଶ୍ୟ-୧ ଆଖି ଖୋଲିଲା ପରେ ନୀଳ ଆକାଶ । ଆକାଶରେ କିଚିରି ମିଚିରି କରି ଉଡ଼ୁଛନ୍ତି ମୁକ୍ତ ପକ୍ଷୀ । ଚାରିପାଖରେ ୧୦-୧୫ ଜଣ ଲୋକ । ଲୋକମାନେ ପାଣି ଛାଟିବାରୁ ହୋସ୍ ଆସିବା ପରେ ଦେଖୁଥାନ୍ତି ଏସବୁ ଦୃଶ୍ୟ ବୁଢ଼ୀ ମାଉସୀଜଣକ । ଅପରାହ୍ନ ୫ଟା ହେବ । ବାଉଳି ହେଉଥାନ୍ତି ମୁଁ କୋଉଠି ପୁଅ !? ଲୋକମାନେ ବାଉଳି ହେଉଥାନ୍ତି ତମେ କିଏ ମାଉସୀ? କୋଉଠୁ ଆସିଛ?? ଏଇଟା ପୁରୀ । ଏଠି କେମିତି ପହଞ୍ଚିଲ? ମାଉସୀ କାନ୍ଦି କାନ୍ଦି କହୁଥାନ୍ତି – ମୋର…

ଅଧିକ ପଢ଼ନ୍ତୁ