You are currently viewing ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର !
ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର!

ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର !

ନିରୀହ ନାରୀକୁ କରାଯାଏ
ମନଭରି ବଳାତ୍କାର,
ଗରିବକୁ ମିଳେ ଏଠି
ଅକଥନୀୟ ଅତ୍ୟାଚାର,
ଶୋଷଣକୁ ମିଳେ
ଅବାଞ୍ଛିତ ପୁରସ୍କାର,
ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର ।

ଅଫୁଟା କଢ଼ିଟି ହୁଏ
ଧର୍ଷଣର ଶିକାର,
ଡାଉରୀ ସାଜେ ନବବଧୂ
କାରଣ ମୃତ୍ୟୁର,
ଜାତିଭେଦ ନାଁରେ ହୁଏ
ଅଶାନ୍ତ ସହର,
ଏଠି ନାଗରା ବାଜେ ସ୍ୱାଧୀନତାର ।

ନିତି ନିତି ହୁଏ
ଯଥେଷ୍ଟ ବ୍ୟଭିଚାର,
ଦୁର୍ବଳ ଉପରେ ସବଳର
ଖୋଲା ଅତ୍ୟାଚାର,
ସତ୍ୟ ଉପରେ ମିଥ୍ୟାର
ଖୁବ ସୁନ୍ଦର ପ୍ରଚାର,
ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର ।

ଆସିବେନି କେହି କରିବାକୁ
ନର୍କରୁ ଉଦ୍ଧାର,
ନେବେ ନାହିଁ ଭଗବାନ
ଏକାଦଶ ଅବତାର,
ନିଜେ ହିଁ ଶିଖିଯାଅ
କରିବାକୁ ଉପଚାର,
ଛାଡ଼ିଦିଅ ସଂକୋଚ ଆଉ
ଖୋଲିଦିଅ ମୁଖା ଡରର ।

ଥରେ ନିଜକୁ ନିଜେ ହିଁ
ପ୍ରଶ୍ନ ପଚାର,
ତୁମେ କି ନାଗରିକ
ସ୍ୱାଧୀନ ଭାରତର?
ଯେବେ ଉଠାଇବ
ସ୍ୱର ପ୍ରତିବାଦର,
ସର୍ବତ୍ର ମହକିବ ବାସ ସ୍ବାଧୀନତାର ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରିୟଦର୍ଶିନୀ ମହାନ୍ତି ଜଣେ ଓଡ଼ିଆ ଲେଖିକା । ସେ ଜଣେ ଶିଖୟିତ୍ରୀ ଏବଂ ଓଡ଼ିଆ ଭାଷା ପ୍ରତି ତାଙ୍କର ଅନେକ ଭଲ ପାଇବା ରହିଛି । ସେ ମୁଖ୍ୟତଃ ସାମାଜିକ କବିତା ଆଦି ରଚନା କରନ୍ତି ।