You are currently viewing ଏଇ କ’ଣ ସ୍ୱାଧୀନତା?
ଏଇ କ'ଣ ସ୍ୱାଧୀନତା

ଏଇ କ’ଣ ସ୍ୱାଧୀନତା?

ଏଠି କୁଆଡ଼େ ଦେଶ ସ୍ୱାଧୀନ
ଆଉ ଆମେ ବି ସ୍ୱାଧୀନ?
କିନ୍ତୁ ଏଇ ସ୍ୱାଧିନତା ଭିତରେ
ଅହରହ ନାରୀର ଇଜତ୍
ଲୁଟ୍ ହୋଇଚାଲେ
ଦିନର ସ୍ପଷ୍ଟ ସୂର୍ଯ୍ୟାଲୋକରେ
ଆଉ ରାତିର ବି ସେଇ
ଗାଢ ଅନ୍ଧକାରରେ ।

କ’ଣ ବା ଭୁଲ୍ ଥିଲା ଉନ୍ନାଓର
ସେଇ ବିଚାରୀ ଝିଅଟିର?
ଗୁହାରିଟେ କରି ଚାକିରିଟେ ପାଇଁ
କେବଳ ଆସିଥିଲା ଧାଇଁ
ଭୋଟ ପାଇ ରକ୍ଷକ ହୋଇ
ଭକ୍ଷକ ସାଜି ବସିଥିବା ସେଇ
ଲମ୍ପଟ ‘ସେଙ୍ଗାର’ ପାଖକୁ ।

ହେଲେ କ’ଣ ପାଇଲା
ସେଇ ହତଭାଗିନୀ?
ତା’ ରୂପ ସୌନ୍ଦର୍ଯ୍ୟ ପାଇଁ
ସେଠି ହୋଇଗଲା ଦୁଷ୍କର୍ମର ଶିକାର ।
ଉତ୍ପୀଡନ ଓ ଅତ୍ୟାଚାରରେ
ନିସ୍ତୁକ ମାଡ ଖାଇ
ବାପା ତା’ର ଟିକେଟ୍ କାଟିଲା
ଆରପାରୀକୁ ଆଉ ଦାଦା
ମିଛ କେସ୍ ଖାଇ
ଜେଲ୍ ର ଚାରିକାନ୍ଥ ଭିତରେ
ଥାଇ ସଢୁଛି ସେ ଆଜି ।

ଦୁର୍ଘଟଣାର ଚକ୍ରବୁହ୍ୟ ରଚି
ତାକୁ ଓ ତା’ ପରିବାରକୁ
ମୂଳପୋଛ କରି ଦେବାକୁ
ସେଇ ସଇତାନ୍ ଜେଲରେ ରହି
କଲା ସୁନ୍ଦର ଆୟୋଜନ ।
ଏବେ ବିଚାରୀ ମେଡିକାଲରେ
ଭେଣ୍ଟିଲେଟରରେ ରହି
ମୃତ୍ଯୁ ସହ କରୁଛି ସଂଗ୍ରାମ ।

ବହୁନାରୀ ଆଜି ମଧ୍ୟ
ଲଜ୍ଜା ଓ ସାମାଜିକ
ପ୍ରତିଷ୍ଠାହାନୀର ଭୟରେ
ନିଜ ହୃଦୟକୁ ଚୁର୍ ଚୁର୍ କରି
କାମୁକ ପୁରୁଷର ଯାବତୀୟ
ଯୌନ ବିକୃତିକୁ ସ୍ୱୀକୃତି ଦେଇ
ସହ୍ୟ କରି ଚାଲିଛନ୍ତି
ତାଙ୍କ ନିଭୃତ ନାରୀତ୍ୱର
ସେଇ ସବୁ ବିଭତ୍ସ ବ୍ୟଥା?

କି ଆଶ୍ଚର୍ଯ୍ୟ ସତରେ !
ନାରୀ କ’ଣ ଏବେବି
ବନ୍ଦୀ ସେଇ ଲମ୍ପଟ ପୁରୁଷର
ପଣ୍ୟଶାଳାରେ?
କେତେଦିନ ନାରୀ ସହୁଥିବ
ଏମିତି ନିର୍ଯ୍ୟାତନାର
ସେଇ ସବୁ କରୁଣ କାହାଣୀ?
ଏଇ କ’ଣ ସ୍ୱାଧୀନତା?
ବିଦେଶୀ ଆତଙ୍କବାଦୀଙ୍କଠାରୁ
ଢେର୍ ଭୟଙ୍କର
ନୁହନ୍ତୁି କି ଏହି ଲମ୍ପଟ ଗୁଡ଼ା?

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।