You are currently viewing ସେହି ଏକା ସୁମଣିଷ
Sehi Eka Sumanisha (ସେହି ଏକା ସୁମଣିଷ) - Odia Poem by B. Nirupama

ସେହି ଏକା ସୁମଣିଷ

ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ
ସଭିଙ୍କୁ ଏ କଥା ଜଣା,
ସେହିଭଳି ଛୋଟ ଛୋଟ ଭଲ କାମ
ମହତେ କରିବ ଗଣା ।

ନିତିଦିନ ଆମ ଜାଣ-ଅଜାଣତେ
ଆଖ ପାଖେ ଘଟେ ଯାହା,
ସଚେତନ ଟିକେ ହୋଇଲେ ପାରିବା
ଅପରକୁ ହୋଇ ସାହା ।

ମଣିଷ ଜନମ ଦେଇକି ବିଧାତା
କରିଛନ୍ତି ଯେଉଁ ଦୟା,
ପ୍ରତିଦାନେ କିଛି ସୁକାର୍ଯ୍ୟ କରିଲେ
ପବିତ୍ର ହୋଇବ କାୟା ।

ନିଜ ସୁଖ ଲାଗି ଅପରକୁ ଦୁଃଖ
ଦେବାନାହିଁ କଦାଚିତ,
ଅନ୍ୟାୟ, ଅସତ୍ୟ ପଥେ ଚଳି ଜମା
ବଢ଼ାଇବା ନାହିଁ ବିତ୍ତ ।

ଆଜି କାଲି କେତେ ବିପରୀତ କଥା
ଘଟୁଛି ବି ସମାଜରେ,
ସଜାଗ ରହିକି ସାହାଯ୍ୟ କରିଲେ
ଠିକିବାନି ସହଜରେ ।

ଜୀବନ ଯୁଦ୍ଧରେ ଆସିବ ନିଶ୍ଚୟ
ବହୁ ଘାତ ପ୍ରତିଘାତ,
ସେଥିପାଇଁ କେବେ ବିବ୍ରତ ନ ହୋଇ
ସୁଦୃଢ଼ କରିବା ଚିତ୍ତ ।

ବ୍ରହ୍ମାଣ୍ଡ କରତା ବରଦ ମୁଦ୍ରାରେ
ଢାଳିଦେବେ ଶୁଭାଶିଷ,
ଆନ ହିତ ଲାଗି ବିତେ ଯା’ ଜୀବନ
ସେହି ଏକା ସୁମଣିଷ ।

– ବି. ନିରୁପମା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବି. ନିରୁପମା ଓଡ଼ିଅ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।